Main News Odisha Odisha News 

ନର୍ସଙ୍କ ଭୁଲରେ ନୀରିହ ଶିଶୁ ଅନ୍ଧ ଆଖିରେ ନାଜାଲ ଡ୍ରପ୍ ପକାଇଦେବାରୁ ଦୃଷ୍ଟିଶକ୍ତି ଗଲା

ଡାକ୍ତରଖାନାରେ ସ୍ୱାସ୍ଥ୍ୟକର୍ମୀଙ୍କ ବେପରୁଆ କାମ ଯୋଗୁଁ ଜଣେ କୁନି ଶିଶୁ ସବୁଦିନ ପାଇଁ ଦୃଷ୍ଟିହୀନ ହୋଇଯାଇଛି। ଏପରି ହୃଦୟବିଦାରକ ଘଟଣା ମଧ୍ୟପ୍ରଦେଶର ସାଗର ଜିଲ୍ଲା ଭୁଷା କମଲପୁର ଗାଁରେ ଘଟିଛି। ଅଭିଯୋଗ ଅନୁଯାୟୀ, ଗାଁର ବିନୟ ବିଶ୍ୱକର୍ମାଙ୍କ ପୁଅର ଭୀଷଣ ଜ୍ୱର, ଥଣ୍ଡା ଓ କଫ ହୋଇଥିବାରୁ ତାକୁ ନେଇ ବନ୍ଦା ସିଭିଲ ହସ୍ପିଟାଲ ଯାଇଥିଲେ। ଓପିଡିରେ ଡାକ୍ତର କଫ ପାଇଁ ନାଜାଲ ଡ୍ରପ୍, ଜ୍ୱର ପାଇଁ ପାରାସିଟାମଲ୍ ଏବଂ ଆଖି ପାଇଁ ଡ୍ରପ୍ ଲେଖିଥିଲେ। ପିଲାର ଅବସ୍ଥା ଗୁରୁତର ଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା। କିନ୍ତୁ ଡ୍ୟୁଟିରେ ଥିବା ଜଣେ ନର୍ସ ବଡ ଭୁଲ କରିବସିଲେ। ସେ ନାଜାଲ ଡ୍ରପ୍‌କୁ ପିଲାର ଆଖିରେ ପକାଇ ଦେଇଥିଲେ। କିଛି ମିନିଟ୍ ମଧ୍ୟରେ ପିଲାର ଅବସ୍ଥା ବିଗିଡିବାରେ ଲାଗିଲା ଏବଂ ସେ ଆଖିରେ ଦେଖିପାରୁନଥିଲା। ତୁରନ୍ତ…

Read More
Main News Odisha Odisha News 

କାର୍ଯ୍ୟକାରୀ ହେବ ପେଶା ଆଇନ

ରାଜ୍ୟରେ ଖୁବଶୀଘ୍ର ପେଶା ଆଇନ କାର୍ଯ୍ୟକାରୀ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା କ୍ୟାବିନେଟ୍‌ରେ ପେଶା ଆଇନ ପ୍ରସ୍ତାବ ଆଗତ କରାଯିବ। ପେଶା ଆଇନକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା କରାଯାଇସାରିଛି। ସମସ୍ତଙ୍କ ମତ ନେଇ ପ୍ରସ୍ତୁତି ସମସ୍ତଙ୍କ ସୁବିଧା ଏବଂ ସୁହାଇଲା ଭଳି ଆଇନ ପ୍ରସ୍ତୁତ କରିବା ପାଇଁ ସରକାର ସବୁ ପକ୍ଷଙ୍କ ସହ ଚର୍ଚ୍ଚା କରିଛନ୍ତି। ପେଶା ଆଇନକୁ ନେଇ କୌଣସି ତ୍ରୁଟି ନ ରହିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପେଶା ଆଇନ କାର୍ଯ୍ୟକାରୀ ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗ୍ରାମ ସଭାକୁ ଜମି, ଜଙ୍ଗଲ, ଜଳ ଓ ଅନ୍ୟାନ୍ୟ…

Read More
Main News Odisha Odisha News 

ଜମି କିଣା-ବିକା ହେବ ସମ୍ପୂର୍ଣ୍ଣ କ୍ୟାସଲେସ୍‌ ରାଜସ୍ୱ ମନ୍ତ୍ରୀଙ୍କ ବଡ ଘୋଷଣା

ରାଜ୍ୟରେ ଏଣିକି ଜମି କିଣା-ବିକା ସମ୍ପୂର୍ଣ୍ଣ ଭାବେ କ୍ୟାସଲେସ୍‌ ହେବ। ଜମି ପଞ୍ଜୀକରଣ କ୍ଷେତ୍ରରେ ଦୁର୍ନୀତି ଓ ଦଲାଲ ରାଜ୍‌କୁ ରୋକିବା ପାଇଁ ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ଜମି ରେଜିଷ୍ଟ୍ରେସନ ବେଳେ ଗୋଟିଏ ପଇସା ବି କ୍ୟାସ୍‌ରେ ଟ୍ରାଞ୍ଜାକ୍ସନ ହେବ ନାହିଁ। ସମସ୍ତ କାରବାର ଅନଲାଇନ୍ ଓ ଡିଜିଟାଲ ମାଧ୍ୟମରେ ହେବ। ପୂର୍ବରୁ 15 ହଜାର ଟଙ୍କା ଯାଏଁ କ୍ୟାସ୍‌ କାରବାର କରିବାର ବ୍ୟବସ୍ଥା ଥିଲା। ଦଲାଲ ମୁକ୍ତ ହେବ ରେଜିଷ୍ଟ୍ରେସନ ଅଫିସ୍ ଜମି ପଞ୍ଜୀକରଣ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ସାଧାରଣ ଲୋକଙ୍କୁ ବହୁ ସୁବିଧା ମିଳିବ। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏଣିକି ବାରମ୍ବାର ରେଜିଷ୍ଟ୍ରେସନ…

Read More
Education Odisha Odisha News 

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ପେଶା ଆଇନ: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସୂଚନା

ରାଜ୍ୟରେ ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ଜାଲ୍ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସରକାର ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଉକ୍ତ ପତ୍ରଟି ସମ୍ପୂର୍ଣ୍ଣ ଜାଲ୍, ମନଗଢା ଓ ଅନଧିକୃତ ବୋଲି କୁହାଯାଇଛି। ସମ୍ପ୍ରତି ଅର୍ଥ ବିଭାଗର ପତ୍ର ସଂଖ୍ୟା 10911/F, ତାରିଖ 24.04.2026 ନାମରେ ଏକ ଜାଲ୍ ପତ୍ର ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି। ଏହାକୁ ଆଧାର କରି କେତେକ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହୋଇଛି। ଜାଲ୍ ପତ୍ରରେ କ’ଣ ଦାବି ହୋଇଥିଲା ଉକ୍ତ ଜାଲ୍ ପତ୍ରରେ ଓସେପା ଅଧୀନରେ 7234ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ସହ ପ୍ରତି ଶିକ୍ଷକଙ୍କୁ ମାସିକ 26000 ଟଙ୍କା ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଥିବା ମିଥ୍ୟା…

Read More