ପୁଲିସ ଉପରୁ ତୁଟୁଛି ବିଶ୍ବାସ: ଗୋଟିଏ ଦିନରେ ସମ୍ବଲପୁରରେ ୨ ଭିଡ଼ ହିଂସା

ସମ୍ବଲପୁରରେ ଗୋଟିଏ ଦିନରେ ଦୁଇଟି ଭିଡ଼ ହିଂସାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ବଡ଼ବଜାରରେ ପିଲାଚୋର ସନ୍ଦେହରେ କେରଳର ପ୍ରବାସୀ ଶ୍ରମିକ ବିଷ୍ଣୁ କୈସ (୩୧)ଙ୍କୁ ଘେରିଯାଇ କିଛି ଲୋକ ଆକ୍ରମଣ କରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଏହି ଅଣଓଡ଼ିଆ ଯୁବକ ଲୋକଙ୍କ ଆକ୍ରୋଶରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଭାଷା ବୁଝି ନ ପାରିବାରୁ ରୋଜଗାର ସନ୍ଧାନରେ ଆସିଥିବା ବିଷ୍ଣୁ କୈସଙ୍କୁ ଲୋକେ ଘେରିଯାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେପଟେ ହୀରାକୁଦରେ ଠିକାକାମକୁ ନେଇ ଜଣେ ମହିଳା ଏବଂ ତାଙ୍କ ପୁଅ ସମେତ ୩ ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ନେଇ ସେମାନେ ଏତେ ଭୟଭୀତ ଅଛନ୍ତି ଯେ ଏତଲା ମଧ୍ୟ ଦେଇନାହାନ୍ତି। ଉଭୟ ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ। ଶୀତଳଷଷ୍ଠୀ ସମୟରେ ସମ୍ବଲପୁର ସହରରେ ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଏହାର ଦିନକ ପରେ ଯାତ୍ରାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣସ୍ଥଳ କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ାର ଲୋକଙ୍କୁ ପୁଲିସ ପ୍ରତି ବିଶ୍ବାସ ହେଲା ନାହିଁ ଯେ ସେମାନେ ନିଜେ ଆଇନକୁ ହାତକୁ ନେଇଗଲେ। ସୂଚନା ଅନୁଯାୟୀ, କିଛିମାସ ହେଲା କେରଳର ବିଷ୍ଣୁ କୈସ ବରଗଡ଼ ଜିଲ୍ଲାର ଏକ ୱେଲ୍‌ଡିଂ ଗ୍ୟାରେଜ୍‌ରେ କାମ କରୁଥିଲେ। ନିକଟରେ ସେ ସମ୍ବଲପୁରକୁ କାମ ସନ୍ଧାନରେ ଆସିଥିଲେ।

Related posts

Leave a Comment