ପେରୁର ଏଣ୍ଡିଜ୍ ଅଞ୍ଚଳରେ 5.5 ତୀବ୍ରତାର ଭୂମିକମ୍ପ 5 ମୃତ, 20 ରୁ ଅଧିକ ଆହତ
ପେରୁର ଏଣ୍ଡିଜ୍ ଅଞ୍ଚଳ*ରେ ଶନିବାର ରାତିରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପରେ *ଅତି କମରେ 5 ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି 20 ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ 300 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେମିତି ଥିଲା ଭୂମିକମ୍ପ ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର ତୀବ୍ରତା 5.5 ଥିଲା। ଏହା ଶନିବାର ରାତି 9:24 ରେ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ହୁଆନକାୟୋ ପ୍ରଦେଶର ସିକାଇଆ ସହରରୁ 2 କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ*ରେ ଥିଲା। ଭୂମି ତଳେ ଏହାର *ଗଭୀରତା 10 କିଲୋମିଟର ରେକର୍ଡ କରାଯାଇଛି। କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ଭୂମିକମ୍ପ ପରେ ଅନେକ ଘର ଓ ଇମାରତ କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…
Read More