Main News Odisha Odisha News 

ଶିଶୁ ଯୌନ ନିର୍ଯାତନା ଘଟଣା ଲୁଚାଇଲେ ଚାଲିବ ଆପରାଧିକ ମାମଲା: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ପୋକ୍ସୋ ଆକ୍ଟ ଅଧୀନରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, କୌଣସି ପୀଡ଼ିତ ଶିଶୁଠାରୁ ସିଧାସଳଖ ସୂଚନା ମିଳିବା ପରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ନିଜ ସ୍ତରରେ ଗୁପ୍ତ ଯାଞ୍ଚ କରି ପୁଲିସକୁ ନଜଣାଇ ପାରିବେ ନାହିଁ। ଏପରି କଲେ ତାହା ଦଣ୍ଡନୀୟ ଅପରାଧ। କ’ଣ ଥିଲା ମାମଲା ଆସାମର ଗୁଆହାଟୀ ସ୍ଥିତ ଏକ ସ୍କୁଲରେ 8 ବର୍ଷର ଜଣେ ଛାତ୍ରୀଙ୍କୁ ଜଣେ ସିନିୟର ଛାତ୍ର ଯୌନ ନିର୍ଯାତନା ଦେଇଥିଲା। ପୀଡ଼ିତା ଏନେଇ ନିଜ ଭଉଣୀ ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀ ପୋକ୍ସୋ ଆଇନ ଅନୁଯାୟୀ ତୁରନ୍ତ ପୁଲିସକୁ ଜଣାଇବା ପରିବର୍ତ୍ତେ ନିଜେ ଯାଞ୍ଚ କରିଥିଲେ। ଶିଶୁଟିର ଗୁପ୍ତାଙ୍ଗରେ କ୍ଷତ ଓ ଫୁଲା ଦେଖିବା ସହ ଅଭିଯୁକ୍ତ ଛାତ୍ରକୁ ପଚରାଉଚରା କରି ‘କିଛି…

Read More