ତୃଣମୂଳ କଂଗ୍ରେସ ଦଳର ସାଂଗଠନିକ ନିର୍ବାଚନ

: ତୃଣମୂଳ କଂଗ୍ରେସ ଦଳର ସାଂଗଠନିକ ନିର୍ବାଚନ, ନେତୃତ୍ବ ପରିବର୍ତ୍ତନ ଓ ଦଳର ନିୟନ୍ତ୍ରଣକୁ ନେଇ ଭିନ୍ନ ଭିନ୍ନ ଦାବି କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କୁ ନିର୍ବାଚନ କମିସନ (ଇସି) ଏକ ଔପଚାରିକ ଚିଠି ଜାରି କରିଛନ୍ତି। ଉଭୟ ନେତାଙ୍କୁ ଜୁଲାଇ ୬ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ସେମାନଙ୍କର ବିସ୍ତୃତ ଜବାବ ଦାଖଲ କରିବା ପାଇଁ କୁହାଯାଇଛi.ବିଧାନସଭା ନିର୍ବାଚନରେ ଟିଏମ୍‌ସିର ପରାଜୟ ପରଠାରୁ ଦଳରେ ବିଭେଦ ଦେଖା‌ଦେଇଛି। ଦଳ ୨ ଭାଗ ହୋଇଯାଇଛି। ତେଣୁ ଏଭଳି ସ୍ଥିତିରେ ଇସି ଉଭୟ ମମତା ଓ ଋତବ୍ରତଙ୍କଠାରୁ ଏହି ମାମଲାରେ ସ୍ପଷ୍ଟ ଉତ୍ତର ଚାହିଛନ୍ତି। ଅନ୍ୟପକ୍ଷେ ଆଜି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ କହିଥିଲେ ଯେ ତାଙ୍କ ଗୋଷ୍ଠୀ ନିର୍ବାଚନ କମିସନଙ୍କ ନିକଟରେ ଆବେଦନ ରଖି ସାରିଛି। ନୂଆଦିଲ୍ଲୀରେ ଏକ ବୈଠକ ପରେ ସାମ୍ବାଦିକଙ୍କୁ ଋତବ୍ରତ କହିଛନ୍ତି, ନିର୍ବାଚନ କମିସନ ଏହି ମାମଲାର ଖୁବ୍‌ ଶୀଘ୍ର ସମାଧାନ କରିପାରନ୍ତି

Related posts

Leave a Comment