ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ

ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ

ଏଣିକି ଆଡମିଟ୍ ହେବା ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା । ନକଲେ ହସ୍ପିଟାଲ ବିରୋଧରେ ହେବ ଆକ୍ସନ । ଆୟୁଷ୍ମାନ ସେବାକୁ ନେଇ ଏଭଳି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ରହିବ ।

ଯେଉଁ ହସ୍ପିଟାଲ ନକରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏହି ନିର୍ଦ୍ଦେଶକୁ ସମସ୍ତ ଘରୋଇ ହସ୍ପିଟାଲ ପାଳନ ପାଇଁ କଡାକଡି ନିର୍ଦ୍ଦେଶ ରହିଛି । ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତାଗିଦ କରାଯାଇଛି । ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।

Related posts

Leave a Comment