୯୨ କିମି ବେଗରେ ମାଡ଼ିଆସିଲା ଧୂଳିଝଡ. ପ୍ରବଳ ବର୍ଷ। ଜନଜୀବନ ଅସ୍ତବ୍ୟସ୍ତ

ପ୍ରତି ଘଣ୍ଟାରେ ୯୨ କିମି ପବନ ହୋଇଥିଲା। ପବନର ବେଗ ଏତେ ପ୍ରଖର ଥିଲା ଯେ, ଆଖପାଖରେ କିଛି ଦିଶୁ ନଥିଲା ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଆଜି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ନୋଏଡା, ଗାଜିଆବାଦ, ଫରିଦାବାଦ ସମେତ ଏନସିଆର ଅଞ୍ଚଳରେ ଭୀଷଣ ପବନ ସହ ଭୟଙ୍କର ଧୂଳିଝଡ଼ ହୋଇଛି। ପାଲମ ଅଞ୍ଚଳରେ ପ୍ରତି ଘଣ୍ଟାରେ ୯୨ କିମି ପବନ ହୋଇଥିଲା। ପବନର ବେଗ ଏତେ ପ୍ରଖର ଥିଲା ଯେ, ଆଖପାଖରେ କିଛି ଦିଶୁ ନଥିଲା। ଭୟଙ୍କର ଧୂଳିଝଡ଼ ହୋଇଥିଳା। ସଡ଼କରେ ଏତେ ଜୋରସେ ଧୂଳିଝଡ଼ ମାଡ଼ିଆସିଲା ଯେ, ଯାତାୟତ ମଧ୍ୟ କରି ହେଲାନି।

ଧୂଳିଝଡର ବେଗ ଏତେ ପ୍ରଖର ଥିଲା ଯେ,ଭିଜିବିଲିଟି କମ ହୋଇଗଲା। ଲୋକମାନେ ଗାଡ଼ି ମଧ୍ୟ ରାସ୍ତାରେ ଚଲାଇପାରିଲେନି। ଅପରାହ୍ନ ୩ଟା ବେଳେ ହଠାତ ଯେମିତି ଧୂଳିଝଡ଼ ମାଡ଼ିଆସିଥିଲା। ଝଡ଼ପବନର ବେଗ ଏତେ ଭୟଙ୍କର ଥିଲା ଯେ, ଗାଡ଼ି ଗୁଡ଼ିକ ଦିନବେଳେ ଲାଇଟ ଲଗାଇକି ଯିବାକୁ ପଡ଼ିଲା।

ଭାରତ ପାଣିପାଗ ବିଭାଗ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ କହିଛି ଯେ ଝଡ଼ବର୍ଷା, ବିଜୁଳି ଏବଂ ପ୍ରବଳ ପବନ ବହିବାର ଆଶଙ୍କା ରହିଛି। ରେଡ୍ ଆଲର୍ଟର ଅର୍ଥ ହେଉଛି ପାଗ ବହୁତ ଖରାପ ହେବାର ସମ୍ଭାବନା ଅଛି, ଏବଂ ଲୋକମାନେ ସତର୍କତା ଅବଲମ୍ବନ କରିବା ଉଚିତ। ଦିଲ୍ଲୀ-ଏନସିଆରରେ ଆକାଶ ମେଘୁଆ ରହିଛି, ଏବଂ କିଛି ଅଞ୍ଚଳରେ ବର୍ଷା ହେଉଛି। ପାଣିପାଗ ବିଭାଗ ଆଗାମୀ କିଛି ଘଣ୍ଟା ମଧ୍ୟରେ ପରିସ୍ଥିତି ଆହୁରି ଖରାପ ହେବ ବୋଲି ପୂର୍ବାନୁମାନ କରିଛି। ପାଗ ବିଗିଡ଼ିବାକୁ ଦୃଷ୍ଟିରେ ରଖି, ଆଇଏମଡି ଦିଲ୍ଲୀ-ଏନସିଆରର କିଛି ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଏବଂ ଅନ୍ୟ କିଛି ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରିଛି

Related posts

Leave a Comment