Main News Odisha Odisha News 

ଜମି କିଣା-ବିକା ହେବ ସମ୍ପୂର୍ଣ୍ଣ କ୍ୟାସଲେସ୍‌ ରାଜସ୍ୱ ମନ୍ତ୍ରୀଙ୍କ ବଡ ଘୋଷଣା

ରାଜ୍ୟରେ ଏଣିକି ଜମି କିଣା-ବିକା ସମ୍ପୂର୍ଣ୍ଣ ଭାବେ କ୍ୟାସଲେସ୍‌ ହେବ। ଜମି ପଞ୍ଜୀକରଣ କ୍ଷେତ୍ରରେ ଦୁର୍ନୀତି ଓ ଦଲାଲ ରାଜ୍‌କୁ ରୋକିବା ପାଇଁ ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଏଣିକି ଜମି ରେଜିଷ୍ଟ୍ରେସନ ବେଳେ ଗୋଟିଏ ପଇସା ବି କ୍ୟାସ୍‌ରେ ଟ୍ରାଞ୍ଜାକ୍ସନ ହେବ ନାହିଁ। ସମସ୍ତ କାରବାର ଅନଲାଇନ୍ ଓ ଡିଜିଟାଲ ମାଧ୍ୟମରେ ହେବ। ପୂର୍ବରୁ 15 ହଜାର ଟଙ୍କା ଯାଏଁ କ୍ୟାସ୍‌ କାରବାର କରିବାର ବ୍ୟବସ୍ଥା ଥିଲା।

ଦଲାଲ ମୁକ୍ତ ହେବ ରେଜିଷ୍ଟ୍ରେସନ ଅଫିସ୍

ଜମି ପଞ୍ଜୀକରଣ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ସାଧାରଣ ଲୋକଙ୍କୁ ବହୁ ସୁବିଧା ମିଳିବ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏଣିକି ବାରମ୍ବାର ରେଜିଷ୍ଟ୍ରେସନ ଅଫିସକୁ ଆସିବାକୁ ପଡ଼ିବ ନାହିଁ। ରେଜିଷ୍ଟ୍ରେସନ ସରିବା ପରେ ଦଲିଲ ମଧ୍ୟ ଅନଲାଇନରେ ମିଳିଯିବ।

ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର SOP ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଜମି କାରବାରେ ସ୍ୱଚ୍ଛତା ଆସିବା ସହ ସାଧାରଣ ଲୋକଙ୍କ ହଇରାଣ କମିବ ବୋଲି ଆଶା କରାଯାଉଛି।

Related posts

Leave a Comment