କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା ଏଡେଡ କଲେଜ ପାଇଁ ଖୁବ୍ ଶୀଘ୍ର SOP ଜାରି କରିବେ ସରକାର
ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏଡେଡ କଲେଜ ପରିଚାଳନା ଓ ଫି’ ଫେରସ୍ତକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ସରକାର ଖୁବ୍ ଶୀଘ୍ର SOP ଜାରି କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।
କ’ଣ ରହିବ SOP ରେ
ମନ୍ତ୍ରୀ କହିଛନ୍ତି, SOP ଆସିବା ପୂର୍ବରୁ ଛାତ୍ରଛାତ୍ରୀ, ଅଭିଭାବକ ଓ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା ଚାଲିଛି।
- 662 ଓ 488 ବର୍ଗ କଲେଜକୁ କେଉଁ ଆଧାରେ ଅନୁଦାନ ଦିଆଯିବ ତାହା SOP ରେ ସ୍ପଷ୍ଟ କରାଯିବ।
- ଅନୁଦାନ ରାଶି ଏକାଥରେ ଦିଆଯିବ ନା ପର୍ଯ୍ୟାୟକ୍ରମେ ତାହା ମଧ୍ୟ ସ୍ପଷ୍ଟ ହେବ।
- କଲେଜ ପରିଚାଳନା ପାଇଁ କ’ଣ କ’ଣ ବ୍ୟବସ୍ଥା ରହିବ ତାହା ମଧ୍ୟ SOP ରେ ଉଲ୍ଲେଖ ରହିବ।
ଛାତ୍ରଙ୍କ ଫି’ କ’ଣ ହେବ
ପୂର୍ବରୁ ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ଯେଉଁ ଅର୍ଥ ପ୍ରଦାନ କରିସାରିଛନ୍ତି, ସେହି ଅର୍ଥ ସରକାର ବହନ କରିବେ। ଫଳରେ ଛାତ୍ରଛାତ୍ରୀଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡିବ ନାହିଁ।
ଆର୍ଥିକ ସମସ୍ୟା ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ତାହା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।
