ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ । ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ ଏବଂ ଓପିଏସ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି। ନବରଙ୍ଗପୁର ଏସପି ମଡକର ସନ୍ଦୀପ ସମ୍ପତଙ୍କୁ କଟକ CID-CBର ଡିଆଇଜି ଭାବେ ବଦଳି କରାଯାଇଛି। ସେହିପରି କଟକ CID-CB ଏସପି ପରମାର ସ୍ମିତ ପରଷୋତ୍ତମଦାସଙ୍କୁ ନୟାଗଡ଼ ଏସପି, ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମାଙ୍କୁ କଟକ CID-CB ଏସପି, ରାୟଗଡ଼ ଏସପି ସ୍ୱାତୀ ଏସ. କୁମାରଙ୍କୁ ଭୁବନେଶ୍ୱର STF ଏସପି ଏବଂ ବରଗଡ଼ ଏସପି ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଏସପି ଭାବେ ନିଯୁକ୍ତି ମିଳିଛି।

ସେହିପରି ନୟାଗଡ଼ ଏସପି ଏସ. ସୁଶ୍ରୀଙ୍କୁ ଭିଜିଲାନ୍ସ ଏସପି, ସ୍ପେଶାଲ ବ୍ରାଞ୍ଚ ଏସପି ରାଜ ପ୍ରସାଦଙ୍କୁ ରାୟଗଡ଼ ଏସପି, ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସପି, ବୌଦ୍ଧ ଏସପି ରାହୁଲ ଗୋୟଲଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଏବଂ କନ୍ଧମାଳ ଏସପି ହରିଶା ବି. ସି.ଙ୍କୁ ଗଞ୍ଜାମ ଏସପି ଭାବେ ବଦଳି କରାଯାଇଛି। ଅନ୍ୟପଟେ ଭଦ୍ରକର ଅତିରିକ୍ତ ଏସପି କାଶ୍ୟପ ପାର୍ଥ ଜଗଦୀଶଙ୍କୁ ନବରଙ୍ଗପୁର ଏସପି ଏବଂ ରାୟଗଡ଼ାର ଅତିରିକ୍ତ ଏସପି ରମେନ୍ଦ୍ର ପ୍ରସାଦଙ୍କୁ କନ୍ଧମାଳ ଏସପି ଭାବେ ପଦୋନ୍ନତି ସହ ନୂଆ ଦାୟିତ୍ୱ ଦିଆଯାଇଛି।

ରାଜ୍ୟପାଳଙ୍କ ଏଡିସି କୁଲଦୀପ ମୀନାଙ୍କୁ ବୌଦ୍ଧ ଏସପି କରାଯାଇଥିବା ବେଳେ କଟକ ୟୁପିଡିର ଏସିପି ଅନନ୍ୟା ଅୱସ୍ତିଙ୍କୁ ରାଜ୍ୟପାଳଙ୍କ ନୂତନ ଏଡିସି ଭାବେ ଅବସ୍ଥାପିତ କରାଯାଇଛି। ଏହା ସହିତ ଓପିଏସ ଅଧିକାରୀମାନଙ୍କ ମଧ୍ୟରେ, କଟକ CID-CB ଏସପି ଶ୍ରୀ କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କୁ ସିଗନାଲ୍ସ ଏସପି, ଭୁବନେଶ୍ୱର STF ଏସପି ରବୀନ୍ଦ୍ର ନାଥ ଶତପଥୀଙ୍କୁ ବରଗଡ଼ ଏସପି, ସ୍ପେଶାଲ ବ୍ରାଞ୍ଚ ଏସପି କୃଷ୍ଣ ପ୍ରସାଦ ଦାସଙ୍କୁ ରାଉରକେଲା ଏସଆରପି ଏବଂ ଭୁବନେଶ୍ୱର-କଟକ ୟୁପିଡିର ଡିସିପି କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଛି।

ମଡକର ସନ୍ଦୀପ ସମ୍ପତ୍ତ ହେଲେ CID-CB ଡିଆଇଜି
CID-CB ଏସପି ଭାବେ ଖୋର୍ଦ୍ଧା ଏସ୍ ପି ବିବେକାନନ୍ଦ ଶର୍ମାଙ୍କୁ ନିଯୁକ୍ତି
CID-CB ଏସପି ପରମାର ସ୍ମିତ ହେଲେ ନୟାଗଡ ଏସପି
ରାୟଗଡ଼ା ଏସପି ସ୍ବାତୀ ଏସ. କୁମାର STF ଏସପି
ପ୍ରହ୍ଲାଦ ସହାୟ ମୀନଙ୍କୁ ଗଜପତି ଏସପି ଭାବରେ ବଦଳି
ସ୍ପେଶାଲ ବ୍ରାଞ୍ଚ ଏସ୍ ପି ରାଜ ପ୍ରସାଦଙ୍କୁ ରାୟଗଡ଼ା ଏସପି ଭାବେ ବଦଳି

Related posts

Leave a Comment