ତୋଫାନ ନାୟକ ହତ୍ୟା ଘଟଣାକୁ ନେଇ ବାଣପୁର ଥାନା ‘ଖଣତ’ ଗାଁରେ ଅଭିଯୁକ୍ତମାନଙ୍କୁ ଧରପଗଡ଼ କରିବା ପାଇଁ ପୁଲିସ ଗାଁରେ ତୁହାକୁ ତୁହା ସାରା ରାତି ଚଢ଼ାଉ ଆରମ୍ଭ କରିଛି। ପୁଲିସ ଗିରଫ ଭୟରେ ଗାଁରୁ ଅନେକ ଫେରାର୍‌ହୋଇଯାଇଛନ୍ତି।ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା କହିଛନ୍ତି, ଖଣତ ଗାଁ ଲୋକଙ୍କ ବିରୋଧରେ ତୋଫାନଙ୍କ ପରିବାର ଥାନାରେ ଏତଲା ଦେଲା ପରେ ପରେ ବାଣପୁର ଥାନା ପୁଲିସ କେସ ନମ୍ବର ୨୫୪ରେ ଏକ ହତ୍ୟା ମାମଲା ରୁଜୁ କରିଛି। ଗାଁର ପୂର୍ବତନ ସରପଞ୍ଚ ଶେଷଦେବ ପ୍ରଧାନଙ୍କ ସହିତ ମୋଟ୍ ୫ଜଣ ଲୋକଙ୍କ ନାଁ ଓ ଗାଁ ଲୋକଙ୍କର ନାଁ ଏ ମାମଲାରେ ଯୋଡ଼ା ଯାଇଛି। ହତ୍ୟା ମାମଲା ରୁଜୁ ପରେ ପରେ ପୁଲିସ ଗାଁର ଶରତ ସ୍ବାଇଁ ଓ ପବିତ୍ର ରାଉତଙ୍କୁ ରାତାରାତି ଗିରଫ କରିଛି। ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଖୋର୍ଦ୍ଧା ଏସ୍‌ପି ଦୁଇଟି ପୁଲିସ ଟିମ୍‌ ଗଠନ କରିଛନ୍ତି।

Related posts

Leave a Comment