CRIME Main News Odisha Odisha News 

ଯୁବତୀଙ୍କୁ ହତ୍ୟା କରି ବଡରମା ଜଙ୍ଗଲରେ ଫିଙ୍ଗିଦେଲା ଦୁର୍ବୃତ୍ତ ମୃତଦେହ ଉଦ୍ଧାର

ମହୁଲପାଲି ଥାନା କୁସୁମୀ ମହୁଲଗୁଡା ଗ୍ରାମର ଯୁବତୀ ସରିତା ସା*ଙ୍କୁ ହତ୍ୟା କରି ବଡରମା ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି।

କିପରି ହେଲା ଘଟଣା

ସରିତା କୁଚିଣ୍ଡା ସ୍ଥିତ ଏକ ବ୍ୟୁଟି ପାର୍ଲରେ କାମ କରୁଥିଲେ। ଗତ ୧୬ ତାରିଖ ସନ୍ଧ୍ୟାରୁ ସେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲେ।

ତଦନ୍ତ ସମୟରେ ପୋଲିସ କୁଚିଣ୍ଡାର ଅନିଲ ପୁରୁଷେଟଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ପରେ ହତ୍ୟା ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ପୋଲିସ ଅଭିଯୁକ୍ତକୁ ସହ ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ ବଡରମା ଜଙ୍ଗଲରୁ ସରିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକେ ମୃତଦେହ ଚିହ୍ନଟ କରିଛନ୍ତି।

ତଦନ୍ତ ଜାରି

ପୋଲିସ ସୂତ୍ରୁ ଜଣାପଡିଛି ଯେ ଗତ ୧୬ ତାରିଖରେ ଅଭିଯୁକ୍ତ ଜଣକ ମୃତକଙ୍କ ସହ କଥାବାର୍ତ୍ତା ହେଉଥିଲେ। ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ଏହି ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଗାଡ଼ି ଓ ଗାଡ଼ି ଚାଳକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।

ଏହି ଅମାନବୀୟ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ କରୁଛି।

Related posts

Leave a Comment