ସାଇକେଲରେ ଚାରିଧାମ ଯାତ୍ରା: ଭକ୍ତି ଓ ଇଚ୍ଛାଶକ୍ତିର ଜୀବନ୍ତ ଉଦାହରଣ ପାଲଟିଲେ ମହାରାଷ୍ଟ୍ରର ସନ୍ତୋଷ ରାଓତ
ରାମପୁର ଥାନା ଅନ୍ତର୍ଗତ ଗଜବନ୍ଧ ଗ୍ରାମ*ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କୌଣସି *ଅପମିଶ୍ରିତ ପାନୀୟ ପିଇବା ଯୋଗୁଁ ଗୋଟିଏ ପରିବାର ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଉଛି।
କ’ଣ ଘଟିଲା
ଗଜବନ୍ଧ ଗ୍ରାମର ଏକ ପରିବାରର ବଡ଼ ଭାଇଙ୍କ ଝିଅର ଭାତଖୁଆଣି ଥିବାରୁ ଉତ୍ସବ ମନାଉଥିଲେ। ସେହି ସମୟରେ ପରିବାରର ୩ ଭାଇଙ୍କ ମଧ୍ୟରୁ ସାନ ଭାଇ ସନ୍ତୋଷ ରାଜହଂସ(୫୦) ଓ ତେଜରାଜ ରାଜହଂସ(୫୨) ହଠାତ୍ ଛାତି ଜଳୁଛି ବୋଲି ଚିତ୍କାର କରିଥିଲେ।
ସନ୍ତୋଷ ଗୋଡ଼ଭଗା ସମବାୟ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନା*କୁ ଆଣିଥିଲେ। ସେଠାରେ ଡାକ୍ତର *ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ। ତେଜରାଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା*କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ *ରାସ୍ତାରେ ବରପାଲି ଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ବିସଲେରି ବୋତଲ ଜବତ
ଡାକ୍ତରଖାନାକୁ ଆସିବା ବେଳେ ପରିବାର ଲୋକଙ୍କ ହାତରେ ଗୋଟିଏ ବିସଲେରି ପାଣି ବୋତଲରେ କିଛି ଧଳା ପାନୀୟ ଥିବା ଏବଂ ସେଥିରୁ ଉତ୍କଟ ଗନ୍ଧ ଆସୁଥିବା ଡାକ୍ତରଖାନା କର୍ମଚାରୀଙ୍କଠାରୁ ଜଣାପଡ଼ିଛି।
ଖବର ପାଇ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସେହି ବିସଲେରି ବୋତଲକୁ ଜବତ କରିଛି।
ପୁଲିସ ତଦନ୍ତ ଜାରି
ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଇଆଇସି ବିନୋଦିନୀ ବେହେରାଙ୍କ ତତ୍ତ୍ୱାବଧାନରେ ASI ଜି. ଭରାସାଗର ଓ ASI ଏନ.ସି ବାରିକ ତଦନ୍ତ ଦାୟିତ୍ୱ ନେଇଛନ୍ତି।
ସନ୍ତୋଷଙ୍କ ମୃତଦେହକୁ ଖେଦାପାଲି ଓ ତେଜରାଜଙ୍କ ମୃତଦେହକୁ ବିନିକା ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।
ଏହି ଘଟଣା ପରେ ସମଗ୍ର ଗଜବନ୍ଧ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
