ଫୁଲମାଣ୍ଡେଣା ଛେଚି ଯୁବକକୁ ହତ୍ୟା

ଫୁଲମାଣ୍ଡେଣା ଛେଚି ଯୁବକକୁ ହତ୍ୟା ହିଲପଟଣା ଅଞ୍ଚଳରେ ଜଣେ ଯୁବକକୁ ଫୁଲ ମାଣ୍ଡେଣା ଛେଚି ହତ୍ୟା କରାଯାଇଥିବା ସୂଚନା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ କରୁଥିବା ଜଣାପଡିଛି ।

Read More

ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବୁ କହିଲେ ପରିବହନ ମନ୍ତ୍ରୀ

ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ- ମନ୍ତ୍ରୀ -ଲଷ୍ମୀ ବସ୍‌ରେ ଅର୍ଥ ହେରଫେର ନେଇ AGଙ୍କ ରିପୋର୍ଟରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା-ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବୁ କହିଲେ ପରିବହନ ମନ୍ତ୍ରୀ-‘ଗତ ସରକାରରେ ଲକ୍ଷ୍ମୀ ବସ୍‌ରେ କ୍ଷତି ହେବା କଥା ସାମ୍ନାକୁ ଆସିଥିଲା’-‘ଏବେ ୧୪୨୨ ବସ୍‌କୁ ମୁଖ୍ୟମନ୍ତ୍ରୀ ସେବା ନାମରେ ରି ରୁଟିଂ କରି ଚଲାଯାଉଛି’-ଆମ ସରକାର ଅର୍ଥକୁ ସଠିକ ଢଙ୍ଗରେ ବ୍ୟବହାର କରିଛନ୍ତି- ମନ୍ତ୍ରୀ-ଆମ ସରକାରରେ ଅର୍ଥ ହେରଫେର ହେବ ନାହିଁ କହିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

Read More

ଯୋବ୍ରା ଅଞ୍ଚଳରେ ବସ୍ ଧକ୍କା ରେ ପ୍ରାଣ ହରାଇଥିବା ଝିଅ ସ୍ୱାଗତିକା ମହାନ୍ତି।

ଆଜି ଯୋବ୍ରା ଅଞ୍ଚଳରେ ବସ୍ ଧକ୍କା ରେ ପ୍ରାଣ ହରାଇଥିବା ଝିଅ ହେଉଛନ୍ତି ତୁଳସୀ ପୁର ଅଞ୍ଚଳର ସ୍ୱାଗତିକା ମହାନ୍ତି। ମୃତା ସ୍ୱାଗତିକା ଜଣେ ପୋଲିସ କର୍ମଚାରୀଙ୍କ ର ଝିଅ। Skilling youth co-ordinator ଭାବେ light house ରେ କାର୍ଯ୍ୟ କରୁଥିଲେ। ତୁଳସୀପୁର ଭିଜିଲାନ୍ସ କଲୋନୀ ରେ ରହୁଛନ୍ତି। ଆଜି ନିଜର କର୍ମକ୍ଷେତ୍ର କୁ ଆସୁଥିବା ସମୟରେ ଏଲ ଏନ୍ ଟି ରେ ଲାଗିଥିବା ବସ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ନିଜର ଅତି ନମ୍ର , ଭଦ୍ର ଓ ପରୋପକାରୀ ଝିଅ କୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣ ରେ ଦାବି ହେଉଛି।

Read More

୩୩.୮୦ ଲକ୍ଷ ଟଙ୍କାର ଆର୍ଥିକ ଠକେଇ ମାମଲାରେ ଓଡ଼ିଶା ଭିଜିଲାନ୍ସ ଜଣେ ସମବାୟ ଅଧିକାରୀଙ୍କୁ ଗିରଫ କରିଛି।

ସମବାୟ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ମଧ୍ୟରେ ଆର୍ଥିକ ଅନିୟମିତତା ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଆଜି, ଓଡ଼ିଶା ଭିଜିଲାନ୍ସ ଜଣେ ସମବାୟ ଅଧିକାରୀଙ୍କୁ ୩୩,୮୦,୯୬୩/- ଟଙ୍କା ସରକାରୀ ପାଣ୍ଠିର ଅପବ୍ୟବହାର ପାଇଁ ଗିରଫ କରିଛି। ଅଭିଯୁକ୍ତ ଶ୍ରୀ ପତିତପବନ ମାଝୀ, ଅନୁଗୁଳ ୟୁନାଇଟେଡ୍ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ (AUCCB) ଲିମିଟେଡ୍, ବନରପାଳ ଶାଖା ଅଧୀନରେ ଥିବା ଗଢ଼ସନ୍ତ୍ରୀ ସେବା ସମବାୟ ସମିତି (SCS)ର ପୂର୍ବତନ ସଚିବ। ସେ ବର୍ତ୍ତମାନ ଅନୁଗୁଳରେ ଥିବା ଅନୁଗୁଳ ୟୁନାଇଟେଡ୍ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ମୁଖ୍ୟାଳୟରେ ବ୍ୟାଙ୍କିଂ ସହାୟକ ଭାବରେ କାର୍ଯ୍ୟ କରୁଛନ୍ତି। *୩୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠିର ଆତ୍ମସାତ ଅଭିଯୋଗ ଉପରେ ଆଧାର କରି, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକ ତଦନ୍ତ କରାଯାଇଥିଲା। ପୁଙ୍ଖାନୁପୁଙ୍ଖ ତଦନ୍ତରୁ ଜଣାପଡିଛି ଯେ ଏହି ଆର୍ଥିକ ଅପରାଧ ୨୦୧୭-୧୮ ଆର୍ଥିକ…

Read More

ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ

ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ ଏଣିକି ଆଡମିଟ୍ ହେବା ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା । ନକଲେ ହସ୍ପିଟାଲ ବିରୋଧରେ ହେବ ଆକ୍ସନ । ଆୟୁଷ୍ମାନ ସେବାକୁ ନେଇ ଏଭଳି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ରହିବ । ଯେଉଁ ହସ୍ପିଟାଲ ନକରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏହି ନିର୍ଦ୍ଦେଶକୁ ସମସ୍ତ ଘରୋଇ ହସ୍ପିଟାଲ ପାଳନ ପାଇଁ କଡାକଡି ନିର୍ଦ୍ଦେଶ ରହିଛି । ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତାଗିଦ କରାଯାଇଛି । ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।

Read More