Main News Odisha Odisha News 

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଆଗୁଆ ପ୍ରସ୍ତୁତି

ରାଜ୍ୟରେ 2027 ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଆସନ୍ତା 21 ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ନୋଡାଲ୍ ଅଫିସର ମାନେ ଭାଗ ନେବେ। ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ଉପରେ ଏହି ବୈଠକରେ ଆଲୋଚନା ହେବ। କ’ଣ ରହିଛି ଏଜେଣ୍ଡା ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ନିର୍ବାଚନ ପୂର୍ବରୁ ଭୋଟର ତାଲିକା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏଥିସହ DC ବିଲ୍ ଓ Utilization Certificate ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ। ଆଗୁଆ ପ୍ରସ୍ତୁତି ମାଧ୍ୟମରେ ନିର୍ବାଚନରେ କୌଣସି ତ୍ରୁଟି ନ ରହିବା ପାଇଁ କମିଶନ ପକ୍ଷରୁ ସମସ୍ତ ଜିଲ୍ଲାକୁ…

Read More
Main News Odisha Odisha News 

ଆମ୍ବୁଲାନ୍ସରେ 3 ଘଣ୍ଟା ଅଟକି ରହି ମୃତ୍ୟୁ ହେଲା 11 ବର୍ଷର ନାବାଳିକା

କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ଉପରେ ଆମ୍ବୁଲାନ୍ସର ଚକ ପମ୍ପଚର ହୋଇ 3 ଘଣ୍ଟା ଅଟକି ରହିବା ଯୋଗୁଁ ଠିକ୍ ସମୟରେ ଚିକିତ୍ସା ମିଳିନପାରି ଜଣେ 11 ବର୍ଷର ନାବାଳିକାର ମୃତ୍ୟୁ ଘଟିଛି। କ’ଣ ଘଟିଥିଲା ସୂଚନା ଅନୁସାରେ, ନର୍ଲା ବ୍ଲକ୍ ତୁଳାପଡା ଗାଁର ରିୟା ନାୟକ (11) ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ତାଙ୍କୁ ଆଜି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ 108 ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା। କିନ୍ତୁ ରାସ୍ତାରେ ଗୋହିରାପଦର ରେଳଫାଟକ ନିକଟରେ ଆମ୍ବୁଲାନ୍ସର ଚକ ପମ୍ପଚର ହୋଇଯାଇଥିଲା। ସବୁଠାରୁ ବଡ କଥା ହେଲା ଆମ୍ବୁଲାନ୍ସରେ ରଖାଯାଇଥିବା ଅତିରିକ୍ତ ଚକ ମଧ୍ୟ ଖରାପ ଥିଲା। 3 ଘଣ୍ଟା ଧରି ରାସ୍ତାରେ…

Read More
Main News Odisha Odisha News 

ସରକାରୀ ଜାଗାରେ ନଗରପାଳଙ୍କ 3 ମହଲା କୋଠା ନିର୍ମାଣ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ପରେ ମାପଚୁପ ଆରମ୍ଭ

ନୟାଗଡ ମ୍ୟୁନିସିପାଲିଟିର ନଗରପାଳ ନିରୂପମା ଖଟେଇ*ଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ସେ ନିଜ ପଦବୀର ଅପବ୍ୟବହାର କରି ନିଜ ଘର ପାଖରେ ଥିବା *ସରକାରୀ ଜମିରେ 3 ମହଲା କୋଠା ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଜିଲ୍ଲାପାଳ, ନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ଅବଗତ କରାଯିବା ପରେ ଏବେ ଜବରଦଖଲ ଜମିରେ ମାପଚୁପ ଆରମ୍ଭ ହୋଇଛି। କ’ଣ ଅଭିଯୋଗ ଅଭିଯୋଗ ଅନୁସାରେ, ବୁଲା ବିକାଳି ବା ଗରିବ ଲୋକ ସରକାରୀ ଜାଗା ଜବରଦଖଲ କଲେ ତୁରନ୍ତ ମ୍ୟୁନିସିପାଲିଟି ଡୋଜର ଲଗାଇ ଘର ଭାଙ୍ଗୁଛି। କିନ୍ତୁ ଖୋଦ ନଗରପାଳ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ ଜାଗାରେ ବିଶାଳ କୋଠା କରିଥିଲେ ମଧ୍ୟ ମ୍ୟୁନିସିପାଲିଟି ବା ତହସିଲଦାର ନୋଟିସ ଦେବାରେ ପଛଘୁଞ୍ଚା ଦେଉଛନ୍ତି। ଗତ ପ୍ରାୟ 8 ମାସ ତଳେ ଏହି…

Read More
CRIME Main News Odisha Odisha News 

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୁକ୍ତ ଗିରଫ

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ସଦର ଥାନା ରାଇଗୋଡା ଅଞ୍ଚଳ*ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ *6 ବର୍ଷୀୟା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପୁଲିସ ହାତରେ ଜିମା ଦେଇଛନ୍ତି। କ’ଣ ଘଟିଥିଲା ଆଜି ନୟାକୋଟ ଥାନା ଅଞ୍ଚଳର ଜଣେ 6 ବର୍ଷୀୟା ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ମାମୁଁ ଜଣେ ଟ୍ରକ୍ ଡ୍ରାଇଭର ଅପହରଣ କରି ରାଇଗୋଡା ଠାରେ ଏକ ନିଛାଟିଆ ସ୍ଥାନକୁ ନେଇଥିଲା। ସେଠାରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ପଥରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି। ଏହି ସମୟରେ ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଲୋକେ ନାବାଳିକାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ କବଳରୁ ଗୁରୁତର ଅବସ୍ଥାରେ…

Read More