Latest Post

ଦୋହାରେ ଇସ୍ରାଏଲୀ ଆକ୍ରମଣ ଉପରେ ଟ୍ରମ୍ପ କ’ଣ କହିଥିଲେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କତାରର ରାଜଧାନୀ ଦୋହାରେ ହମାସ ଘାଟି ଉପରେ ଇସ୍ରାଏଲୀ ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଏଥିରେ...

ଡାକ୍ତର ନୁହଁନ୍ତି ଫିଜିଓଥେରାପିଷ୍ଟ, ବ୍ୟବହାର କରିପାରିବେନି ‘ଡକ୍ଟର’ ପ୍ରିଫିକ୍ସ

' ଫିଜିଓଥେରାପିଷ୍ଟମାନେ ଡାକ୍ତର ନୁହଁନ୍ତି, 'ଡକ୍ଟର' ପ୍ରିଫିକ୍ସ ବ୍ୟବହାର କରିପାରିବେ ନାହିଁ। ଏନେଇ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଏକ ନିର୍ଦ୍ଦେଶନାମା ଜାରି କରି ଫିଜିଓଥେରାପିଷ୍ଟମାନଙ୍କୁ 'ଡକ୍ଟର' ଉପସର୍ଗ...

କ୍ୟାବିନେଟ ବୈଠକ

କ୍ୟାବିନେଟ୍ ବୈଠକଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୨୬ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l...

ସୁଧୁରିବ ଭାରତ ଆମେରିକା ସମ୍ପର୍କ

ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲେ ଟ୍ରମ୍ପ ।ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଚାଲିଥିବା ଟ୍ରମ୍ପଙ୍କ ସୂଚନା।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୂଚନା।ପୁଣି PM ମୋଦଙ୍କୁ ଭଲ...

ରାଷ୍ଟ୍ରପତି ଭବନରୁ ଓଡ଼ିଶା ସରକାରଙ୍କୁ ଆସିଲା ଚିଠି

ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ*କବିସୂର୍ଯ୍ୟନଗର ବିଧାୟକଙ୍କ ଗୋଆରେ ଘର ଥିବା ଘଟଣା*ରାଷ୍ଟ୍ରପତି ଭବନରୁ ଓଡିଶା ସରକାରଙ୍କୁ ଆସିଲା ଚିଠି*

ଏଆଇର ପରବର୍ତ୍ତୀ ପିଢ଼ି ଏସ୍‌ଆଇ; ଆଇର୍ଟିଫିସିଆଲ ଣ୍ଟେଲିଜେନ୍ସ ଅପେକ୍ଷା ଶକ୍ତିଶାଳୀ

ନୂଆଦିଲ୍ଲୀ:କୃତ୍ରିମ ବୁଦ୍ଧିମତ୍ତା ବା ଆଇର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଏ ପର୍ଯ୍ୟନ୍ତ ପ୍ରଯୁକ୍ତିବିଦ୍ୟା ଜଗତର ସବୁଠାରୁ ବଡ଼ ବିପ୍ଳବ ବୋଲି ବିବେଚନା କରାଯାଉଥିଲା। କମ୍ପାନୀଗୁଡ଼ିକ ଏଆଇରେ ପ୍ରଚୁର ପରିମାଣରେ...

ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ଏନଡିଏ ପ୍ରାର୍ଥୀ ଥିଲେ ସିପି ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ:ଭାରତର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲିଥିଲା ଜାତୀୟ ଗଣତନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ଥିଲେ ସିପି...

ଭଦ୍ରକ କଲେଜରେ ଛାତ୍ର ଆନ୍ଦୋଳନ

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି।-ବ୍ୟାନର୍ ମରାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା-କଲେଜ୍ ଗେଟ୍‌ ଆଗରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଧାରଣା-ବିଜୁ ଛାତ୍ର ଜନତା ଦଳ ପକ୍ଷରୁ...

ମୋହନ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ

ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ରଙ୍କୁ ତଡିବା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚା ପ୍ରତିକ୍ରିୟା ଦେଇଛି। ବିଜେଡ଼ି ଓ କଂଗ୍ରେସ କ’ଣ ପାଇଁ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଯଦି ଆମ ଦଳର...

Page 78 of 91 1 77 78 79 91

Recommended

Most Popular

କଙ୍କାଳ ବୁହା ଘଟଣାରେ ଫିଟୁଛି ଗୁମର କଙ୍କାଳ ବୁହା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରାଞ୍ଚଳ ଆର୍‌ଡିସି ପ୍ରାଥମିକ ଅନୁସନ୍ଧାନ କରିବା ପରେ ଧୀରେ ଧୀରେ ଗୁମର ଫିଟୁଛି। ବ୍ୟବସ୍ଥାର ବିଫଳତା ପଦାରେ ପଦୁଛି। ଘଟଣା ପଛରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ମୁଖ୍ୟ କାରଣ ବୋଲି ଆର୍‌ଡିସି କହିଥିବା ବେଳେ, ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ବିଳମ୍ୱ ଏବଂ ପୁଲିସର ସମ୍ୱେଦନହୀନତା ଆଡ଼କୁ ବି ଆଙ୍ଗୁଳି ଉଠିଛି ।କେନ୍ଦୁଝର ଜିଲ୍ଲା ପାଟଣାରେ ଜିତୁ ମୁଣ୍ଡାଙ୍କ ଗାଁକୁ ଯାଇ ଭେଟିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ । ଅକଥନୀୟ ଯାତନାର କାହାଣୀ ଗୋଟି ଗୋଟି କରି ବଖାଣିଛନ୍ତି ଜିତୁ । ମଲ୍ଲୀପସି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ବି ତନାଘନା କରିଛନ୍ତି ଆର୍‌ଡିସି । ପ୍ରାୟ ଘଣ୍ଟାଏ କାଳର ସିସିଟିଭି ଫୁଟେଜ ଯାଞ୍ଚ ହୋଇଛି । ପ୍ରାଥମିକ ତଦନ୍ତ ପରେ ସେ ସଫା ସଫା କହିଛନ୍ତି- ଘଟଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଦାୟୀ । ଘଟଣା ଦିନ ୪୦ ମିନିଟ୍ ଭିତରେ ବ୍ୟାଙ୍କରେ ୪ ଥର ଏ କାଉଣ୍ଟରରୁ ସେ କାଉଣ୍ଟର, କ୍ୟାସିୟର ଠୁ ବ୍ୟାଙ୍କ ମ୍ୟାନେଜର ପର୍ଯ୍ୟନ୍ତ ହୋଇଛନ୍ତି। ସମସ୍ତଙ୍କ ନିକଟରେ ଗୁହାରି କରିଥିଲେ ଭଉଣୀ ରଖିଥିବା ଟଙ୍କା ଉଠାଇବା ପାଇଁ । ତେବେ ସିସିଟିଭି ଫୁଟେଜରେ ଅଡିଓ ନଥିବାରୁ କ’ଣ ଯୁକ୍ତିତର୍କ ହେଲା ଜଣାପଡ଼ିନି ।ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କୁ ପ୍ରଥମ ଥର ଦେଖିଲେ ବୋଲି କହିଥିବା ବେଳେ, ଆର୍‌ଡିସି କହିଛନ୍ତି- ପୂର୍ବରୁ ୮ ଥର ଜିତୁ ଓ ତାଙ୍କ ଭଉଣୀ କାର୍ଲା ମୁଣ୍ଡା ବ୍ୟାଙ୍କକୁ ଆସି ଟଙ୍କା ଉଠାଇଛନ୍ତି । ଶେଷ ଥର ଗତବର୍ଷ ଡିସେମ୍ୱର ୨୬ରେ ବି ଏକାଠି ଆସି ୫ଶହ ଟଙ୍କା ଉଠାଇଥିଲେ । ବ୍ୟାଙ୍କ କର୍ମଚାରୀମାନେ ଜିତୁ ଓ କାର୍ଲାଙ୍କୁ ଭଲଭାବେ ଜାଣିଛନ୍ତି । ପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଓ ପୁଲିସର ଭୂମିକା ବି ସନ୍ଦେହ ଘେରରେ । କାର୍ଲା ମୁଣ୍ଡା ଅସୁସ୍ଥ ହୋଇ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଣ ହରାଇଥିଲେ । ଫେବୃଆରୀରେ ମୃତ୍ୟୁ ପଞ୍ଜୀକରଣ ସତ୍ତ୍ୱେ, ୩ ମାସ ହେଲା କାହିଁକି ଦିଆଯାଇନାହିଁ ମୃତ୍ୟୁ ପ୍ରମାଣପତ୍ର ? ଘଟଣା ଦିନ ଜିତୁ ଭଉଣୀଙ୍କ କଙ୍କାଳ କାନ୍ଧରେ ପକାଇ ଡହଡହ ଖରାରେ ଚାଲି ଚାଲି ବ୍ୟାଙ୍କରେ ପହଞ୍ଚିବା ପରେ ପୁଲିସ ପହଞ୍ଚିଥିଲା । ଆଉ ବୁଝାସୁଝା ପରେ ସେଠାରୁ ଦିନ ପ୍ରାୟ ୨ଟା ବେଳେ ପୁଣି ମୃତଦେହକୁ ବୋହି ଖରାରେ ଚାଲି ଚାଲି ଫେରିଲେ । ପ୍ରଶ୍ନ ଉଠୁଛି- ପୁଲିସ କାହିଁକି ଗାଡ଼ିରେ ମୃତଦେହ ନେଲା ନାହିଁ ? ମାନବିକତା ଭୁଲିଗଲା କି ପୁଲିସ ? ଏ ସମସ୍ତ ଦିଗରେ ତଦନ୍ତ ହେବ ବୋଲି କହିଛନ୍ତି ଆର୍‌ଡିସି ।ସେପଟେ ଜିତୁଙ୍କୁ ଭେଟି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଛି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।କଂଗ୍ରେସର ସ୍ୱତନ୍ତ୍ର ଦଳ ମଧ୍ୟ ଜିତୁ ମୁଣ୍ଡାଙ୍କୁ ଗାଁରେ ଯାଇ ଭେଟିଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ପ୍ରମୁଖ ଜିତୁଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ବ୍ୟାଙ୍କରେ ବି ସତ ପରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ।