ଓଡ଼ିଶା ଜୀବିକା ମିଶନ ଓ IIT ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଆଜି ମିଶନ ଶକ୍ତି ଭବନଠାରେ ଓଡ଼ିଶା ଜୀବିକା ମିଶନ ଓ IIT ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଆଗାମୀ ୩ ବର୍ଷ ମଧ୍ୟରେ ଇନ୍କ୍ୟୁବେସନ ପ୍ରକ୍ରିୟା ମାଧ୍ୟମରେ ଅତିକମରେ ୧୫୦ଟି ପ୍ରୟାସକୁ ସମର୍ଥନ ଦେବାର ଲକ୍ଷ୍ୟ ରହିଛି। ଆମ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ, ବରଂ ସେମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବାକୁ ସଂକଳ୍ପବଦ୍ଧ।
ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ୍, ମିଶନ ଶକ୍ତି ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଏବଂ IIT ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଉପସ୍ଥିତ ଥିଲେ।