ଓଡ଼ିଶାରେ ମୌସୁମୀ ଆସିବାରେ ବିଳମ୍ବ

ଓଡ଼ିଶାରେ ମୌସୁମୀ ଆସିବାରେ ବିଳମ୍ବ ହେବ । ଆସନ୍ତା ଜୁନ୍ ୧୦ ତାରିଖ ପରେ ରାଜ୍ୟକୁ ମୌସୁମୀ ଆସିପାରେ । ବର୍ତ୍ତମାନ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ ଥିବାରୁ, ଜୁନ୍ ୩ ତାରିଖ ପରେ ରାଜ୍ୟରେ ପୁଣି ଥରେ ପାରଦ ଉପରକୁ ଚଢ଼ିବ ଏବଂ ଖରା ବଢ଼ିବ । ବଙ୍ଗୋପସାଗରରେ ବର୍ତ୍ତମାନ ମୌସୁମୀ କରେଣ୍ଟ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିଛି । ଦକ୍ଷିଣ ଗୋଲାର୍ଦ୍ଧରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଆସୁଥିଲେ ମଧ୍ୟ ଏହା ଆଗକୁ ବଢ଼ି ପାରୁନାହିଁ । ମୌସୁମୀ ବାୟୁକୁ ସକ୍ରିୟ କରିବା ପାଇଁ ଆବଶ୍ୟକୀୟ କାରକ ନଥିବାରୁ ଏହା କେରଳ ଛୁଇଁବାରେ ମଧ୍ୟ ସକ୍ରିୟ ହୋଇପାରୁ ନାହିଁ ।

ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଗ୍ରୀଷ୍ମ ପ୍ରବାହର ଚେତାବନୀ ହଟିଥିଲେ ମଧ୍ୟ ପ୍ରବଳ ଖରା ଓ ଗୁଳୁଗୁଳି ଉପକୂଳ ଓଡ଼ିଶାକୁ କଲବଲ କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ ପଶ୍ଚିମ ଓଡ଼ିଶାର ୨୧ଟି ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Related posts

Leave a Comment