Category: Uncategorized
ତେଲ ଦରରେ ଲାଗିଛି ନିଆଁ
ତେଲ ଦରରେ ଲାଗିଛି ନିଆଁ। ଗତ ୧୦ ଦିନ ମଧ୍ୟରେ ତିନିଥର ବଢିଲାଣି ଦର। ୩ ଥରରେ ବଢ଼ିଲାଣି ୫ରୁ ଅଧିକ ଟଙ୍କା। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦରରେ ବୃଦ୍ଧି ହେଉଛି ଏବଂ ତୈଳ କମ୍ପାନୀ କ୍ଷତି ସହୁଥିବା କହୁଛନ୍ତି। ଏପରିକି ଆଗକୁ ବି ଦର ବୃଦ୍ଧି ଟ୍ରେଣ୍ଡ ଜାରି ରହିପାରେ। ଏଭଳି ସ୍ଥିତିରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରି ଖାଉଟିଙ୍କ ବୋଝ ହାଲକା କରିବାକୁ ଦାବି ଉଠିଛି। ପେଟ୍ରୋଲ ଉପରେ ୨୮ ପ୍ରତିଶତ ଏବଂ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ୍ ଲଗାଇଛନ୍ତି ରାଜ୍ୟ ସରକାର। ତୈଳ କଂପାନୀଙ୍କ କହିବା କଥା, ବର୍ତ୍ତମାନ ସେମାନଙ୍କୁ ପେଟ୍ରୋଲ ଲିଟର ପିଛା ୩୦ ଟଙ୍କା ଆଉ ଡିଜେଲରେ ପ୍ରାୟ ୮୦ ଟଙ୍କା ପ୍ରତି ଲିଟର କ୍ଷତି ସହିବାକୁ ପଡୁଛି।…
Read Moreଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ
ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ । ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ ଏବଂ ଓପିଏସ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି। ନବରଙ୍ଗପୁର ଏସପି ମଡକର ସନ୍ଦୀପ ସମ୍ପତଙ୍କୁ କଟକ CID-CBର ଡିଆଇଜି ଭାବେ ବଦଳି କରାଯାଇଛି। ସେହିପରି କଟକ CID-CB ଏସପି ପରମାର ସ୍ମିତ ପରଷୋତ୍ତମଦାସଙ୍କୁ ନୟାଗଡ଼ ଏସପି, ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମାଙ୍କୁ କଟକ CID-CB ଏସପି, ରାୟଗଡ଼ ଏସପି ସ୍ୱାତୀ ଏସ. କୁମାରଙ୍କୁ ଭୁବନେଶ୍ୱର STF ଏସପି ଏବଂ ବରଗଡ଼ ଏସପି ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଏସପି ଭାବେ ନିଯୁକ୍ତି ମିଳିଛି। ସେହିପରି ନୟାଗଡ଼ ଏସପି ଏସ. ସୁଶ୍ରୀଙ୍କୁ ଭିଜିଲାନ୍ସ ଏସପି, ସ୍ପେଶାଲ ବ୍ରାଞ୍ଚ ଏସପି ରାଜ ପ୍ରସାଦଙ୍କୁ ରାୟଗଡ଼ ଏସପି, ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସପି, ବୌଦ୍ଧ ଏସପି ରାହୁଲ ଗୋୟଲଙ୍କୁ…
Read More୩୮ ଲକ୍ଷ ଠକେଇ: ADO PEO ନିଲମ୍ବିତ
-କନ୍ଧମାଳ: ୩୮ ଲକ୍ଷ ଠକେଇ ଅଭିଯୋଗରେ ADO, PEO ନିଲମ୍ବିତ-ମନରେଗା ଅଧୀନରେ ପୋଖରୀ ଖୋଳାରେ ହୋଇଥିଲା ତୋଷାରପାତ-ଧରାକୋଟ ପଞ୍ଚାୟତ ADO ଓ PEOଙ୍କୁ ଜିଲ୍ଲାପାଳଙ୍କ ନିଲମ୍ବନ-ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରିବା ପାଇଁ ଜିଲ୍ଲାପାଳଙ୍କ ସୁପାରିଶ
Read Moreମେ ୩୧ରେ B Ed ପ୍ରବେଶିକା ପରୀକ୍ଷା
⭕📍ମେ ୩୧ରେ B Ed ପ୍ରବେଶିକା ପରୀକ୍ଷା…
Read Moreବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା- ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା
– ବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା– ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା– ତୁରନ୍ତ ପଦକ୍ଷେପ ନେବାକୁ ଦାବି କଲେ ନବୀନ– ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଦାବି– ‘ରାଜ୍ୟରେ ଆଇନଶୃଙ୍ଖଳା ଦ୍ରୁତ ଅବନତି ଘଟୁଛି’– ‘ବିଜେପି ସମର୍ଥିତ ଦୁର୍ବୃତ୍ତ ଏଭଳି ଆକ୍ରମଣ କରିଛନ୍ତି’– ଗତକାଲି ତିଗିରିଆରେ ରାଜା ସ୍ବାଇଁଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା
Read Moreମନଇଚ୍ଛା ବଦଳି ଉପରେ ରୋକ୍ ଲଗାଇବାକୁ କଡ଼ା ନିର୍ଦ୍ଦେଶ
ମନଇଚ୍ଛା ବଦଳି ଉପରେ ରୋକ୍ ଲଗାଇବାକୁ କଡ଼ା ନିର୍ଦ୍ଦେଶ-ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି-ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ ବଦଳି ପ୍ରକିୟା-ସଚିବାଳୟ ଓ ନିର୍ଦ୍ଦେଶାଳୟରେ ୩ ବର୍ଷ ରହିପାରିବେନି ଅଫିସର୍-ବ୍ଲକ୍ କିମ୍ବା ତହସିଲରେ ୬ ବର୍ଷ ରହିପାରିବେନି ଗ୍ରୁପ୍ C ଅଫିସର୍-ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ଥିଲେ ନିଜ ଜିଲ୍ଲାକୁ ବଦଳି ହୋଇପାରିବେନି
Read Moreଜିଲ୍ଲା ଶିକ୍ଷା ବିଭାଗର ଖାମଖିଆଲି ନୀତି: ଠିକ୍ ସମୟରେ ମିଳୁନି ଦରମା, ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ନୟାଗଡ଼, ୨୩/୫ :ରାଜ୍ୟ ଓ କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷାଦାନ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଥିବା ବେଳେ, ଏହାର ସଫଳ ରୂପାୟନ କରୁଥିବା ଶିକ୍ଷକ ସମାଜ ପ୍ରତି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗର ଆଭିମୁଖ୍ୟ ନୈରାଶ୍ୟଜନକ ହୋଇପଡ଼ିଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୨ ହଜାରରୁ ଉର୍ଦ୍ଧ୍ୱ ମାଧ୍ୟମିକ ଶିକ୍ଷକମାନଙ୍କୁ ଦୀର୍ଘ ଦିନ ହେବ ନିୟମିତ ଓ ଠିକ୍ ସମୟରେ ଦରମା ମିଳୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଜିଲ୍ଲାର ଶିକ୍ଷକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନଙ୍କ ମଧ୍ୟରେ ଗଭୀର ମାନସିକ ସ୍ଥିତି ଉପଜିଛି, ଯାହାର ସିଧାସଳଖ ପ୍ରଭାବ ସ୍କୁଲଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥା ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି। ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଅନୁସାରେ, ପ୍ରତ୍ୟେକ ସରକାରୀ କର୍ମଚାରୀ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ପାଇବାକୁ ହକଦାର।…
Read More