ବୁରାତାଲ ଅଞ୍ଚଳରୁ ବ୍ରହ୍ମପୁର ପୋଲିସ ଦୁଇଟି ବାଘ ଚମଡ଼ା ଜବତ କରିବା ସହ ୨ ଅଭିଯୁକ୍ତ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ କେଶବା ଜମାଦାର ଓ ବୀରା ଜମାଦାର । ଏଥିସହ ଅଭିଯୁକ୍ତ କେଶବା ଜମାଦାରଙ୍କଠାରୁ ଦୁଇଟି ଜୀବନ୍ତ ହାତ ତିଆରି ବୋମା ଏବଂ ଅଭିଯୁକ୍ତ ବୀରା ଜମାଦାରଙ୍କଠାରୁ ଗୋଟିଏ ଖଣ୍ଡା ଜବତ କରିଛି ପୁଲିସ।
Read MoreMonth: June 2026
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଅଫିସ୍ ସହ ଘରେ ରେଡ୍
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଅଫିସ୍ ସହ ଘରେ ରେଡ୍ ଜାରି ରଖିଛି । ଚଢ଼ାଉ ବେଳେ ବାବୁଙ୍କ ବ୍ୟାଙ୍କ୍ ଲକର୍ରୁ ମିଳିଛି ୨ କୋଟି ଟଙ୍କା । ଯାହାକୁ ଗଣିବା ଲାଗି ବ୍ୟାଙ୍କର ଟଙ୍କା ଗଣିବା ମେସିନ୍କୁ ନିୟୋଜିତ କରାଯାଇଛି ।ଭିଜିଲାନ୍ସ ରେଡ୍ ବେଳେ ବୈକୁଣ୍ଠଙ୍କ ୫ଟି ରାଜକୀୟ ବହୁତଳ କୋଠା ସହ ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ପାଇଛି । ଘରୁ ମିଳିଛି ନଗଦ ୨ ଲକ୍ଷ ୬୬ ଲକ୍ଷ ଟଙ୍କା । ଏହା ପରେ ଭିଜିଲାନ୍ସ ବୈକୁଣ୍ଠଙ୍କ ବ୍ଯାଙ୍କ୍ ଲକର୍ ଯାଞ୍ଚ କରିଛି ।ବୈକୁଣ୍ଠ ଓ ତାଙ୍କ ପତ୍ନୀଙ୍କ ନାଁରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ଏବଂ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଲକର୍ରେ ଭିଜିଲାନ୍ସ ରେଡ୍ କରିଛି । ରେଡ୍…
Read Moreଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ନରୱେ ଚେସ୍ରେ ବିଜେତା ହୋଇ ରଚିଲେ ଇତିହାସ
ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ନୂଆ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ନରୱେ ଚେସ୍ରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ଏଠାରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ଦଶମ ତଥା ଶେଷ ରାଉଣ୍ଡରେ ପ୍ରଜ୍ଞାନନ୍ଦ ଜର୍ମାନୀର ଭିନସେଣ୍ଟ୍ କିମର୍ଙ୍କୁ ପରାସ୍ତ କରି ଦେଇଥିଲେ। ଏହି ବିଜୟ ସହ ୨୦ ବର୍ଷୀୟ ପ୍ରଜ୍ଞାନନ୍ଦ ମୋଟ ୧୮ ପଏଣ୍ଟ୍ ପାଇ ଟେବୁଲର ଶୀର୍ଷରେ ରଥିଲେ। ଏଥିସହ ସେ ଆମେରିକାର ୱେସ୍ଲେ ସୋ’ଙ୍କୁ ପଛରେ ପକାଇ ଟ୍ରଫି ଜିତିବାର ସଫଳ ହୋଇଥିଲ। ୯ ରାଉଣ୍ଡ ପର୍ଯ୍ୟନ୍ତ ପଏଣ୍ଟ୍ ଟେବୁଲର ଶୀର୍ଷ ସ୍ଥାନରେ ରହିଆସୁଥିବା ୱେସ୍ଲେ କିନ୍ତୁ ଶେଷ ରାଉଣ୍ଡରେ ଫ୍ରାନ୍ସର ଅଲୀରେଜା ଫିରୌଜାଙ୍କ ସହ ଡ୍ର’ ରଖିବା ମହଙ୍ଗା ପଡ଼ିଥିଲା।
Read Moreବଢ଼ିପାରେ ସ୍କୁଲ ଖରାଛୁଟିଅବଧି : ମନ୍ତ୍ରୀ
ଖରାଛୁଟିର ଅବଧି ବଢ଼ିବା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀଖରା ସ୍ଥିତି ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବଖରା ନ କମିଲେ ସ୍କୁଲ ଛୁଟି ବଢ଼ିପାରେ କହିଲେ ମନ୍ତ୍ରୀଜୁନ୍ ୨୨ରେ ସ୍କୁଲ ଖୋଲାଯିବା ନେଇ ପୂର୍ବରୁ ହୋଇଥିଲା ଘୋଷଣା
Read Moreଖୁବଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍
-ଦେଶରେ ଏବେ କାଗଜ ନୋଟ୍ ବଦଳରେ ଆସିବ ପ୍ଲାଷ୍ଟିକ୍ ନୋଟ୍-ଖୁବଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ଆସିବା ନେଇ RBI ଗଭର୍ଣ୍ଣରଙ୍କ ସୂଚନା-୧୦ ବର୍ଷ ତଳେ RBI ଦେଇଥିବା ପ୍ରସ୍ତାବ ପ୍ରାଥମିକ ପର୍ଯ୍ୟାୟରେ ଅଛି-କାଗଜ ନୋଟ୍ ମୁଦ୍ରଣରେ ଅଧିକ ଖର୍ଚ୍ଚ ହେଉଥିବାରୁ ଏଭଳି ନିଷ୍ପତ୍ତି-ପ୍ରଥମେ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ଆଣିବାକୁ ଯୋଜନା-ପରୀକ୍ଷାମୂଳକ ଭାବେ କିଛି ବଛାବଛା ସହରରେ ପ୍ରଥମେ ପ୍ରଚଳନ ହେବ-ସଫଳ ହେଲେ ପୂରା ଦେଶରେ ପ୍ରଚଳନ ହେବ ପ୍ଲାଷ୍ଟିକ୍ ନୋଟ୍-ଏହା ୱାଟରପ୍ରୁଫ୍ ରହିବ, ଫଳରେ କାଗଜ ନୋଟ୍ ତୁଳନାରେ ଅଧିକ ଦିନ ତିଷ୍ଠିବ
Read More୮ରୁ ଚାଉଳକଳ ମାଲିକଙ୍କ ଧର୍ମଘଟ
-ଆସନ୍ତା ୮ ତାରିଖରୁ ରାଜ୍ୟରେ ଚାଉଳକଳ ମାଲିକଙ୍କ ଧର୍ମଘଟ-ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ର ବଡ଼ ଘୋଷଣା-ଧର୍ମଘଟ ସମୟରେ ମଣ୍ଡିରୁ ଧାନ ଉଠାଇବେନି ମିଲର୍ସ-FCI ଓ RRC ଡିପୋକୁ CMR ଯୋଗାଣ ମଧ୍ୟ ବନ୍ଦ ରହିବ-ଦୀର୍ଘଦିନର ଦାବି ପୂରଣ ନ ହେବାରୁ ଆନ୍ଦୋଳନ ନିଷ୍ପତ୍ତି-ଦାବି ପୂରଣ ହେବା ପର୍ଯ୍ୟନ୍ତ ଜାରି ରହିବ ଧର୍ମଘଟ-ତୁରନ୍ତ ହସ୍ତକ୍ଷେପ ପାଇଁ ସରକାରଙ୍କୁ ଆହ୍ୱାନ
Read Moreସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର
– ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଦକ୍ଷତା ପ୍ରଶିକ୍ଷଣ, ପ୍ରସ୍ତୁତ ହେଲା ରୋଡମ୍ୟାପ୍– ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଳିବ ଦକ୍ଷତା ପ୍ରଶିକ୍ଷଣ– ବିଭିନ୍ନ ବିଭାଗକୁ ଶୀଘ୍ର ଟ୍ରେଡ୍ ଭିତ୍ତିକ ପ୍ରଶିକ୍ଷଣ ତଥ୍ୟ ଓ କ୍ୟାଲେଣ୍ଡର ଦେବାକୁ ନିର୍ଦ୍ଦେଶ– ଆଗ୍ରହୀ ହିତାଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଯୋଗାଇ ଦିଆଯିବ ଦକ୍ଷତା ବିକାଶ ପ୍ରଶିକ୍ଷଣ
Read Moreଶିକ୍ଷକ ପଦୋନ୍ନତି ବାତିଲ ଓ ନିର୍ଦ୍ଦେଶକଙ୍କ ନିଳମ୍ବନ ଦାବି କଲା ବିଜେଡ଼ି
ଶିକ୍ଷକ ପଦୋନ୍ନତି ବାତିଲ ଓ ନିର୍ଦ୍ଦେଶକଙ୍କ ନିଳମ୍ବନ ଦାବି କଲା ବିଜେଡ଼ି
Read Moreବାଲିଅନ୍ତା ପୂର୍ବତନ IICଙ୍କୁ NHRCର ଜେରା
-ସୌମ୍ୟ ହତ୍ୟା: ଚତୁର୍ଥ ଦିନରେ NHRC ଛାନଭିନ୍ ଜାରି-ବାଲିଅନ୍ତା ଥାନାର ତତ୍କାଳୀନ IIC ଅନିଲ ପରିଡ଼ାଙ୍କୁ ଜେରା-ଅଭିଯୋଗକାରିଣୀ ଯୁବତୀ ମଧ୍ୟ NHRCରେ ହାଜର-ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି NHRC
Read Moreକେରଳମ୍ ଛୁଇଁଲା ମୌସୁମୀ ବାୟୁ
-କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ-ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା-ଏଥର ବିଳମ୍ବରେ କେରଳମ୍ ଛୁଇଁଛି ମୌସୁମୀ ବାୟୁ-ମେ’୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD
Read More