Main News Odisha Odisha News Rathyatra 2026 

ପୁରୀ ରଥଯାତ୍ରା ପାଇଁ 8ଟି ଅସ୍ଥାୟୀ ଚିକିତ୍ସାଳୟ, 1700 ଶୌଚାଳୟ ସ୍ଥାପନ

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା*କୁ ସୁପରିଚାଳିତ ଓ ନିରାପଦ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭକ୍ତଙ୍କ ସୁବିଧା ପାଇଁ *8ଟି ଅସ୍ଥାୟୀ ଚିକିତ୍ସାଳୟ ଓ 1700ଟି ଶୌଚାଳୟ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକର ମୁଖ୍ୟ ନିର୍ଦ୍ଦେଶ

ବୈଠକରେ ମୁଖ୍ୟମନ୍ତ୍ରୀ ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ଗୁରୁତ୍ୱ ଦେଇଥିଲେ। କୌଣସି ପରିସ୍ଥିତିରେ ଯେପରି ଯୋଗଯୋଗ ବିଚ୍ଛିନ୍ନ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଏହାସହ କର୍ଡନ ପରିଚାଳନା, ମହିଳା ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ-ପାନୀୟ ଜଳର ମାନ ଯାଞ୍ଚ, ଜରୁରୀକାଳୀନ ଇଭାକ୍ୟୁସନ ଓ ପାଣିପାଗ ଅନୁଯାୟୀ ପଦକ୍ଷେପ ନେବାକୁ କୁହାଯାଇଛି।

କ’ଣ ରହିଛି ବ୍ୟବସ୍ଥା

  • ସୁରକ୍ଷା: 473ଟି CCTV କ୍ୟାମେରା, ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର
  • ସୂଚନା: 65ଟି ବଡ LED ସ୍କ୍ରିନ୍ – ଓଡିଆ, ହିନ୍ଦୀ, ଇଂରାଜୀରେ ସୂଚନା, ବଲ୍କ ମେସେଜ୍ ବ୍ୟବସ୍ଥା
  • ସଞ୍ଚାର: 16ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ମୋବାଇଲ ଟାୱାର
  • ସ୍ୱାସ୍ଥ୍ୟ: 8ଟି ଅସ୍ଥାୟୀ ହସ୍ପିଟାଲ
  • ଶୌଚାଳୟ: 1700ଟି ବାୟୋ-ଟଏଲେଟ୍, ପ୍ରତି 5ଟି ପାଇଁ ଜଣେ ସ୍ୱେଚ୍ଛାସେବୀ
  • ଅନ୍ୟାନ୍ୟ: ପାର୍କିଂ, ବଡଦାଣ୍ଡରେ ହାଇମାକ୍ସ ଲାଇଟ୍, ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ସହାୟତା କେନ୍ଦ୍ର, ଅଧିକ ନିର୍ଗମନ ଦ୍ୱାର

ଚଳିତ ବର୍ଷ ରଥଯାତ୍ରା ପାଇଁ 300ରୁ ଅଧିକ ସ୍ପେସାଲ ଟ୍ରେନ୍ ଚଳାଚଳ କରିବ। ସେଥିପାଇଁ ଟ୍ରେନ୍ ଅନୁଯାୟୀ ଭକ୍ତଙ୍କ ଆଗମନ ଓ ଭିଡ ନିୟନ୍ତ୍ରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ, ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, DGP ୱାଇ.ବି. ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଗତ 6 ତାରିଖରେ ପୁରୀରେ ସମୀକ୍ଷା କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ପୁଣି ଥରେ ବିସ୍ତୃତ ସମୀକ୍ଷା କରିଛନ୍ତି।

Related posts

Leave a Comment