Education Main News Odisha Odisha News 

କେଜିରୁ ପିଜି ଯାଏଁ ଫି’ ଦ୍ୱନ୍ଦ୍ୱ ଦୂର ପାଇଁ SOP ଜାରି କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

କେଜିରୁ ପିଜି ପର୍ଯ୍ୟନ୍ତ ଫି’ ଦ୍ୱନ୍ଦ୍ୱ ସମାଧାନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରାଯାଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମନ୍ତ୍ରୀ କହିଛନ୍ତି, “ଟଙ୍କା ଅଭାବରୁ କୌଣସି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ”। ଫି’ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ସରକାର ଏକ SOP ଜାରି କରିଛନ୍ତି ଯାହା ସମସ୍ତ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରାଯିବ। SOP ର ମୁଖ୍ୟ ବିଷୟ କେଉଁ ଫି’ ସରକାର ଦେବେ ମନ୍ତ୍ରୀ କହିଛନ୍ତି ଯେ ଆଡ୍‌ମିଶନ ସମୟରେ ପିଲାଙ୍କଠାରୁ NCC, ଲାଇବ୍ରେରୀ, ରେଡ୍‌କ୍ରସ, ଆଇକାର୍ଡ, ସେମିଷ୍ଟର ଫି’ ଏବଂ କଲେଜର ଉନ୍ନତି ପାଇଁ ନିଆଯାଉଥିବା ଫି’ ସମେତ ବିଭିନ୍ନ ବାବଦର ଟଙ୍କା ଏବେଠାରୁ ରାଜ୍ୟ ସରକାର ସିଧାସଳଖ କଲେଜକୁ…

Read More
Art & Culture Lifestyle Odisha Odisha News Special Story 

ଶ୍ରୀଜୟଦେବଙ୍କ ସାଧନା ପୀଠ ଦଶାବତାର ମଠ ଯେଉଁଠି ଦଶାବତାରଙ୍କ ଦର୍ଶନ କରିଥିଲେ କବି

ଗୀତଗୋବିନ୍ଦର ରଚୟିତା ମହାକବି ଶ୍ରୀଜୟଦେବଙ୍କ ସାଧନାର ଅନ୍ୟତମ ପୀଠସ୍ଥଳୀ ହେଉଛି ଐତିହାସିକ ଦଶାବତାର ମଠ। ଶ୍ରୀଜୟଦେବ ଏଠାରେ ଧ୍ୟାନ ଅବସ୍ଥାରେ ଶ୍ରୀରାଧା ମାଧବଙ୍କ ଅପ୍ରାକୃତ ଲୀଳା ସହ ଭଗବାନଙ୍କ ଦଶାବତାର ରୂପ ସଂଦର୍ଶନ କରିଥିବା ଜନଶ୍ରୁତି ରହିଛି। ନାମର ସାର୍ଥକତା ମଠ ପରିସରରେ ଦଶାବତାର ବିରାଜମାନ କରୁଥିବାରୁ ଏହାର ନାମ “ଦଶାବତାର ମଠ” ରଖାଯାଇଛି। କିନ୍ତୁ ବର୍ତ୍ତମାନ ମଠ ପରିସରରେ ତିନି ଅବତାର ଅଦୃଶ୍ୟ ହୋଇଯାଇଥିବା କୁହାଯାଉଛି। ମଠର ଇତିହାସ ସମ୍ଭବତଃ ଶ୍ରୀଜୟଦେବଙ୍କ ପରେ କୌଣସି ରାମାନନ୍ଦୀ ଭକ୍ତ ଏହି ମଠକୁ ପ୍ରତିଷ୍ଠା କରିଥିଲେ। ତାଙ୍କ ଶିଷ୍ୟମାନେ ମହନ୍ତ ରୂପେ ମଠର ସେବା, ପୂଜା ଓ ପରିଚାଳନା ଦାୟିତ୍ୱ ବହନ କରି ଆସୁଥିଲେ। ଦ୍ୱାଦଶ ଶତାବ୍ଦୀରେ ତତ୍କାଳୀନ ଆଶ୍ରମ ତଥା କୁଡ଼ିଆ ଘରକୁ ତ୍ରୟୋଦଶ ଶତାବ୍ଦୀରେ ଜୟଦେବଙ୍କ ଅନୁଗାମୀମାନେ ମଠର ରୂପ ଦେଇଥିଲେ। ପରିଚାଳନାର ପରିବର୍ତ୍ତନ ୧୯୦୪…

Read More
Education Main News Odisha Odisha News 

ପାଠ୍ୟ ପୁସ୍ତକ ତ୍ରୁଟି ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପାଠ୍ୟ ପୁସ୍ତକ ତ୍ରୁଟି ଘଟଣା*କୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ *ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। କ’ଣ ନିର୍ଦ୍ଦେଶ ରହିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ SCERT ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ନିକଟରେ FIR ରୁଜୁ କରିବାକୁ କୁହାଯାଇଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବରୁ କ’ଣ ହୋଇଥିଲା ପୂର୍ବରୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଏହି ଘଟଣାର ତଦନ୍ତ କରିଥିଲା। ସେହି ରିପୋର୍ଟ ଆଧାରେ SCERTର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ଜଣ ଅଧିକାରୀଙ୍କୁ ସସ୍‌ପେଣ୍ଡ୍ କରାଯାଇଥିଲା। ଏହା ସହିତ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପାଠ୍ୟ ପୁସ୍ତକରେ ଥିବା ତ୍ରୁଟି ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରଭାବିତ କରୁଥିବାରୁ ସରକାର ଏହାକୁ ଅତ୍ୟନ୍ତ ଗୁରୁତର…

Read More
home Main News Odisha Odisha News 

ଆଉ ଜଣେ ଓଡ଼ିଶା କ୍ୟାଡର IPS ଙ୍କ ଇସ୍ତଫ ଟ୍ରେନିଂ ଚାଲିଥିବା ବେଳେ ଛାଡ଼ିଲେ ପଦ

ଜଗମୋହନ ମୀନାଙ୍କ ପରେ ଏବେ ଆଉ ଜଣେ ଓଡ଼ିଶା କ୍ୟାଡର IPS ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। 2025 ବ୍ୟାଚର IPS ଅଧିକାରୀ ସି.ଏ ରାମଦାସ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ବର୍ତ୍ତମାନ ହାଇଦ୍ରାବାଦର SVPNPA ରେ ଟ୍ରେନିଂ ନେଉଥିଲେ। କିଏ ଏହି ରାମଦାସ ମହାରାଷ୍ଟ୍ରର ବାସିନ୍ଦା ସି.ଏ ରାମଦାସଙ୍କୁ ନିକଟରେ ଓଡ଼ିଶା କ୍ୟାଡର IPS ଭାବେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ସେ ଟ୍ରେନିଂର ପ୍ରଥମ ପର୍ଯ୍ୟାୟରେ ଥିବାରୁ ଓଡ଼ିଶାରେ କୌଣସି ସ୍ଥାନରେ ଦାୟିତ୍ୱ ନିର୍ବାହ କରିନାହାନ୍ତି। ଟ୍ରେନିଂ ସମୟରେ ଇସ୍ତଫା ଦେବା ଯୋଗୁଁ ଓଡ଼ିଶା ପୋଲିସ ବିଭାଗକୁ ଆଉ ଜଣେ ଅଧିକାରୀଙ୍କ ଅଭାବ ଦେଖାଦେବ ବୋଲି ଆଲୋଚନା ହେଉଛି।

Read More
Education Main News Odisha Odisha News 

କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା ଏଡେଡ କଲେଜ ପାଇଁ ଖୁବ୍ ଶୀଘ୍ର SOP ଜାରି କରିବେ ସରକାର

ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏଡେଡ କଲେଜ ପରିଚାଳନା ଓ ଫି’ ଫେରସ୍ତକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ସରକାର ଖୁବ୍ ଶୀଘ୍ର SOP ଜାରି କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। କ’ଣ ରହିବ SOP ରେ ମନ୍ତ୍ରୀ କହିଛନ୍ତି, SOP ଆସିବା ପୂର୍ବରୁ ଛାତ୍ରଛାତ୍ରୀ, ଅଭିଭାବକ ଓ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା ଚାଲିଛି। ଛାତ୍ରଙ୍କ ଫି’ କ’ଣ ହେବ ପୂର୍ବରୁ ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ଯେଉଁ ଅର୍ଥ ପ୍ରଦାନ କରିସାରିଛନ୍ତି, ସେହି ଅର୍ଥ ସରକାର ବହନ କରିବେ। ଫଳରେ ଛାତ୍ରଛାତ୍ରୀଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡିବ ନାହିଁ। ଆର୍ଥିକ ସମସ୍ୟା ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ତାହା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ…

Read More
Main News Odisha Odisha News Rathyatra 2026 

ପୁରୀ ରଥଯାତ୍ରା ପାଇଁ 8ଟି ଅସ୍ଥାୟୀ ଚିକିତ୍ସାଳୟ, 1700 ଶୌଚାଳୟ ସ୍ଥାପନ

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା*କୁ ସୁପରିଚାଳିତ ଓ ନିରାପଦ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭକ୍ତଙ୍କ ସୁବିଧା ପାଇଁ *8ଟି ଅସ୍ଥାୟୀ ଚିକିତ୍ସାଳୟ ଓ 1700ଟି ଶୌଚାଳୟ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ମୁଖ୍ୟ ନିର୍ଦ୍ଦେଶ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ଗୁରୁତ୍ୱ ଦେଇଥିଲେ। କୌଣସି ପରିସ୍ଥିତିରେ ଯେପରି ଯୋଗଯୋଗ ବିଚ୍ଛିନ୍ନ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହ କର୍ଡନ ପରିଚାଳନା, ମହିଳା ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ-ପାନୀୟ ଜଳର ମାନ ଯାଞ୍ଚ, ଜରୁରୀକାଳୀନ ଇଭାକ୍ୟୁସନ ଓ…

Read More
Main News Odisha Odisha News 

ଶିଶୁ ଯୌନ ନିର୍ଯାତନା ଘଟଣା ଲୁଚାଇଲେ ଚାଲିବ ଆପରାଧିକ ମାମଲା: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ପୋକ୍ସୋ ଆକ୍ଟ ଅଧୀନରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, କୌଣସି ପୀଡ଼ିତ ଶିଶୁଠାରୁ ସିଧାସଳଖ ସୂଚନା ମିଳିବା ପରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ନିଜ ସ୍ତରରେ ଗୁପ୍ତ ଯାଞ୍ଚ କରି ପୁଲିସକୁ ନଜଣାଇ ପାରିବେ ନାହିଁ। ଏପରି କଲେ ତାହା ଦଣ୍ଡନୀୟ ଅପରାଧ। କ’ଣ ଥିଲା ମାମଲା ଆସାମର ଗୁଆହାଟୀ ସ୍ଥିତ ଏକ ସ୍କୁଲରେ 8 ବର୍ଷର ଜଣେ ଛାତ୍ରୀଙ୍କୁ ଜଣେ ସିନିୟର ଛାତ୍ର ଯୌନ ନିର୍ଯାତନା ଦେଇଥିଲା। ପୀଡ଼ିତା ଏନେଇ ନିଜ ଭଉଣୀ ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀ ପୋକ୍ସୋ ଆଇନ ଅନୁଯାୟୀ ତୁରନ୍ତ ପୁଲିସକୁ ଜଣାଇବା ପରିବର୍ତ୍ତେ ନିଜେ ଯାଞ୍ଚ କରିଥିଲେ। ଶିଶୁଟିର ଗୁପ୍ତାଙ୍ଗରେ କ୍ଷତ ଓ ଫୁଲା ଦେଖିବା ସହ ଅଭିଯୁକ୍ତ ଛାତ୍ରକୁ ପଚରାଉଚରା କରି ‘କିଛି…

Read More
Main News Odisha Odisha News 

ଜମି ଲିଜ୍ ରେକର୍ଡ଼ ରକ୍ଷଣାବେକ୍ଷଣରେ ଅବହେଳା ଚଳିବନି ରାଜସ୍ୱ ବିଭାଗର କଡ଼ା ନିର୍ଦ୍ଦେଶ

ଜମି ଲିଜ୍ ସମ୍ବନ୍ଧୀୟ ରେକର୍ଡ଼ର ସଠିକ୍ ରକ୍ଷଣାବେକ୍ଷଣ ଓ ନ୍ୟାୟାଳୟଙ୍କ ଆଦେଶ ପାଳନ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। କାହିଁକି ଏହି ନିର୍ଦ୍ଦେଶ ସମ୍ପ୍ରତି ଏକ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ରାୟ*କୁ ଦୃଷ୍ଟିରେ ରଖି ବିଭାଗ ସ୍ପଷ୍ଟ କରିଛି ଯେ, ଜମି ଲିଜ୍ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ଅନୁପାଳନ ସର୍ବୋଚ୍ଚ ଗୁରୁତ୍ୱ ପାଇବ। *କୌଣସି ପ୍ରକାର ଅବହେଳା ବା ବିଳମ୍ବକୁ ଗୁରୁତର ଭାବେ ବିବେଚନା କରାଯିବ। କ’ଣ କହିଛନ୍ତି ରାଜସ୍ୱ ସଚିବ ଜମି ଲିଜ୍ ସମ୍ପର୍କିତ ନ୍ୟାୟିକ ମାମଲାରେ ଆଇନସମ୍ମତ ନିଷ୍ପତ୍ତି, ସମୟବଦ୍ଧ କାର୍ଯ୍ୟାନୁଷ୍ଠାନ…

Read More
Main News Odisha Odisha News 

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଆଗୁଆ ପ୍ରସ୍ତୁତି

ରାଜ୍ୟରେ 2027 ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଆସନ୍ତା 21 ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ନୋଡାଲ୍ ଅଫିସର ମାନେ ଭାଗ ନେବେ। ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ଉପରେ ଏହି ବୈଠକରେ ଆଲୋଚନା ହେବ। କ’ଣ ରହିଛି ଏଜେଣ୍ଡା ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ନିର୍ବାଚନ ପୂର୍ବରୁ ଭୋଟର ତାଲିକା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏଥିସହ DC ବିଲ୍ ଓ Utilization Certificate ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ। ଆଗୁଆ ପ୍ରସ୍ତୁତି ମାଧ୍ୟମରେ ନିର୍ବାଚନରେ କୌଣସି ତ୍ରୁଟି ନ ରହିବା ପାଇଁ କମିଶନ ପକ୍ଷରୁ ସମସ୍ତ ଜିଲ୍ଲାକୁ…

Read More
Main News Odisha Odisha News 

ଆମ୍ବୁଲାନ୍ସରେ 3 ଘଣ୍ଟା ଅଟକି ରହି ମୃତ୍ୟୁ ହେଲା 11 ବର୍ଷର ନାବାଳିକା

କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ଉପରେ ଆମ୍ବୁଲାନ୍ସର ଚକ ପମ୍ପଚର ହୋଇ 3 ଘଣ୍ଟା ଅଟକି ରହିବା ଯୋଗୁଁ ଠିକ୍ ସମୟରେ ଚିକିତ୍ସା ମିଳିନପାରି ଜଣେ 11 ବର୍ଷର ନାବାଳିକାର ମୃତ୍ୟୁ ଘଟିଛି। କ’ଣ ଘଟିଥିଲା ସୂଚନା ଅନୁସାରେ, ନର୍ଲା ବ୍ଲକ୍ ତୁଳାପଡା ଗାଁର ରିୟା ନାୟକ (11) ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ତାଙ୍କୁ ଆଜି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ 108 ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା। କିନ୍ତୁ ରାସ୍ତାରେ ଗୋହିରାପଦର ରେଳଫାଟକ ନିକଟରେ ଆମ୍ବୁଲାନ୍ସର ଚକ ପମ୍ପଚର ହୋଇଯାଇଥିଲା। ସବୁଠାରୁ ବଡ କଥା ହେଲା ଆମ୍ବୁଲାନ୍ସରେ ରଖାଯାଇଥିବା ଅତିରିକ୍ତ ଚକ ମଧ୍ୟ ଖରାପ ଥିଲା। 3 ଘଣ୍ଟା ଧରି ରାସ୍ତାରେ…

Read More