Latest Post

ଖୋର୍ଦ୍ଧା ଗଡ଼ଚଣ୍ଡୀ ମନ୍ଦିର ନିକଟରେ ଡକାୟତି ଯୋଜନା

ଖୋର୍ଦ୍ଧା:ଖୋର୍ଦ୍ଧା ଗଡ଼ଚଣ୍ଡୀ ମନ୍ଦିର ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ମାଡି ବସିଲା ଶିଳ୍ପାଞ୍ଚଳ ଥାନା ପୁଲିସ । ବନ୍ଧୁକ, ଖଣ୍ଡା ଭଳି ମାରଣାସ୍ତ୍ର ଜବତ କରି...

ଦନ୍ତାର ଶବ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

ଦେବଗଡ଼:ଦେବଗଡ ଜିଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ କୋହ୍ଲବସା ପଞ୍ଚାୟତ ଚିରଗୁଣିକୁଦର ଗ୍ରାମରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଚିରଗୁଣିକୁଦର ନୁଆଁକଟାଠାରେ ଶୁକ୍ରବାର ଦନ୍ତାହାତୀ ମୃତ୍ୟୁ ଘଟିଥିବା...

ଛଣଗିରି ସୁନା ଦୋକାନ ଲୁଟ ଘଟଣା: ପୁଣି ୨ ଅଭିଯୁକ୍ତ ଗିରଫ, ୧କେଜି ୧୩ ଗ୍ରାମ ସୁନା, ୨୨୩୧ ଗ୍ରାମ ରୂପା ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଛଣଗିରିସ୍ଥିତ ସାଇ ସୋନୁ ସୁନା ଦୋକାନରୁ ଲୁଟ ଘଟଣାରେ ଶୁକ୍ରବାର ପୁଲିସକୁ ପୁଣି ସଫଳତା ମିଳଛି। ପୁଲିସ ୨ଜଣ ଅଭିଯୁକ୍ତଙ୍କୁ...

ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ଭାରପ୍ରାପ୍ତ କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ

ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ଭାରପ୍ରାପ୍ତ କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଡ଼ ଶତ୍ରୁଘ୍ନ ପାଣିଗ୍ରାହୀ।କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପତି ୬ ମାସ ନିମନ୍ତେ ଶତ୍ରୁଘ୍ନଙ୍କୁ...

ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବାକୁ ଯୋଜନା ପ୍ରସ୍ତୁତ :

–ଏନେଇ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ–ଯେଉଁ ଜନଜାତି ଜଙ୍ଗଲ ଜମିରେ ରହୁଛନ୍ତି ତାଙ୍କୁ ୧୦ ଡିସିମିଲ୍‌ ଜମି ମିଳିବ–ହୀରାକୁଦ ନିର୍ମାଣରେ...

ଟୁକୁରା ଖବର

: 🎯ସୁଭଦ୍ରା:#୨.୮୫ଲକ୍ଷଙ୍କପାଇଁଫିଲ୍ଡଏନ୍‌କ୍ବାରୀସୁଭଦ୍ରା’ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା ମୃତ ଓ ଜୀବିତ ନେଇ ଆମେ ସ୍ବାସ୍ଥ୍ୟ ବିଭାଗ ତଥ୍ୟକୁ ଗ୍ରହଣ କରିବୁଯୋଗାଣ ବିଭାଗ...

ଆମେରିକୀୟ କୋର୍ଟ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଲେ

*ଭାରତ ସହିତ ଶୁଳ୍କ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର କୋର୍ଟ ବର୍ତ୍ତମାନ ଫେଡ୍ ଗଭର୍ଣ୍ଣର ଲିସା କୁକଙ୍କୁ...

Page 77 of 91 1 76 77 78 91

Recommended

Most Popular

କଙ୍କାଳ ବୁହା ଘଟଣାରେ ଫିଟୁଛି ଗୁମର କଙ୍କାଳ ବୁହା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରାଞ୍ଚଳ ଆର୍‌ଡିସି ପ୍ରାଥମିକ ଅନୁସନ୍ଧାନ କରିବା ପରେ ଧୀରେ ଧୀରେ ଗୁମର ଫିଟୁଛି। ବ୍ୟବସ୍ଥାର ବିଫଳତା ପଦାରେ ପଦୁଛି। ଘଟଣା ପଛରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ମୁଖ୍ୟ କାରଣ ବୋଲି ଆର୍‌ଡିସି କହିଥିବା ବେଳେ, ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ବିଳମ୍ୱ ଏବଂ ପୁଲିସର ସମ୍ୱେଦନହୀନତା ଆଡ଼କୁ ବି ଆଙ୍ଗୁଳି ଉଠିଛି ।କେନ୍ଦୁଝର ଜିଲ୍ଲା ପାଟଣାରେ ଜିତୁ ମୁଣ୍ଡାଙ୍କ ଗାଁକୁ ଯାଇ ଭେଟିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ । ଅକଥନୀୟ ଯାତନାର କାହାଣୀ ଗୋଟି ଗୋଟି କରି ବଖାଣିଛନ୍ତି ଜିତୁ । ମଲ୍ଲୀପସି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ବି ତନାଘନା କରିଛନ୍ତି ଆର୍‌ଡିସି । ପ୍ରାୟ ଘଣ୍ଟାଏ କାଳର ସିସିଟିଭି ଫୁଟେଜ ଯାଞ୍ଚ ହୋଇଛି । ପ୍ରାଥମିକ ତଦନ୍ତ ପରେ ସେ ସଫା ସଫା କହିଛନ୍ତି- ଘଟଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଦାୟୀ । ଘଟଣା ଦିନ ୪୦ ମିନିଟ୍ ଭିତରେ ବ୍ୟାଙ୍କରେ ୪ ଥର ଏ କାଉଣ୍ଟରରୁ ସେ କାଉଣ୍ଟର, କ୍ୟାସିୟର ଠୁ ବ୍ୟାଙ୍କ ମ୍ୟାନେଜର ପର୍ଯ୍ୟନ୍ତ ହୋଇଛନ୍ତି। ସମସ୍ତଙ୍କ ନିକଟରେ ଗୁହାରି କରିଥିଲେ ଭଉଣୀ ରଖିଥିବା ଟଙ୍କା ଉଠାଇବା ପାଇଁ । ତେବେ ସିସିଟିଭି ଫୁଟେଜରେ ଅଡିଓ ନଥିବାରୁ କ’ଣ ଯୁକ୍ତିତର୍କ ହେଲା ଜଣାପଡ଼ିନି ।ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କୁ ପ୍ରଥମ ଥର ଦେଖିଲେ ବୋଲି କହିଥିବା ବେଳେ, ଆର୍‌ଡିସି କହିଛନ୍ତି- ପୂର୍ବରୁ ୮ ଥର ଜିତୁ ଓ ତାଙ୍କ ଭଉଣୀ କାର୍ଲା ମୁଣ୍ଡା ବ୍ୟାଙ୍କକୁ ଆସି ଟଙ୍କା ଉଠାଇଛନ୍ତି । ଶେଷ ଥର ଗତବର୍ଷ ଡିସେମ୍ୱର ୨୬ରେ ବି ଏକାଠି ଆସି ୫ଶହ ଟଙ୍କା ଉଠାଇଥିଲେ । ବ୍ୟାଙ୍କ କର୍ମଚାରୀମାନେ ଜିତୁ ଓ କାର୍ଲାଙ୍କୁ ଭଲଭାବେ ଜାଣିଛନ୍ତି । ପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଓ ପୁଲିସର ଭୂମିକା ବି ସନ୍ଦେହ ଘେରରେ । କାର୍ଲା ମୁଣ୍ଡା ଅସୁସ୍ଥ ହୋଇ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଣ ହରାଇଥିଲେ । ଫେବୃଆରୀରେ ମୃତ୍ୟୁ ପଞ୍ଜୀକରଣ ସତ୍ତ୍ୱେ, ୩ ମାସ ହେଲା କାହିଁକି ଦିଆଯାଇନାହିଁ ମୃତ୍ୟୁ ପ୍ରମାଣପତ୍ର ? ଘଟଣା ଦିନ ଜିତୁ ଭଉଣୀଙ୍କ କଙ୍କାଳ କାନ୍ଧରେ ପକାଇ ଡହଡହ ଖରାରେ ଚାଲି ଚାଲି ବ୍ୟାଙ୍କରେ ପହଞ୍ଚିବା ପରେ ପୁଲିସ ପହଞ୍ଚିଥିଲା । ଆଉ ବୁଝାସୁଝା ପରେ ସେଠାରୁ ଦିନ ପ୍ରାୟ ୨ଟା ବେଳେ ପୁଣି ମୃତଦେହକୁ ବୋହି ଖରାରେ ଚାଲି ଚାଲି ଫେରିଲେ । ପ୍ରଶ୍ନ ଉଠୁଛି- ପୁଲିସ କାହିଁକି ଗାଡ଼ିରେ ମୃତଦେହ ନେଲା ନାହିଁ ? ମାନବିକତା ଭୁଲିଗଲା କି ପୁଲିସ ? ଏ ସମସ୍ତ ଦିଗରେ ତଦନ୍ତ ହେବ ବୋଲି କହିଛନ୍ତି ଆର୍‌ଡିସି ।ସେପଟେ ଜିତୁଙ୍କୁ ଭେଟି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଛି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।କଂଗ୍ରେସର ସ୍ୱତନ୍ତ୍ର ଦଳ ମଧ୍ୟ ଜିତୁ ମୁଣ୍ଡାଙ୍କୁ ଗାଁରେ ଯାଇ ଭେଟିଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ପ୍ରମୁଖ ଜିତୁଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ବ୍ୟାଙ୍କରେ ବି ସତ ପରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ।