SIR ପ୍ରକ୍ରିୟା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା: 58 ଲକ୍ଷ ଲୋକଙ୍କୁ ନୋଟିସ୍
- 58 ଲକ୍ଷ ଲୋକଙ୍କୁ ନୋଟିସ୍ ଦିଆଯାଇସାରିଛି ବୋଲି CEO କହିଛନ୍ତି।
- 12 ଲକ୍ଷ ଲୋକଙ୍କ ମ୍ୟାପିଂ ହୋଇନାହିଁ ଏବଂ 46 ଲକ୍ଷ ଲୋକଙ୍କ ତଥ୍ୟରେ ତ୍ରୁଟି ରହିଥିବାରୁ ସେମାନଙ୍କୁ ନୋଟିସ୍ ପଠାଯାଇଛି।
ନୋଟିସ୍ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ କଥା
- ନୋଟିସ୍ ପାଇଲେ ବ୍ୟକ୍ତିଗତ ଉପସ୍ଥିତି ବାଧ୍ୟତାମୂଳକ ନୁହେଁ। ନିର୍ଦ୍ଧାରିତ କାଗଜପତ୍ର ଦାଖଲ କଲେ ଚଳିବ।
- ଆବଶ୍ୟକ ହେଲେ ERO ଭିଡିଓ କଲ୍ ମାଧ୍ୟମରେ ବିବରଣୀ ନେବେ।
SIR ର ସମୟସୀମା
- ସେପ୍ଟେମ୍ବର 2 ତାରିଖରେ SIR ପ୍ରକ୍ରିୟା ଶେଷ ହେବ।
- ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।
ଅନ୍ୟାନ୍ୟ ସୂଚନା
ଏଯାବତ୍ 26,745ଟି ଫର୍ମ-6 ମିଳିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
