ଯାନ୍ତ୍ରିକ ତ୍ରୁଟି ପାଇଁ ପାକିସ୍ତାନ ସୀମା ଭିତରକୁ ପଶିଗଲା ଭାରତୀୟ ବିମାନ

ଯାନ୍ତ୍ରିକ ତ୍ରୁଟି ପାଇଁ ପାକିସ୍ତାନ ସୀମା ଭିତରକୁ ପଶିଗଲା ଭାରତୀୟ ବିମାନ। ଗତ ସୋମବାର ରାତିରେ ଦିଲ୍ଲୀରୁ ଅମୃତସର ଯାଉଥିଲା ଏୟାର ଇଣ୍ଡିଆର ବିମାନ AI-479 । ଏହି ସମୟରେ ବିମାନଟି ମଝି ଆକାଶରେ ଏକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା, ଯାହା ଫଳରେ ବିମାନଟି ଏହାର ନିର୍ଦ୍ଧାରିତ ମାର୍ଗରୁ ବିଚ୍ୟୁତ ହୋଇ ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରିଥିଲା। ପାକିସ୍ତାନ ବିମାନ ଟ୍ରାଫିକ୍ କର୍ତ୍ତୃପକ୍ଷଙ୍କ ଠାରୁ ଏକ ଚେତାବନୀ ପାଇବା ପରେ ପାଇଲଟ୍ ଏହା ବିଷୟରେ ଜାଣିବାକୁ ପାଇଥିଲେ ବୋଲି ଜଣାପଡ଼ିଛି, ଯାହା ପରେ ବିମାନଟି ୟୁ-ଟର୍ଣ୍ଣ ନେଇ ଭାରତୀୟ ବାୟୁସୀମାକୁ ଫେରି ଆସିଥିଲା। ଏହି ଘଟଣା ସାଧାରଣ ନୁହେଁ, କାରଣ ବିମାନ ଯେଉଁ ବାୟୁସୀମାରେ ପ୍ରବେଶ କରିଥିଲା ତାହା ବର୍ତ୍ତମାନ ଭାରତୀୟ ବିମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ଅଛି