Education Odisha Odisha News 

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ପେଶା ଆଇନ: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସୂଚନା

ରାଜ୍ୟରେ ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ଜାଲ୍ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସରକାର ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଉକ୍ତ ପତ୍ରଟି ସମ୍ପୂର୍ଣ୍ଣ ଜାଲ୍, ମନଗଢା ଓ ଅନଧିକୃତ ବୋଲି କୁହାଯାଇଛି।

ସମ୍ପ୍ରତି ଅର୍ଥ ବିଭାଗର ପତ୍ର ସଂଖ୍ୟା 10911/F, ତାରିଖ 24.04.2026 ନାମରେ ଏକ ଜାଲ୍ ପତ୍ର ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି। ଏହାକୁ ଆଧାର କରି କେତେକ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହୋଇଛି।

ଜାଲ୍ ପତ୍ରରେ କ’ଣ ଦାବି ହୋଇଥିଲା

ଉକ୍ତ ଜାଲ୍ ପତ୍ରରେ ଓସେପା ଅଧୀନରେ 7234ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ସହ ପ୍ରତି ଶିକ୍ଷକଙ୍କୁ ମାସିକ 26000 ଟଙ୍କା ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଥିବା ମିଥ୍ୟା ଦାବି କରାଯାଇଥିଲା।

ସରକାରଙ୍କ ସ୍ପଷ୍ଟୀକରଣ

ଏହି ପ୍ରସଙ୍ଗରେ ସ୍ପଷ୍ଟ କରାଯାଇଛି ଯେ,

  • ଉକ୍ତ ପତ୍ରଟି ସମ୍ପୂର୍ଣ୍ଣ ଜାଲ୍ ଓ ମନଗଢା।
  • ଅର୍ଥ ବିଭାଗ ଦ୍ୱାରା ଏପରି କୌଣସି ପ୍ରସ୍ତାବ ଅନୁମୋଦନ ହୋଇ ନାହିଁ।
  • 7234ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି କିମ୍ବା ନିଯୁକ୍ତି ସମ୍ପର୍କରେ କୌଣସି ସରକାରୀ ଅନୁମୋଦନ ପ୍ରଦାନ କରାଯାଇନାହିଁ।
  • ପତ୍ରେ ଥିବା ଦସ୍ତଖତ, ପତ୍ର ସଂଖ୍ୟା, ବିଷୟବସ୍ତୁ ଓ ଅନୁମୋଦନ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସରକାରୀ ଅଭିଲେଖରେ ଏହାର କୌଣସି ଆଧାର ନାହିଁ।

ଜାଲ୍ ସରକାରୀ ପତ୍ର ପ୍ରସ୍ତୁତ କରି ପ୍ରଚାର କରିବା ଏକ ଗୁରୁତର ଅପରାଧ। ଏହି ଘଟଣା ସମ୍ପର୍କରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅବଗତ କରାଯାଇଛି।

ସାଧାରଣ ଲୋକଙ୍କୁ ଏପରି ଜାଲ୍ ଖବରରେ ବିଶ୍ୱାସ ନ କରିବା ପାଇଁ ସରକାର ପକ୍ଷରୁ ଅନୁରୋଧ କରାଯାଇଛି।

Related posts

Leave a Comment