୩୩.୮୦ ଲକ୍ଷ ଟଙ୍କାର ଆର୍ଥିକ ଠକେଇ ମାମଲାରେ ଓଡ଼ିଶା ଭିଜିଲାନ୍ସ ଜଣେ ସମବାୟ ଅଧିକାରୀଙ୍କୁ ଗିରଫ କରିଛି।

ସମବାୟ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ମଧ୍ୟରେ ଆର୍ଥିକ ଅନିୟମିତତା ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଆଜି, ଓଡ଼ିଶା ଭିଜିଲାନ୍ସ ଜଣେ ସମବାୟ ଅଧିକାରୀଙ୍କୁ ୩୩,୮୦,୯୬୩/- ଟଙ୍କା ସରକାରୀ ପାଣ୍ଠିର ଅପବ୍ୟବହାର ପାଇଁ ଗିରଫ କରିଛି। ଅଭିଯୁକ୍ତ ଶ୍ରୀ ପତିତପବନ ମାଝୀ, ଅନୁଗୁଳ ୟୁନାଇଟେଡ୍ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ (AUCCB) ଲିମିଟେଡ୍, ବନରପାଳ ଶାଖା ଅଧୀନରେ ଥିବା ଗଢ଼ସନ୍ତ୍ରୀ ସେବା ସମବାୟ ସମିତି (SCS)ର ପୂର୍ବତନ ସଚିବ। ସେ ବର୍ତ୍ତମାନ ଅନୁଗୁଳରେ ଥିବା ଅନୁଗୁଳ ୟୁନାଇଟେଡ୍ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ମୁଖ୍ୟାଳୟରେ ବ୍ୟାଙ୍କିଂ ସହାୟକ ଭାବରେ କାର୍ଯ୍ୟ କରୁଛନ୍ତି। *୩୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠିର ଆତ୍ମସାତ ଅଭିଯୋଗ ଉପରେ ଆଧାର କରି, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକ ତଦନ୍ତ କରାଯାଇଥିଲା। ପୁଙ୍ଖାନୁପୁଙ୍ଖ ତଦନ୍ତରୁ ଜଣାପଡିଛି ଯେ ଏହି ଆର୍ଥିକ ଅପରାଧ ୨୦୧୭-୧୮ ଆର୍ଥିକ…

Read More

ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ

ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ ଏଣିକି ଆଡମିଟ୍ ହେବା ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା । ନକଲେ ହସ୍ପିଟାଲ ବିରୋଧରେ ହେବ ଆକ୍ସନ । ଆୟୁଷ୍ମାନ ସେବାକୁ ନେଇ ଏଭଳି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ରହିବ । ଯେଉଁ ହସ୍ପିଟାଲ ନକରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏହି ନିର୍ଦ୍ଦେଶକୁ ସମସ୍ତ ଘରୋଇ ହସ୍ପିଟାଲ ପାଳନ ପାଇଁ କଡାକଡି ନିର୍ଦ୍ଦେଶ ରହିଛି । ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତାଗିଦ କରାଯାଇଛି । ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।

Read More

ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଓ କାର ଭଙ୍ଗାରୁଜା

ବାରିପଦା ଟାଉନ ଥାନା କ୍ୟାମ୍ପସ ଭିତରେ ଆଜି ସନ୍ଧ୍ୟାରେ ଏକ ପ୍ରକାର ରଣ କ୍ଷେତ୍ର ପାଲଟିଥିଲା। ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଓ କାର ଭଙ୍ଗାରୁଜା କରିଛନ୍ତି।ପ୍ରାପ୍ତ ସୂଚନାନୁସାରେ, ବାରିପଦାରୁ କିଛି ଯୁବକ ଲୁଲୁଙ୍ଗ ଆଡ଼କୁ ବୁଲି ଯାଇ ଫେରୁଥିଲେ। ସେମାନଙ୍କ ସହ ଧନପୁର ଅଞ୍ଚଳର କିଛି ଯୁବକଙ୍କ ସହ ପୋଡ଼ା ଅସ୍ତିଆ ନିକଟରେ ପାଟିତୁଣ୍ଡ ହୋଇଥିଲା। କାର ଚାଳକ ସେଠାରୁ ଖସି ଆସିଥିବା ବେଳେ ସେହି ଯୁବକମାନେ ସେମାନଙ୍କୁ ତିନି ଚାରି ବାଇକ୍ ରେ ପିଛା କରି ଗୋଡ଼ାଇ ଥିଲେ। ବାଇକରେ ଥିବା ଯୁବକମାନେ କାର୍‌କୁ ଜଗନ୍ନାଥ ମନ୍ଦିର ପାଖରେ ଅଟକାଇ ଥିଲେ। କାର୍‌ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାର୍‌ ଟିକୁ ଭାଙ୍ଗି ଦେଇଥିଲେ।କାର୍‌ରେ ଥିବା ଯୁବକ ମାନେ ଜୀବନ ବିକଳରେ କାର ଧରି ଟାଉନ ଥାନା ଭିତରକୁ ପଶି…

Read More

କାଲିଠୁଘରଘର_ବୁଲିବେ_BLO

ଭୋଟର ତାଲିକା ସଂଶୋଧନ ନେଇ CEOଙ୍କ ପ୍ରେସ୍‌ମିଟ୍କାଲିଠୁ ଓଡ଼ିଶାରେ SIR: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀSIR ପ୍ରକ୍ରିୟା ଜୁନ୍ ୨୮ ଯାଏଁ ଚାଲିବ: CEO୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ଗଣନା କରିବେ BLOସକାଳେ ଘର ଘର ବୁଲି ଗଣନା କରିବେ BLO୯୫ ପ୍ରତିଶତ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ସରିଛି୧୭ ପ୍ରତିଶତ ଲଜିକାଲ୍ ଏରର ବାହାରିଛି: CEOମ୍ୟାପିଂ ସରିଥିବା ଭୋଟର ନିଜ ଫଟୋ ଓ ଦସ୍ତଖତ କରିବେଭୋଟର ଚାହିଁଲେ ନୂଆ ଫଟୋ ଦେଇପାରିବେସମସ୍ତ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ: CEO

Read More

ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଜାରି ରହିବ ବିଜେଡିର ଆନ୍ଦୋଳନ

ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ସାରା ରାଜ୍ୟରେ ଜାରି ରହିବ ବିଜେଡିର ଆନ୍ଦୋଳନ। ଓଡ଼ିଶାର ୨ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣରୁ ବଞ୍ଚିତ। ଧାନ କିଣା ବିପର୍ଯ୍ୟସ୍ତ ଯୋଗୁଁ ଲ୍ୟାମ୍ପସ, ଜିଲ୍ଲାପାଳ ଅଫିସ ଆଗରେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛି ଚାଷୀ। ସରକାର ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ବଳି ପଡୁଛନ୍ତି ନିରୀହ ଚାଷୀ।

Read More