ଆମେରିକା ଓ ଇରାନ ପରସ୍ପରର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ

ମଧ୍ୟପ୍ରାଚ୍ୟରେ ଚାଲିଥିବା ତିନି ମାସର ସଂଘର୍ଷ ଆଜି ପୁଣି ଥରେ ଭୟଙ୍କର ମୋଡ଼ ନେଇଛି। ଆଜି ଭୋର ସମୟରେ ଉଭୟ ଆମେରିକା ଓ ଇରାନ ପରସ୍ପରର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛନ୍ତି। ଆମେରିକା ପ୍ରଥମେ ଇରାନର ବନ୍ଦର ଅବ୍ବାସ ସହରର ବିମାନ ବନ୍ଦର, ଡ୍ରୋନ୍‌ ଷ୍ଟେସନ ଓ ଅନ୍ୟ ସାମରିକ ସମ୍ପତ୍ତିକୁ ପ୍ରତିଷ୍ଠାନ ଉପରେ ବୋମାମାଡ଼ କରିଥିଲା।
ତୁରନ୍ତ ଜବାବ ଦେଇ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) କୁଏତ ସ୍ଥିତ ଆମେରିକାର ଏକ ପ୍ରମୁଖ ବାୟୁସେନା ଘାଟି ଉପରେ ରକେଟ୍ ଓ ଡ୍ରୋନ ଆକ୍ରମଣ କରିଛି। ଗତ ଏପ୍ରିଲ ମାସରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିବା ଏହି ଆକ୍ରମଣ, ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ଜଳପଥ ହର୍ମୁଜ ପ୍ରଣାଳୀକୁ ପୁଣି ଏକ ସକ୍ରିୟ ଯୁଦ୍ଧକ୍ଷେତ୍ରରେ ପରିଣତ କରିଛି। ଏହି ସାମରିକ ସଂଘର୍ଷ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ, ବରଂ ଏହା ବିଶ୍ୱ ଶକ୍ତି ବଜାର ଉପରେ ପ୍ରଭାବ ପକାଇଛି

Related posts

Leave a Comment