ପରକୀୟାପ୍ରୀତି ସାଙ୍ଗକୁ ମାରି ପୋତିଦେଲା ସାଙ୍ଗ।

ପରକୀୟାପ୍ରୀତି ସାଙ୍ଗକୁ ମାରି ପୋତିଦେଲା ସାଙ୍ଗ।ବରମପୁର ଥାନା ଜାମୁନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା।ମାଜିଷ୍ଟେଟଙ୍କ ଉପସ୍ଥିତିରେ ମାଟିତଳୁ ମୃତଦେହ କାଢ଼ିଲା ପୋଲିସ।।ମୃତକ ହେଲେ ଜାମୁନା ଅଞ୍ଚଳର ବିରେନ୍ଦ୍ର ବେହେରା।ଗବପାଳ ଗାଁର ବିରେନ ମଢେଇଙ୍କ ପତ୍ନୀ ସହ ସମ୍ପର୍କ ରଖିଥିଲେ ।୨୫ ତାରିଖ ରାତିରେ ବିରେନ୍ଦ୍ରଙ୍କୁ ଅପହରଣ ପରେ ହତ୍ୟା ହୋଇଥିଲା।ଉଦଳା ଅଞ୍ଚଳରେ ହତ୍ୟା କରି ପୋତିଦେଇଥିଲା ଅଭିଯୁକ୍ତ ବିରେନ।

Read More

୯୨ କିମି ବେଗରେ ମାଡ଼ିଆସିଲା ଧୂଳିଝଡ. ପ୍ରବଳ ବର୍ଷ। ଜନଜୀବନ ଅସ୍ତବ୍ୟସ୍ତ

ପ୍ରତି ଘଣ୍ଟାରେ ୯୨ କିମି ପବନ ହୋଇଥିଲା। ପବନର ବେଗ ଏତେ ପ୍ରଖର ଥିଲା ଯେ, ଆଖପାଖରେ କିଛି ଦିଶୁ ନଥିଲା ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଆଜି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ନୋଏଡା, ଗାଜିଆବାଦ, ଫରିଦାବାଦ ସମେତ ଏନସିଆର ଅଞ୍ଚଳରେ ଭୀଷଣ ପବନ ସହ ଭୟଙ୍କର ଧୂଳିଝଡ଼ ହୋଇଛି। ପାଲମ ଅଞ୍ଚଳରେ ପ୍ରତି ଘଣ୍ଟାରେ ୯୨ କିମି ପବନ ହୋଇଥିଲା। ପବନର ବେଗ ଏତେ ପ୍ରଖର ଥିଲା ଯେ, ଆଖପାଖରେ କିଛି ଦିଶୁ ନଥିଲା। ଭୟଙ୍କର ଧୂଳିଝଡ଼ ହୋଇଥିଳା। ସଡ଼କରେ ଏତେ ଜୋରସେ ଧୂଳିଝଡ଼ ମାଡ଼ିଆସିଲା ଯେ, ଯାତାୟତ ମଧ୍ୟ କରି ହେଲାନି। ଧୂଳିଝଡର ବେଗ ଏତେ ପ୍ରଖର ଥିଲା ଯେ,ଭିଜିବିଲିଟି କମ ହୋଇଗଲା। ଲୋକମାନେ ଗାଡ଼ି ମଧ୍ୟ ରାସ୍ତାରେ ଚଲାଇପାରିଲେନି। ଅପରାହ୍ନ ୩ଟା ବେଳେ ହଠାତ ଯେମିତି ଧୂଳିଝଡ଼ ମାଡ଼ିଆସିଥିଲା।…

Read More

ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ

ମହାରାଷ୍ଟ୍ରର ପଣ୍ଡରପୁରରେ ଏବେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ତୀର୍ଥଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ କୂଅ ଭିତରକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ସମସ୍ତ ମୃତକ ପଣ୍ଡରପୁରର ରଞ୍ଜନି ଗାଁର ବାସିନ୍ଦା ବୋଲି କୁହାଯାଉଛି। ସେମାନେ ତୀର୍ଥଯାତ୍ରାରେ ଥିଲେ। ସୋଲାପୁରର ମସାଲିଜରସ୍ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।

Read More

ବଜ୍ରପାତରେ ଚାଲି ଯାଇଛି ୧୫ ବର୍ଷୀୟ ବାଳକର ଜୀବନ

ରାଜନଗର ବ୍ଲକ ଘଡ଼ିଆମାଳ ଗାଁରେ ବଜ୍ରପାତରେ ଚାଲି ଯାଇଛି ୧୫ ବର୍ଷୀୟ ବାଳକର ଜୀବନ । ମୃତକ ଜଣକ ହେଲେଘଡ଼ିଆମାଳ ଗାଁର ଦୈତାରୀ ସେଠିଙ୍କ ଏକମାତ୍ର ପୁଅ ମନୋରଞ୍ଜନ ସେଠି।ମନୋରଞ୍ଜନ ଦୋଳି ଖେଳି ଖାଇବାକୁ ଘରକୁ ଆସିଥିଲେ। ବୋଉକୁ ଭାତ ବଢିବାକୁ କହି ପରିସ୍ରା ଘରୁ ବାହାରକୁ ଯାଇଥିଲେ । ହଠାତ ଝିପିଝିପି ବର୍ଷା ସହିତ ବଜ୍ରପାତ ହୋଇଥିଲା। ତାଙ୍କ ଉପରେ ବଜ୍ରପାତ ପଡିବା କାରଣରୁ ସେ ଟଳି ପଡ଼ିଥିଲେ। ପରିବାର ଲୋକେ ଦେଖିବା ପରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Read More

ଗୋଚାଲାଣ ରୋକିବା ବେଳେ ବ୍ଲାଙ୍କ୍ ଫାୟାରିଂ

ଗୋଚାଲାଣ ରୋକିବା ବେଳେ ବ୍ଲାଙ୍କ୍ ଫାୟାରିଂ… -ବୌଦ୍ଧ: ଗୋଚାଲାଣ ରୋକିବା ବେଳେ ମାଫିଆଙ୍କ ଫାଙ୍କା ଗୁଳିଚାଳନା-ବଜରଙ୍ଗ ଦଳ ଉପରେ ଫାଙ୍କା ଗୁଳିଚାଳନା ହୋଇଥିବା ଅଭିଯୋଗ-ବାଉଁଶୁଣି ଥାନା ଟାଲୁପାଲି ରେଲୱେ ବ୍ରିଜ ନିକଟରେ ଫାଙ୍କା ଗୁଳିଚାଳନା-ଘଟଣାସ୍ଥଳରୁ ୭୫ ଗୋରୁ ଉଦ୍ଧାର; ମାଫିଆ ଫେରାର

Read More

ଇରାନରେ ଚାଲିଥିବା ସରକାର ବିରୋଧୀ ପ୍ରଦର୍ଶନ ଏବେ କେବଳ ରାଜନୀତିରେ ସୀମିତ ହୋଇ ରହିନାହିଁ, ବରଂ ଏହା ଧର୍ମ, ବ୍ୟକ୍ତିଗତ ସ୍ୱାଧୀନତା ଏବଂ ସାଂସ୍କୃତିକ ପରିଚୟକୁ ନେଇ ଏକ ବଡ଼ ବିତର୍କର ରୂପ ନେଇଛି। କଠୋର ସାମାଜିକ ନିୟମ ଏବଂ ଅର୍ଥନୈତିକ ସଙ୍କଟ କାରଣରୁ ଅନେକ ଲୋକ ନିଜର ପାରମ୍ପରିକ ଧାର୍ମିକ ବିଶ୍ୱାସରୁ ଦୂରେଇ ଯାଇ ନୂଆ ବିଚାରଧାରା ଆପଣାଉଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଇରାନର ଏହି ବୈଚାରିକ ବିପ୍ଳବର ପ୍ରଭାବ ଏବେ ଭାରତରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି, ଯେଉଁଠାରେ କେରଳରୁ ଆରମ୍ଭ ହୋଇଥିବା ‘ଏକ୍ସ-ମୁସଲିମ୍’ (Ex-Muslim) ମୁଭମେଣ୍ଟ ଧୀରେ ଧୀରେ ସକ୍ରିୟ ହେଉଛି ଏବଂ ଦାବି କରାଯାଉଛି ଯେ ପ୍ରାୟ ୧ କୋଟି ଲୋକ ନିଜର ଧର୍ମ ତ୍ୟାଗ କରିସାରିଲେଣି। 🛑 ଧର୍ମ ଏବଂ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ସାରା ବିଶ୍ୱରେ ଆସୁଥିବା…

Read More

ଜେଲ୍‌ରେ ଚାମେଲି ଅସୁସ୍ଥ ମେଡିକାଲରେ ଭର୍ତ୍ତି

ଜେଲ୍‌ରେ ଚାମେଲି ଅସୁସ୍ଥ ମେଡିକାଲରେ ଭର୍ତ୍ତି… – କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝା ଜେଲ୍ ଯିବା ଘଟଣା– ଜେଲ୍‌ରେ ଅସୁସ୍ଥ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Read More

ଧୀରଜ ସେଠ୍‌ ନୂଆ ସ୍ଥଳସେନା ମୁଖ୍ୟ

ଧୀରଜ ସେଠ୍‌ ନୂଆ ସ୍ଥଳସେନା ମୁଖ୍ୟ… – ନୂଆ ସ୍ଥଳସେନା ମୁଖ୍ୟଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର– ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ– ସ୍ଥଳସେନା ମୁଖ୍ୟ ଭାବେ ଆସନ୍ତା ୩୦ରେ ଦାୟିତ୍ଵ ନେବେ– ଜେନେରାଲ୍ ଉପେନ୍ଦ୍ର ଦ୍ଵିବେଦୀଙ୍କଠାରୁ ଦାୟିତ୍ଵ ନେବେ ଧୀରଜ ସେଠ୍– ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ ୩୧ ଯାଏଁ ସ୍ଥଳସେନା ମୁଖ୍ୟ ଦାୟିତ୍ବରେ ରହିବେ– ଏବେ ଉପସେନା ମୁଖ୍ୟ ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌

Read More

DG ପଦବୀ ପାଇଁ ୩୩ IPS ମନୋନୀତ…

-DG ପଦବୀ ପାଇଁ ଦେଶର ୩୩ଜଣ ବରିଷ୍ଠ IPS ମନୋନୀତ-କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ-ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ ଆଇପିଏସ୍-IPS ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ ମନୋନୀତ-୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୫ ବ୍ୟାଚର ପଦ୍ମାକର ଏସ୍ ରଣପିସେ DG ପଦବୀ ପାଇଁ ୩୩ IPS ମନୋନୀତ… -DG ପଦବୀ ପାଇଁ ଦେଶର ୩୩ଜଣ ବରିଷ୍ଠ IPS ମନୋନୀତ-କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ-ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ ଆଇପିଏସ୍-IPS ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ ମନୋନୀତ-୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୫ ବ୍ୟାଚର ପଦ୍ମାକର ଏସ୍ ରଣପିସେ

Read More