
ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଉଭୟ ଦୁଇ ଚକିଆ ଓ ୪ ଚକିଆ ଇଭି ଯାନ କିଣା ପାଇଁ ବିନା ସୁଧ ଋଣ ସାଙ୍ଗକୁ ରିଆତି ମଧ୍ୟ ପ୍ରଦାନ କରାଯାଉଛି। ଏହାସତ୍ତ୍ବେ ରାଜ୍ୟରେ ଇଭି ବ୍ୟବହାରରେ ଆଗ୍ରହ ବଢ଼ୁ ନାହିଁ। ୪ ବର୍ଷରେ ୨୦% ଇଭି ଲକ୍ଷ୍ୟ ଏବେ ୯%ରେ ସୀମିତ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବୈଦ୍ୟୁତିକ ଯାନ ଚଳାଚଳ ବୃଦ୍ଧି ନିମନ୍ତେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ‘ଓଡ଼ିଶା ଇଭି ପଲିସୀ-୨୦୨୫’ ଚିଠା ବିଜ୍ଞପ୍ତି ପ୍ରସ୍ତୁତ କରିଛି। ଚିଠା ବିଜ୍ଞପ୍ତି ଅନୁସାରେ ଆସନ୍ତା ୨୦୩୦ ସୁଦ୍ଧା ରାଜ୍ୟର ଗାଡ଼ି ସଂଖ୍ୟା ମଧ୍ୟରୁ ୫୦ ପ୍ରତିଶତ ଇଭି ଚଳପ୍ରଚଳ କରିବ।