ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଙ୍କୁ ଭେଟିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଙ୍କୁ ଭେଟିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଆଜି ନୂଆଦିଲ୍ଲୀ ଠାରେ ମାନ୍ୟବର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ସମ୍ମାନନୀୟ Nitin Gadkari ଜୀଙ୍କୁ ସାକ୍ଷାତ କରି ଓଡ଼ିଶାର କିଛି ପ୍ରମୁଖ ରାସ୍ତା ତଥା ରାଜପଥ ଗୁଡିକର ପ୍ରଶସ୍ତିକରଣ ଓ ନବୀକରଣ ସମ୍ପର୍କରେ ସବିଶେଷ ଆଲୋଚନା କଲି ଓ ରାଜ୍ୟ ତରଫରୁ ସ୍ମାରକପତ୍ର ପ୍ରଦାନ କଲି ।
ମାନ୍ୟବର ମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ , ସେହି ରାସ୍ତା ଗୁଡିକ ବାବଦରେ ତୁରନ୍ତ ପଦକ୍ଷପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ରାସ୍ତା ଗୁଡ଼ିକ ମଧ୍ୟରେ
- ପୁରୀ – ଭୁବନେଶ୍ୱର NH ୩୧୬ କୁ ୬ ଲେନ କଣ୍ଟ୍ରୋଲଡ୍ ହାଇୱେ ସହ continuous ସର୍ଭିସ ରୋଡ ପାଇଁ କାମର ଶୀଘ୍ର ପ୍ରାରମ୍ଭ ।
- ଟାଙ୍ଗୀ – ପୁଇଁତଲା – ବ୍ରହ୍ମପୁର – ଇଚ୍ଛାପୂରମ NH ୧୬ ର ରାସ୍ତାକୁ ୬ ଥାକିଆ ରାସ୍ତା ଓ ସର୍ଭିସ ରୋଡ ପାଇଁ DPR ପ୍ରସ୍ତୁତି ଓ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା
- ପୁରୀ – ବ୍ରହ୍ମଗିରି – ସାତପଡା NH କୁ ୪ ଥାକିଆ ରାସ୍ତା କରିବାକୁ ସରକାର ନିଷ୍ପତି ନେବା ।
- ଭୁବନେଶ୍ୱରକୁ ଭିଡ଼ମୁକ୍ତ କରିବା ପାଇଁ ନିର୍ମାଣ ବିଭାଗ ଆରମ୍ଭ କରିଥିବା କାର୍ଯ୍ୟକୁ ସହଯୋଗ କରିବା ପାଇଁ ପଳାଶୁଣୀ – ଖଣ୍ଡଗିରି – ତମାଣ୍ଡୋ ପର୍ଯ୍ୟନ୍ତ ସର୍ଭିସ ରୋଡ କୁ ୮ ଲେନ କରିବା ପାଇଁ ମଧ୍ୟ ମାନ୍ୟବର ମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । Prithiviraj Harichandan