Education Main News Odisha Odisha News 

ପାଠ୍ୟ ପୁସ୍ତକ ତ୍ରୁଟି ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପାଠ୍ୟ ପୁସ୍ତକ ତ୍ରୁଟି ଘଟଣା*କୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ *ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। କ’ଣ ନିର୍ଦ୍ଦେଶ ରହିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ SCERT ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ନିକଟରେ FIR ରୁଜୁ କରିବାକୁ କୁହାଯାଇଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବରୁ କ’ଣ ହୋଇଥିଲା ପୂର୍ବରୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଏହି ଘଟଣାର ତଦନ୍ତ କରିଥିଲା। ସେହି ରିପୋର୍ଟ ଆଧାରେ SCERTର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ଜଣ ଅଧିକାରୀଙ୍କୁ ସସ୍‌ପେଣ୍ଡ୍ କରାଯାଇଥିଲା। ଏହା ସହିତ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପାଠ୍ୟ ପୁସ୍ତକରେ ଥିବା ତ୍ରୁଟି ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରଭାବିତ କରୁଥିବାରୁ ସରକାର ଏହାକୁ ଅତ୍ୟନ୍ତ ଗୁରୁତର…

Read More
home Main News Odisha Odisha News 

ଆଉ ଜଣେ ଓଡ଼ିଶା କ୍ୟାଡର IPS ଙ୍କ ଇସ୍ତଫ ଟ୍ରେନିଂ ଚାଲିଥିବା ବେଳେ ଛାଡ଼ିଲେ ପଦ

ଜଗମୋହନ ମୀନାଙ୍କ ପରେ ଏବେ ଆଉ ଜଣେ ଓଡ଼ିଶା କ୍ୟାଡର IPS ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। 2025 ବ୍ୟାଚର IPS ଅଧିକାରୀ ସି.ଏ ରାମଦାସ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ବର୍ତ୍ତମାନ ହାଇଦ୍ରାବାଦର SVPNPA ରେ ଟ୍ରେନିଂ ନେଉଥିଲେ। କିଏ ଏହି ରାମଦାସ ମହାରାଷ୍ଟ୍ରର ବାସିନ୍ଦା ସି.ଏ ରାମଦାସଙ୍କୁ ନିକଟରେ ଓଡ଼ିଶା କ୍ୟାଡର IPS ଭାବେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ସେ ଟ୍ରେନିଂର ପ୍ରଥମ ପର୍ଯ୍ୟାୟରେ ଥିବାରୁ ଓଡ଼ିଶାରେ କୌଣସି ସ୍ଥାନରେ ଦାୟିତ୍ୱ ନିର୍ବାହ କରିନାହାନ୍ତି। ଟ୍ରେନିଂ ସମୟରେ ଇସ୍ତଫା ଦେବା ଯୋଗୁଁ ଓଡ଼ିଶା ପୋଲିସ ବିଭାଗକୁ ଆଉ ଜଣେ ଅଧିକାରୀଙ୍କ ଅଭାବ ଦେଖାଦେବ ବୋଲି ଆଲୋଚନା ହେଉଛି।

Read More
Education Main News Odisha Odisha News 

କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା ଏଡେଡ କଲେଜ ପାଇଁ ଖୁବ୍ ଶୀଘ୍ର SOP ଜାରି କରିବେ ସରକାର

ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏଡେଡ କଲେଜ ପରିଚାଳନା ଓ ଫି’ ଫେରସ୍ତକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ସରକାର ଖୁବ୍ ଶୀଘ୍ର SOP ଜାରି କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। କ’ଣ ରହିବ SOP ରେ ମନ୍ତ୍ରୀ କହିଛନ୍ତି, SOP ଆସିବା ପୂର୍ବରୁ ଛାତ୍ରଛାତ୍ରୀ, ଅଭିଭାବକ ଓ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା ଚାଲିଛି। ଛାତ୍ରଙ୍କ ଫି’ କ’ଣ ହେବ ପୂର୍ବରୁ ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ଯେଉଁ ଅର୍ଥ ପ୍ରଦାନ କରିସାରିଛନ୍ତି, ସେହି ଅର୍ଥ ସରକାର ବହନ କରିବେ। ଫଳରେ ଛାତ୍ରଛାତ୍ରୀଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡିବ ନାହିଁ। ଆର୍ଥିକ ସମସ୍ୟା ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ତାହା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ…

Read More