Accident Main News Odisha 

ଗୁଜରାଟ ଅହମ୍ମଦାବାଦରେ ବାଣ କାରଖାନାରେ ବିସ୍ଫୋରଣ: 8 ମୃତ, 9 ଗୁରୁତର

ଗୁଜରାଟର ଅହମ୍ମଦାବାଦର ରାମୋଲ-ଗାତ୍ରଦ ରୋଡ୍‌ ସ୍ଥିତ ଏକ ବାଣ ତିଆରି କାରଖାନାରେ ଶନିବାର ସନ୍ଧ୍ୟାରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏହି ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଜଣ ଗୁରୁତର ହୋଇଛନ୍ତି। କିପରି ଘଟିଲା ଅଘଟଣ ଅପରାହ୍ନ ପ୍ରାୟ 3ଟା 30 ମିନିଟ୍ ସମୟରେ ମେହମଦପୁରା ଅଞ୍ଚଳର “ଟ୍ୟାଲେଣ୍ଟ” ବାଣ କାରଖାନାରେ ହଠାତ୍ ବିସ୍ଫୋରଣ ସହ ନିଆଁ ଲାଗିଯାଇଥିଲା। କାରଖାନା ଭିତରେ ଗଚ୍ଛିତ ଥିବା ବିସ୍ଫୋରକ ଯୋଗୁଁ ନିଆଁ ଭୟାବହ ରୂପ ଧାରଣ କରିଥିଲା। ଦେଖୁ ଦେଖୁ ସମ୍ପୂର୍ଣ୍ଣ କାରଖାନାଟି ଜଳିପୋଡ଼ି ରାଖ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ RAF ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯବାନମାନେ ବିଲ୍ଡିଂ ମଧ୍ୟରୁ 8 ଜଣଙ୍କର ମୃତଦେହ ଉଦ୍ଧାର କରିବା ସହ ଭିତରେ ଫସି ରହିଥିବା ଓ ଆହତ…

Read More
CRIME Main News Odisha Odisha News 

ଯୁବତୀଙ୍କୁ ହତ୍ୟା କରି ବଡରମା ଜଙ୍ଗଲରେ ଫିଙ୍ଗିଦେଲା ଦୁର୍ବୃତ୍ତ ମୃତଦେହ ଉଦ୍ଧାର

ମହୁଲପାଲି ଥାନା କୁସୁମୀ ମହୁଲଗୁଡା ଗ୍ରାମର ଯୁବତୀ ସରିତା ସା*ଙ୍କୁ ହତ୍ୟା କରି ବଡରମା ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି। କିପରି ହେଲା ଘଟଣା ସରିତା କୁଚିଣ୍ଡା ସ୍ଥିତ ଏକ ବ୍ୟୁଟି ପାର୍ଲରେ କାମ କରୁଥିଲେ। ଗତ ୧୬ ତାରିଖ ସନ୍ଧ୍ୟାରୁ ସେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ପୋଲିସ କୁଚିଣ୍ଡାର ଅନିଲ ପୁରୁଷେଟଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ପରେ ହତ୍ୟା ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ପୋଲିସ ଅଭିଯୁକ୍ତକୁ ସହ ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ ବଡରମା ଜଙ୍ଗଲରୁ ସରିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକେ ମୃତଦେହ ଚିହ୍ନଟ କରିଛନ୍ତି। ତଦନ୍ତ ଜାରି ପୋଲିସ ସୂତ୍ରୁ ଜଣାପଡିଛି…

Read More