ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ମାଟିରେ ପ୍ରବେଶ କରିଛି। ପହିଲି ରଜର ଦିନକ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କଲା ପରେ ତାପମାତ୍ରା ଏବଂ ଗରମ ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ଉତ୍ତର ଭାଗକୁ ମୌସୁମୀ ଅଗ୍ରସର ହୋଇଛି।ସୁଚନାଯୋଗ୍ୟ, ସ୍ବାଭାବିକ ସମୟର ୩ ଦିନ ବିଳମ୍ବରେ ଚଳିତ ବର୍ଷ କେରଳମ୍‌ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାକୁ କିନ୍ତୁ ସ୍ବାଭାବିକ ସମୟରେ ମୌସୁମୀ ଆସିପାରେ ବୋଲି ଅନୁମାନ କରାଯାଇ ଥିଲା। ଅର୍ଥାତ୍‌ ଜୁନ୍‌ ୧୦ରୁ ୧୨ ତାରିଖ ମଧ୍ୟରେ ମୌସୁମୀ ‌ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଥିଲା। ସାଧାରଣତଃ ଜୁନ୍‌ ୧ରେ କେରଳମ୍‌ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁଥାଏ। ଯଦିଓ ଓଡ଼ିଶାକୁ ମୌସୁମୀ ଆଗମନ ପାଇଁ ‌ମୌସୁମୀର କେରଳମ୍‌ ଆଗମନ ଅପେକ୍ଷା ବଙ୍ଗୋପସାଗରୀୟ ପାଣିପାଗ ଅଧିକ ଗୁରୁତ୍ବପୂର୍ଣ୍ଣ; ତଥାପି ଚଳିତ ଥର କେରଳମ୍‌ ଭଳି ଓଡ଼ିଶାକୁ ମୌସୁମୀର ଆଗମନ ବିଳମ୍ବ ନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଥିଲା।

Related posts

Leave a Comment