ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲା ରାଇଘର ପଶୁଧନ ନିରୀକ୍ଷକ

-ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲା ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର-ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସବ୍‌ସିଡି ମୁକ୍ତ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍

Read More

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା

-LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା-କମର୍ସିଆଲ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି-କମର୍ସିଆଲ LPG ଯୋଗାଣ ଉପରେ ଥିବା ସମସ୍ତ କ୍ଷେତ୍ରଭିତ୍ତିକ କଟକଣା ହଟାଇଲେ କେନ୍ଦ୍ର ସରକାର-ପଶ୍ଚିମ ଏସିଆ ସଙ୍କଟ ପୂର୍ବର ଯୋଗାଣ ସ୍ତରକୁ ପୁନଃସ୍ଥାପିତ କରାଯାଇଛି-BULK LPG ଯୋଗାଣ ଉପରେ ଲାଗିଥିବା କଟକଣାକୁ ମଧ୍ୟ କୋହଳ କରାଯାଇଛି-ଘରୋଇ LPG ଯୋଗାଣ ପ୍ରଭାବିତ ନ ହେବା ସହ ସର୍ବନିମ୍ନ ଦୈନିକ ଉତ୍ପାଦନ 40 TMT ବଜାୟ ରଖାଯିବ

Read More

ଗିରଫ

ପୁରୀ ବାସେଳୀସାହି ଥାନା ଅଞ୍ଚଳରେ ଗତ ଏପ୍ରିଲ ମାସରେ ଧରାପଡ଼ିଥିବା IPL ବେଟିଂ ରାକେଟର ମୁଖ୍ୟ ତଥା ନମସ୍ତେ ଗ୍ରୁପର ମୁଖ୍ୟ କ୍ରିଷ୍ଣାପ୍ରସାଦ ତ୍ରିପାଠୀ ଓରଫ ସିତୁ ଓ ତାଙ୍କ ଭାଇଙ୍କୁ ବ୍ରହ୍ମପୁରରୁ ଉଠାଇଲା ପୁଲିସ। ପୁରୀ ସାଇବର ଥାନା ଉଭୟଙ୍କୁ ଉଠାଇବା ପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ପଚରାଉଚରା ପରେ ସାଙ୍ଗରେ ନେଇଥିବା ସୂଚନା। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ପ୍ରମାଣ ମିଳିଛି। ସିତୁକୁ ପୁରୀ ପୁଲିସ ସାଙ୍ଗରେ ନେଇ ଯାଇଥିବା ବେଳେ ତାଙ୍କ ଭାଇକୁ ପୁଲିସ ଛାଡିଦେଇଛି। ତାଙ୍କ ଭାଇର ସିମ IPL ବେଟିଂରେ ବ୍ୟବହାର ହୋଇଥିବା ତଦନ୍ତରେ ଜଣାପଡିଛି। ସୀତୁଙ୍କ ଭାଇ ଏଥିରେ ସମ୍ପୃକ୍ତି ଅଛି ନା ନାହିଁ ତାର ତଦନ୍ତ ଚାଲିଛି।

Read More

ଯାନ୍ତ୍ରିକ ତ୍ରୁଟି ପାଇଁ ପାକିସ୍ତାନ ସୀମା ଭିତରକୁ ପଶିଗଲା ଭାରତୀୟ ବିମାନ

ଯାନ୍ତ୍ରିକ ତ୍ରୁଟି ପାଇଁ ପାକିସ୍ତାନ ସୀମା ଭିତରକୁ ପଶିଗଲା ଭାରତୀୟ ବିମାନ। ଗତ ସୋମବାର ରାତିରେ ଦିଲ୍ଲୀରୁ ଅମୃତସର ଯାଉଥିଲା ଏୟାର ଇଣ୍ଡିଆର ବିମାନ AI-479 । ଏହି ସମୟରେ ବିମାନଟି ମଝି ଆକାଶରେ ଏକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା, ଯାହା ଫଳରେ ବିମାନଟି ଏହାର ନିର୍ଦ୍ଧାରିତ ମାର୍ଗରୁ ବିଚ୍ୟୁତ ହୋଇ ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରିଥିଲା। ପାକିସ୍ତାନ ବିମାନ ଟ୍ରାଫିକ୍ କର୍ତ୍ତୃପକ୍ଷଙ୍କ ଠାରୁ ଏକ ଚେତାବନୀ ପାଇବା ପରେ ପାଇଲଟ୍ ଏହା ବିଷୟରେ ଜାଣିବାକୁ ପାଇଥିଲେ ବୋଲି ଜଣାପଡ଼ିଛି, ଯାହା ପରେ ବିମାନଟି ୟୁ-ଟର୍ଣ୍ଣ ନେଇ ଭାରତୀୟ ବାୟୁସୀମାକୁ ଫେରି ଆସିଥିଲା। ଏହି ଘଟଣା ସାଧାରଣ ନୁହେଁ, କାରଣ ବିମାନ ଯେଉଁ ବାୟୁସୀମାରେ ପ୍ରବେଶ କରିଥିଲା ​​ତାହା ବର୍ତ୍ତମାନ ଭାରତୀୟ ବିମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ଅଛି

Read More

ପରିବର୍ତ୍ତନ ର ଆଭାସ

ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ସଞ୍ଜୟ ରାଉତ କହିଛନ୍ତି, “ରାହୁଲ ଗାନ୍ଧୀ ଦେଶର ନେତା। ସେ ଜଣେ ଲୋକପ୍ରିୟ ନେତା। ରାହୁଲ ଲଢ଼ନ୍ତି, ଯାହା ଆଜି ଆବଶ୍ୟକ। ରାହୁଲ ସତ୍ୟ କୁହନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ମୋଦି ଜିଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୨୦୨୯ରେ, ଆମେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ କେନ୍ଦ୍ର ସରକାର ଗଠନ କରିବୁ। ମୁଁ ଆପଣଙ୍କୁ ଏହା କହୁଛି। ମୋଦି ଏବଂ ଶାହ ଏହା ଜାଣନ୍ତି। ଏହି ଭୟ ହିଁ କାରଣ ହେଉଛି ଧ୍ୱଂସାତ୍ମକ ପ୍ରୟାସ ଚାଲିଛି। ଆଜି ତାଙ୍କର ଜନ୍ମଦିନ, ତେଣୁ ସମଗ୍ର ଦେଶ ତାଙ୍କୁ ଶୁଭକାମନା ଜଣାଉଛି

Read More

ରାସନ ବ୍ୟବସ୍ଥାରେ ଖୁବ୍ ଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ।

ଦେଶର ରାସନ ବ୍ୟବସ୍ଥାରେ ଖୁବ୍ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ହୋଇପାରେ। କେନ୍ଦ୍ର ସରକାର ୨୦୨୬ ଜାତୀୟ ଖାଦ୍ୟ ସୁରକ୍ଷା (ସଂଶୋଧନ) ବିଲ୍ ର ଏକ ଡ୍ରାଫ୍ଟ ପ୍ରକାଶ କରିଛନ୍ତି। ଯାହା ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧିନରେ ପ୍ରଦାନ କରାଯାଉଥିବା ରାସନ ପାଇଁ ନିୟମରେ ପରିବର୍ତ୍ତନ ପ୍ରସ୍ତାବ ଦେଇଛି। ସରକାର କହିଛନ୍ତି ଯେ ଏହି ପଦକ୍ଷେପ ଖାଦ୍ୟ ଏବଂ ପୋଷଣ ସୁରକ୍ଷାକୁ ଆହୁରି ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି।. ଅନ୍ନ ଯୋଜନା ଅଧିନରେ ବର୍ତ୍ତମାନ ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ପ୍ରତି ମାସରେ ୩୫ କିଲୋଗ୍ରାମ ରାସନ ଯୋଗାଇଥାଏ। ନୂତନ ଡ୍ରାଫ୍ଟ ଅନୁଯାୟୀ, ବର୍ତ୍ତମାନ ପ୍ରତି ମୁଣ୍ଡପିଛା ଆଧାରରେ ରାସନ ବଣ୍ଟନ କରିବାର ପ୍ରସ୍ତାବ ରହିଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତାହେଲେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରତି ମାସରେ ୭ କିଲୋଗ୍ରାମ ରାସନ ଯୋଗାଇ…

Read More

ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୬୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ

ଅଲ୍‌କା ୟାଗନିକ ଓ ମାମୁଟ୍ଟିଙ୍କୁ ପଦ୍ମଭୂଷଣ… -ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୬୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ-ସ୍ବତନ୍ତ୍ର ସମାରୋହରେ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ-୨ ଜଣଙ୍କୁ ପଦ୍ମବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ, ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ-ବଲିଉଡ୍ କଣ୍ଠଶିଳ୍ପୀ ଅଲ୍‌କା ୟାଗନିକଙ୍କୁ ପଦ୍ମଭୂଷଣ ପ୍ରଦାନ-ଟେନିସ୍‌ ଲିଜେଣ୍ଡ ବିଜୟ ଅମ୍ରିତରାଜଙ୍କୁ ପଦ୍ମଭୂଷଣ ସମ୍ମାନ-ମାଲାୟଲମ ସୁପରଷ୍ଟାର ମାମୁଟ୍ଟିଙ୍କୁ ମଧ୍ୟ ପଦ୍ମଭୂଷଣ ସମ୍ମାନ-ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନ

Read More

ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ .

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି (ସିଏଡିଏ) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପଦ୍ମଲୋଚନ ନାୟକଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ । ନିଜର ବୈଧ ବା କ୍ଷମତା ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ମଙ୍ଗଳବାର ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

Read More

ପୁଲିସ ଉପରୁ ତୁଟୁଛି ବିଶ୍ବାସ: ଗୋଟିଏ ଦିନରେ ସମ୍ବଲପୁରରେ ୨ ଭିଡ଼ ହିଂସା

ସମ୍ବଲପୁରରେ ଗୋଟିଏ ଦିନରେ ଦୁଇଟି ଭିଡ଼ ହିଂସାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ବଡ଼ବଜାରରେ ପିଲାଚୋର ସନ୍ଦେହରେ କେରଳର ପ୍ରବାସୀ ଶ୍ରମିକ ବିଷ୍ଣୁ କୈସ (୩୧)ଙ୍କୁ ଘେରିଯାଇ କିଛି ଲୋକ ଆକ୍ରମଣ କରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଏହି ଅଣଓଡ଼ିଆ ଯୁବକ ଲୋକଙ୍କ ଆକ୍ରୋଶରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଭାଷା ବୁଝି ନ ପାରିବାରୁ ରୋଜଗାର ସନ୍ଧାନରେ ଆସିଥିବା ବିଷ୍ଣୁ କୈସଙ୍କୁ ଲୋକେ ଘେରିଯାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେପଟେ ହୀରାକୁଦରେ ଠିକାକାମକୁ ନେଇ ଜଣେ ମହିଳା ଏବଂ ତାଙ୍କ ପୁଅ ସମେତ ୩ ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ନେଇ ସେମାନେ ଏତେ ଭୟଭୀତ ଅଛନ୍ତି ଯେ ଏତଲା ମଧ୍ୟ ଦେଇନାହାନ୍ତି। ଉଭୟ ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ। ଶୀତଳଷଷ୍ଠୀ ସମୟରେ ସମ୍ବଲପୁର ସହରରେ ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ…

Read More