Latest Post

ବସଭଡା ୧୦ ଟଙ୍କା ପାଇଁ ୨୫ କିମି ଚଲାଇଲଲେ କଣ୍ଡକ୍ଟର

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ର ବୈଶିଙ୍ଗା ଗ୍ରାମର ସରୋଜ ପୁଥାଳଙ୍କ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ପୁଅ ପୀୟୂଷ ଓ ନଡ଼ପୁର ଗ୍ରାମର ସରୋଜଙ୍କ ଭିଣୋଇ ବ୍ରଜମୋହନ...

କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ।

କଟକ: ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ। ଏବେ ହୀରାକୁଦ ଜଳଭଣ୍ଡାରରେ ୧୨ଟି ସ୍ଲୁଇସ୍ ଗେଟ ଦେଇ ମହାନଦୀରେ...

ଯୁବକଙ୍କୁ ହତ୍ୟା

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ...

ଜିଏସ୍‌ଟି ପରିସରଭୁକ୍ତ ହୋଇପାରିଲାନି ପେଟ୍ରୋଲ ଓ ଡିଜେଲ୍‌ ରାଜିହେଲେନି ରାଜ୍ୟ, ସରକାର ତେଲ ଲିଟର ୩୫ ଟଙ୍କା କମିଥା’ନ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ହାରରେ ବଡ଼ ସଂସ୍କାର ଘୋଷଣା ପରେ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀଗୁଡିକର ଦର ମହୁ...

ମୋଦି ଜଣେ ଭଲ ପ୍ରଧାନମନ୍ତ୍ରୀ ସବୁବେଳେ ବନ୍ଧୁ ହୋଇ ରହିବେ ବୋଲି ଟ୍ରମ୍ପଙ୍କ ବୟାନ

ଭାରତ-ଆମେରିକା ସମ୍ପର୍କକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କ ସ୍ବତନ୍ତ୍ର । କହିଲେ, ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ...

୨୭ ତାରିଖରେ ଓଟିଇଟି ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ହେବ।ଉକ୍ତ ଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ...

କ୍ୟାମ୍ପସରେ ହିଂସା ବଢୁଛି କଲେଜ ନିର୍ବାଚନ ବନ୍ଦ ପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ ଓଡିଶା ଅଭିଭାବକ ମହାସଂଘର ଦାବୀ

ଭୁବନେଶ୍ୱର: କଲେଜ କ୍ୟାମ୍ପସରେ ହିଂସା ଓ ଗଣ୍ଡଗୋଳିଆ ସ୍ଥିତି ବଢୁଛି l ଆଗରୁ ବନ୍ଦ ହୋଇ ରହିଥିବା କଲେଜ ନିର୍ବାଚନ ପ୍ରକ୍ରିୟା ପୁନଃ ଚାଲୁ କରିବା ପାଇଁ...

Page 79 of 91 1 78 79 80 91

Recommended

Most Popular

କଙ୍କାଳ ବୁହା ଘଟଣାରେ ଫିଟୁଛି ଗୁମର କଙ୍କାଳ ବୁହା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରାଞ୍ଚଳ ଆର୍‌ଡିସି ପ୍ରାଥମିକ ଅନୁସନ୍ଧାନ କରିବା ପରେ ଧୀରେ ଧୀରେ ଗୁମର ଫିଟୁଛି। ବ୍ୟବସ୍ଥାର ବିଫଳତା ପଦାରେ ପଦୁଛି। ଘଟଣା ପଛରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ମୁଖ୍ୟ କାରଣ ବୋଲି ଆର୍‌ଡିସି କହିଥିବା ବେଳେ, ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ବିଳମ୍ୱ ଏବଂ ପୁଲିସର ସମ୍ୱେଦନହୀନତା ଆଡ଼କୁ ବି ଆଙ୍ଗୁଳି ଉଠିଛି ।କେନ୍ଦୁଝର ଜିଲ୍ଲା ପାଟଣାରେ ଜିତୁ ମୁଣ୍ଡାଙ୍କ ଗାଁକୁ ଯାଇ ଭେଟିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ । ଅକଥନୀୟ ଯାତନାର କାହାଣୀ ଗୋଟି ଗୋଟି କରି ବଖାଣିଛନ୍ତି ଜିତୁ । ମଲ୍ଲୀପସି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ବି ତନାଘନା କରିଛନ୍ତି ଆର୍‌ଡିସି । ପ୍ରାୟ ଘଣ୍ଟାଏ କାଳର ସିସିଟିଭି ଫୁଟେଜ ଯାଞ୍ଚ ହୋଇଛି । ପ୍ରାଥମିକ ତଦନ୍ତ ପରେ ସେ ସଫା ସଫା କହିଛନ୍ତି- ଘଟଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଦାୟୀ । ଘଟଣା ଦିନ ୪୦ ମିନିଟ୍ ଭିତରେ ବ୍ୟାଙ୍କରେ ୪ ଥର ଏ କାଉଣ୍ଟରରୁ ସେ କାଉଣ୍ଟର, କ୍ୟାସିୟର ଠୁ ବ୍ୟାଙ୍କ ମ୍ୟାନେଜର ପର୍ଯ୍ୟନ୍ତ ହୋଇଛନ୍ତି। ସମସ୍ତଙ୍କ ନିକଟରେ ଗୁହାରି କରିଥିଲେ ଭଉଣୀ ରଖିଥିବା ଟଙ୍କା ଉଠାଇବା ପାଇଁ । ତେବେ ସିସିଟିଭି ଫୁଟେଜରେ ଅଡିଓ ନଥିବାରୁ କ’ଣ ଯୁକ୍ତିତର୍କ ହେଲା ଜଣାପଡ଼ିନି ।ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କୁ ପ୍ରଥମ ଥର ଦେଖିଲେ ବୋଲି କହିଥିବା ବେଳେ, ଆର୍‌ଡିସି କହିଛନ୍ତି- ପୂର୍ବରୁ ୮ ଥର ଜିତୁ ଓ ତାଙ୍କ ଭଉଣୀ କାର୍ଲା ମୁଣ୍ଡା ବ୍ୟାଙ୍କକୁ ଆସି ଟଙ୍କା ଉଠାଇଛନ୍ତି । ଶେଷ ଥର ଗତବର୍ଷ ଡିସେମ୍ୱର ୨୬ରେ ବି ଏକାଠି ଆସି ୫ଶହ ଟଙ୍କା ଉଠାଇଥିଲେ । ବ୍ୟାଙ୍କ କର୍ମଚାରୀମାନେ ଜିତୁ ଓ କାର୍ଲାଙ୍କୁ ଭଲଭାବେ ଜାଣିଛନ୍ତି । ପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଓ ପୁଲିସର ଭୂମିକା ବି ସନ୍ଦେହ ଘେରରେ । କାର୍ଲା ମୁଣ୍ଡା ଅସୁସ୍ଥ ହୋଇ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଣ ହରାଇଥିଲେ । ଫେବୃଆରୀରେ ମୃତ୍ୟୁ ପଞ୍ଜୀକରଣ ସତ୍ତ୍ୱେ, ୩ ମାସ ହେଲା କାହିଁକି ଦିଆଯାଇନାହିଁ ମୃତ୍ୟୁ ପ୍ରମାଣପତ୍ର ? ଘଟଣା ଦିନ ଜିତୁ ଭଉଣୀଙ୍କ କଙ୍କାଳ କାନ୍ଧରେ ପକାଇ ଡହଡହ ଖରାରେ ଚାଲି ଚାଲି ବ୍ୟାଙ୍କରେ ପହଞ୍ଚିବା ପରେ ପୁଲିସ ପହଞ୍ଚିଥିଲା । ଆଉ ବୁଝାସୁଝା ପରେ ସେଠାରୁ ଦିନ ପ୍ରାୟ ୨ଟା ବେଳେ ପୁଣି ମୃତଦେହକୁ ବୋହି ଖରାରେ ଚାଲି ଚାଲି ଫେରିଲେ । ପ୍ରଶ୍ନ ଉଠୁଛି- ପୁଲିସ କାହିଁକି ଗାଡ଼ିରେ ମୃତଦେହ ନେଲା ନାହିଁ ? ମାନବିକତା ଭୁଲିଗଲା କି ପୁଲିସ ? ଏ ସମସ୍ତ ଦିଗରେ ତଦନ୍ତ ହେବ ବୋଲି କହିଛନ୍ତି ଆର୍‌ଡିସି ।ସେପଟେ ଜିତୁଙ୍କୁ ଭେଟି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଛି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।କଂଗ୍ରେସର ସ୍ୱତନ୍ତ୍ର ଦଳ ମଧ୍ୟ ଜିତୁ ମୁଣ୍ଡାଙ୍କୁ ଗାଁରେ ଯାଇ ଭେଟିଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ପ୍ରମୁଖ ଜିତୁଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ବ୍ୟାଙ୍କରେ ବି ସତ ପରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ।