ଲୁଚେରା ଦମ୍ପତିକୁ କନ୍ୟାକୁମାରୀରୁ ଗିରଫ।

ଲୁଚେରା ଦମ୍ପତିକୁ କନ୍ୟାକୁମାରୀରୁ ଗିରଫ। ଲୁଟ୍ ଘଟଣାକୁ ୫ ବର୍ଷ ବିତିଥିବା ବେଳେ କନ୍ୟାକୁମାରୀରୁ ପୋଲିସ ଚୋର ଦମ୍ପତିଙ୍କୁ କାବୁ କରିବାରେ ସଫଳ ହୋଇଛି । । ସେମାନଙ୍କ ଠାରୁ ୨୦୦ ଗ୍ରାମ୍ ସୁନା ସହ ୨ଟି ଦେଶୀ ବନ୍ଧୁକ, ଲାପଟପ ସହ ଗୁଳି ଜବତ କରିଛି ମାଲକାନଗିରି ପୋଲିସ ।
ଲୁଟେରା ଦମ୍ପତି ଭଡ଼ାଟିଆ ହୋଇ ଆସିଥିଲେ, ଲୁଟି ଚାଲିଗଲେ ।ମାଲକାନଗିରିର ସୁନା ବ୍ୟବସାୟୀ ସୁବାସ ପଟିଲଙ୍କ ଘରେ ପହଞ୍ଚିଥିଲେ ଦମ୍ପତି । ଆନ୍ଧ୍ରପ୍ରଦେଶରୁ ଭଲ ପାଇ ଏଠାକୁ ଚାଲି ଆସିଥିବା କହି ଘର ଭଡ଼ା ପାଇଁ ସୁବାସଙ୍କ ନିକଟରେ ନେହୁରା ହୋଇଥିଲେ । ସୁବାସ ମଧ୍ୟ ସେମାନଙ୍କୁ ଘର ଖାଲିଥିବାରୁ ଭଡ଼ା ଦେଇଥିଲେ ।ମାଡାସୁ ଜୋନ ପୋଲ ଓ ଇନ୍ତୁରୀ ଅରୁଣା ଘର ଭଡ଼ା ନେଇ ସୁବାସଙ୍କ ଘରେ ରହିଥିଲେ । ଦୁହେଁ ସୁବାସଙ୍କ ଘରେ ୩ ମାସ ରହିବା ସମୟରେ ସୁନା ଲୁଟ୍ ନେଇ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।
୨୦୨୧ ମସିହା ମାର୍ଚ୍ଚ ୨ ତାରିଖ ଦିନ ଜୋନ ପୋଲ ଚାକିରି ପାଇଥିବା କହି ସୁବାସଙ୍କ ପରିବାର ସହ ସାହି ବାସିନ୍ଦାଙ୍କୁ ମିଠା ଖୁଆଇଥିଲେ । ମିଠା ଖାଇ ରାତିରେ ସମସ୍ତେ ଅଚେତ ହୋଇ ଯାଇଥିଲେ । ଆଉ ଏହି ସୁଯୋଗରେ ଲୁଟେରା ଦମ୍ପତି ସୁବାସଙ୍କ ଘରେ ପଶି ସମସ୍ତ ୭୦୦ ଗ୍ରାମ ସୁନା, ୨ ଲକ୍ଷ ଟଙ୍କା ନଗଦ ଓ ଅନ୍ୟ ସାମଗ୍ରୀ ଚୋରି କରି ନେଇ ଯାଇଥିଲେ । ସଂପର୍କ୍ତ ଦମ୍ପତି ଆନ୍ଧ୍ରପ୍ରେଦଶର ଗୁଣ୍ଟୁର ଜିଲ୍ଲାର କାକାନି ଥାନା ଅନ୍ତର୍ଗତ କୁପ୍ପୁରାଭାରୁ ଗାଁର । ଲୁଟେରା ଦମ୍ପତି ଏତେ ଚାଲାକ ଥିଲେ ଯେ, ସେମାନେ କୌଣସି ଫୋନ୍ ବ୍ୟବହାର କରୁନଥିଲେ । ଫଳରେ ସେମାନଙ୍କୁ ଧରିବା ପୋଲିସ ପାଇଁ ଆହ୍ଵାନପୂର୍ଣ୍ଣ ଥିଲା ।ଦମ୍ପତିଙ୍କୁ ଧରିବାକୁ ପୋଲିସ ବାରମ୍ବାର ପ୍ରୟାସ କରି ବିଫଳ ହୋଇଥିଲା । କିନ୍ତୁ ସେମାନଙ୍କ ଗୋଟିଏ ଭୁଲ୍ ପୋଲିସକୁ ସେମାନଙ୍କ ବାବଦରେ ଅବଗତ କରାଇଲା । ଆଉ ଟେକ୍ନାକିଲ୍ ତଥ୍ୟକୁ ନେଇ ସାଇବର୍ ସେଲ୍ ଲୁଟେରା ଦମ୍ପତିଙ୍କୁ କନ୍ୟାକୁମାରୀରେ ରହୁଥିବା ଠାବ କରିଥିଲା ।ମାଲକାନଗିରି ପୋଲିସ କନ୍ୟାକୁମାରୀ ପହଞ୍ଚି ଏହି ଲୁଟେରା ଦମ୍ପତିକୁ କାବୁ କରି ଆଣିଛି । ଆନ୍ଧ୍ରପ୍ରଦେଶରେ ଏମାନଙ୍କ ଏକାଧିକ ମାମଲା ମଧ୍ୟ ରହିଥିବା ଜଣାପଡ଼ିଛି । ଏବେ ବି ତଦନ୍ତ ଜାରି ରହିଥିବା ମାଲକାନଗିରି ଏସ୍ପି ବିନୋଦ ପାଟିଲ ସୂଚନା ଦେଇଛନ୍ତି ।