ହାତୀକୁ ମାରି ପୋତି ଦେଲେ
ହିନ୍ଦୋଳ ସଦର ମହକୁମା ଚରଣପୁରଠାରେ ଅବସରପ୍ରାପ୍ତ ସେନା କର୍ମଚାରୀ କୁବେର ରାଜଙ୍କ ଫାର୍ମ ହାଉସ୍ ରେ ଦୁଇଦିନ ତଳେ ଏକ ହାତୀକୁ ମାରି ପୋତି ଦିଆଯାଇଥିବା ବନ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରବିବାର ଚଢ଼ଉ କରିଥିଲା। ରାତି ହୋଇ ଯାଇଥିବାରୁ ତଦନ୍ତ ବିଶେଷ ଆଗେଇ ପାରିନଥିଲା। ଆଜି ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫାର୍ମ ହାଉସ୍ର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଖୋଳାଯିବା ପରେ ସେଥିରୁ ହାତୀର ଗଳିତ ମୃତଦେହ ମିଳିଥିଲା।ହାତୀର ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତଦେହ ପୁଣି ପୋତି ଦିଆଯାଇଛି। ମାଖନା ହାତୀର ବୟସ ୩୦ ବର୍ଷ ପାଖାପାଖି ହେବ। ୩ ଦିନ ଆଗରୁ ଏହାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏପଟେ ହାତୀକୁ ୧୧ କେଭି ବିଦ୍ୟୁତ୍ ଲଗାଇ ମରାଯାଇଥିବା ମଧ୍ୟ ଫାର୍ମ ହାଉସ ମାଲିକ ସ୍ବୀକାର…
Read More