ଗଭୀର ଅବପାତ ନେଇ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି: ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଗଭୀର ଅବପାତ ଜନିତ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ହାଇଆଲର୍ଟ ରେ ଅଛନ୍ତି। ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ସରକାରଙ୍କ ନିର୍ଦ୍ଦେଶ:
- ସମସ୍ତ ଜିଲ୍ଲା ପ୍ରଶାସନକୁ ୨୪ ଘଣ୍ଟିଆ ସତର୍କତା ବଜାୟ ରଖିବାକୁ ନିର୍ଦ୍ଦେଶ
- ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି
- ରନ୍ଧା ଖାଦ୍ୟ, ଶୁଖିଲା ରାସନ, ପାନୀୟ ଜଳ ଓ ରିଲିଫ ସାମଗ୍ରୀର ପର୍ଯ୍ୟାପ୍ତ ବ୍ୟବସ୍ଥା
- ସମସ୍ତ ଜରୁରୀକାଳୀନ ବିଭାଗ ମଧ୍ୟରେ ସମନ୍ୱୟ ରଖି ତ୍ୱରିତ ମୁକାବିଲା
- ମତ୍ସ୍ୟଜୀବୀଙ୍କୁ ଜୁଲାଇ ୨୯ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ
ମନ୍ତ୍ରୀ କହିଛନ୍ତି, “ଜନସାଧାରଣଙ୍କ ଜୀବନର ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା”। ସମଗ୍ର ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।
IMDର ସତର୍କ ସୂଚନା:
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଗଭୀର ଅବପାତ ବାଲେଶ୍ୱର ଓ ପଶ୍ଚିମବଙ୍ଗର କ୍ୟାନିଂ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ସତର୍କ ସୂଚନା:
- ରେଡ୍ ୱାର୍ଣ୍ଣିଂ – ୩ ଜିଲ୍ଲା: ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ
- ଅରେଞ୍ଜ ୱାର୍ଣ୍ଣିଂ – ୧୫ ଜିଲ୍ଲା: ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ
- ୟେଲୋ ୱାର୍ଣ୍ଣିଂ – ୧୨ ଜିଲ୍ଲା: ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼
ବର୍ତ୍ତମାନ ସ୍ଥିତି:
- SEOC ଓ ସମସ୍ତ DEOC ୨୪ ଘଣ୍ଟିଆ ଭିତ୍ତିରେ ନଜର ରଖିଛନ୍ତି
- ରାଜ୍ୟର ସମସ୍ତ ପ୍ରମୁଖ ନଦୀ ବିପଦ ସ୍ତରରୁ ତଳେ ପ୍ରବାହିତ ହେଉଛି
- ଏପର୍ଯ୍ୟନ୍ତ କୌଣସି ବଡ଼ ବର୍ଷାଜନିତ କ୍ଷୟକ୍ଷତିର ସୂଚନା ନାହିଁ
