ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଓ କାର ଭଙ୍ଗାରୁଜା

ବାରିପଦା ଟାଉନ ଥାନା କ୍ୟାମ୍ପସ ଭିତରେ ଆଜି ସନ୍ଧ୍ୟାରେ ଏକ ପ୍ରକାର ରଣ କ୍ଷେତ୍ର ପାଲଟିଥିଲା। ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଓ କାର ଭଙ୍ଗାରୁଜା କରିଛନ୍ତି।ପ୍ରାପ୍ତ ସୂଚନାନୁସାରେ, ବାରିପଦାରୁ କିଛି ଯୁବକ ଲୁଲୁଙ୍ଗ ଆଡ଼କୁ ବୁଲି ଯାଇ ଫେରୁଥିଲେ। ସେମାନଙ୍କ ସହ ଧନପୁର ଅଞ୍ଚଳର କିଛି ଯୁବକଙ୍କ ସହ ପୋଡ଼ା ଅସ୍ତିଆ ନିକଟରେ ପାଟିତୁଣ୍ଡ ହୋଇଥିଲା। କାର ଚାଳକ ସେଠାରୁ ଖସି ଆସିଥିବା ବେଳେ ସେହି ଯୁବକମାନେ ସେମାନଙ୍କୁ ତିନି ଚାରି ବାଇକ୍ ରେ ପିଛା କରି ଗୋଡ଼ାଇ ଥିଲେ। ବାଇକରେ ଥିବା ଯୁବକମାନେ କାର୍‌କୁ ଜଗନ୍ନାଥ ମନ୍ଦିର ପାଖରେ ଅଟକାଇ ଥିଲେ। କାର୍‌ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାର୍‌ ଟିକୁ ଭାଙ୍ଗି ଦେଇଥିଲେ।କାର୍‌ରେ ଥିବା ଯୁବକ ମାନେ ଜୀବନ ବିକଳରେ କାର ଧରି ଟାଉନ ଥାନା ଭିତରକୁ ପଶି…

Read More

କାଲିଠୁଘରଘର_ବୁଲିବେ_BLO

ଭୋଟର ତାଲିକା ସଂଶୋଧନ ନେଇ CEOଙ୍କ ପ୍ରେସ୍‌ମିଟ୍କାଲିଠୁ ଓଡ଼ିଶାରେ SIR: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀSIR ପ୍ରକ୍ରିୟା ଜୁନ୍ ୨୮ ଯାଏଁ ଚାଲିବ: CEO୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ଗଣନା କରିବେ BLOସକାଳେ ଘର ଘର ବୁଲି ଗଣନା କରିବେ BLO୯୫ ପ୍ରତିଶତ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ସରିଛି୧୭ ପ୍ରତିଶତ ଲଜିକାଲ୍ ଏରର ବାହାରିଛି: CEOମ୍ୟାପିଂ ସରିଥିବା ଭୋଟର ନିଜ ଫଟୋ ଓ ଦସ୍ତଖତ କରିବେଭୋଟର ଚାହିଁଲେ ନୂଆ ଫଟୋ ଦେଇପାରିବେସମସ୍ତ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ: CEO

Read More

ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଜାରି ରହିବ ବିଜେଡିର ଆନ୍ଦୋଳନ

ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ସାରା ରାଜ୍ୟରେ ଜାରି ରହିବ ବିଜେଡିର ଆନ୍ଦୋଳନ। ଓଡ଼ିଶାର ୨ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣରୁ ବଞ୍ଚିତ। ଧାନ କିଣା ବିପର୍ଯ୍ୟସ୍ତ ଯୋଗୁଁ ଲ୍ୟାମ୍ପସ, ଜିଲ୍ଲାପାଳ ଅଫିସ ଆଗରେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛି ଚାଷୀ। ସରକାର ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ବଳି ପଡୁଛନ୍ତି ନିରୀହ ଚାଷୀ।

Read More

ଆମେରିକା ଓ ଇରାନ ପରସ୍ପରର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ

ମଧ୍ୟପ୍ରାଚ୍ୟରେ ଚାଲିଥିବା ତିନି ମାସର ସଂଘର୍ଷ ଆଜି ପୁଣି ଥରେ ଭୟଙ୍କର ମୋଡ଼ ନେଇଛି। ଆଜି ଭୋର ସମୟରେ ଉଭୟ ଆମେରିକା ଓ ଇରାନ ପରସ୍ପରର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛନ୍ତି। ଆମେରିକା ପ୍ରଥମେ ଇରାନର ବନ୍ଦର ଅବ୍ବାସ ସହରର ବିମାନ ବନ୍ଦର, ଡ୍ରୋନ୍‌ ଷ୍ଟେସନ ଓ ଅନ୍ୟ ସାମରିକ ସମ୍ପତ୍ତିକୁ ପ୍ରତିଷ୍ଠାନ ଉପରେ ବୋମାମାଡ଼ କରିଥିଲା।ତୁରନ୍ତ ଜବାବ ଦେଇ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) କୁଏତ ସ୍ଥିତ ଆମେରିକାର ଏକ ପ୍ରମୁଖ ବାୟୁସେନା ଘାଟି ଉପରେ ରକେଟ୍ ଓ ଡ୍ରୋନ ଆକ୍ରମଣ କରିଛି। ଗତ ଏପ୍ରିଲ ମାସରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିବା ଏହି ଆକ୍ରମଣ, ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ଜଳପଥ ହର୍ମୁଜ ପ୍ରଣାଳୀକୁ ପୁଣି ଏକ ସକ୍ରିୟ ଯୁଦ୍ଧକ୍ଷେତ୍ରରେ ପରିଣତ କରିଛି। ଏହି ସାମରିକ ସଂଘର୍ଷ…

Read More

ହଷ୍ଟେଲ କୋଠାରେ ନିଆଁ ଲାଗିବା ସମୟରେ ୧୭ ଛାତ୍ରୀଙ୍କର ମୃତ୍ୟୁ

କେନ୍ୟା ଉତୁମିଶି ବୋଡିଂ ସ୍କୁଲରେ ରାତି ଅଧରେ ନିଆଁ ଲାଗିଯାଇଛି । ରାତିରେ ହଷ୍ଟେଲ କୋଠାରେ ନିଆଁ ଲାଗିବା ସମୟରେ ଅଧିକାଂଶ ଛାତ୍ରୀ ନିଜ କୋଠରୀରେ ଗଭୀତ ନିଦରେ ଶୋଇଥିଲେ। ହଠାତ ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ, ଝିଅମାନେ ଆଉ ବାହାରକୁ ବାହାରି ପାରିନଥିଲେ । ଧୂଆଁ ଏବଂ ନିଆଁ ମଧ୍ୟରେ, ଅନେକ ଛାତ୍ରୀ ହଷ୍ଟେଲ ଭିତରେ ଫସି ରହିଥିଲେ । ଆଉ ଏହି ନିଆଁ ଧିରେ ଧିରେ ପୁରା ସ୍କୁଲରେ ବ୍ୟାପିଯାଇଥିଲେ । ଯେଉଁଥିରେ ବର୍ତ୍ତମାନ ଯାଏଁ ୧୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଖବର ରହିଛି ।”

Read More

ଓଡ଼ିଶାରେ ମୌସୁମୀ ଆସିବାରେ ବିଳମ୍ବ

ଓଡ଼ିଶାରେ ମୌସୁମୀ ଆସିବାରେ ବିଳମ୍ବ ହେବ । ଆସନ୍ତା ଜୁନ୍ ୧୦ ତାରିଖ ପରେ ରାଜ୍ୟକୁ ମୌସୁମୀ ଆସିପାରେ । ବର୍ତ୍ତମାନ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ ଥିବାରୁ, ଜୁନ୍ ୩ ତାରିଖ ପରେ ରାଜ୍ୟରେ ପୁଣି ଥରେ ପାରଦ ଉପରକୁ ଚଢ଼ିବ ଏବଂ ଖରା ବଢ଼ିବ । ବଙ୍ଗୋପସାଗରରେ ବର୍ତ୍ତମାନ ମୌସୁମୀ କରେଣ୍ଟ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିଛି । ଦକ୍ଷିଣ ଗୋଲାର୍ଦ୍ଧରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଆସୁଥିଲେ ମଧ୍ୟ ଏହା ଆଗକୁ ବଢ଼ି ପାରୁନାହିଁ । ମୌସୁମୀ ବାୟୁକୁ ସକ୍ରିୟ କରିବା ପାଇଁ ଆବଶ୍ୟକୀୟ କାରକ ନଥିବାରୁ ଏହା କେରଳ ଛୁଇଁବାରେ ମଧ୍ୟ ସକ୍ରିୟ ହୋଇପାରୁ ନାହିଁ । ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଗ୍ରୀଷ୍ମ ପ୍ରବାହର ଚେତାବନୀ ହଟିଥିଲେ ମଧ୍ୟ ପ୍ରବଳ ଖରା ଓ ଗୁଳୁଗୁଳି ଉପକୂଳ ଓଡ଼ିଶାକୁ କଲବଲ କରିବ…

Read More