ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଅଫିସ୍ ସହ ଘରେ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଅଫିସ୍ ସହ ଘରେ ରେଡ୍ ଜାରି ରଖିଛି । ଚଢ଼ାଉ ବେଳେ ବାବୁଙ୍କ ବ୍ୟାଙ୍କ୍ ଲକର୍‌ରୁ ମିଳିଛି ୨ କୋଟି ଟଙ୍କା । ଯାହାକୁ ଗଣିବା ଲାଗି ବ୍ୟାଙ୍କର ଟଙ୍କା ଗଣିବା ମେସିନ୍‌କୁ ନିୟୋଜିତ କରାଯାଇଛି ।ଭିଜିଲାନ୍ସ ରେଡ୍ ବେଳେ ବୈକୁଣ୍ଠଙ୍କ ୫ଟି ରାଜକୀୟ ବହୁତଳ କୋଠା ସହ ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ପାଇଛି । ଘରୁ ମିଳିଛି ନଗଦ ୨ ଲକ୍ଷ ୬୬ ଲକ୍ଷ ଟଙ୍କା । ଏହା ପରେ ଭିଜିଲାନ୍ସ ବୈକୁଣ୍ଠଙ୍କ ବ୍ଯାଙ୍କ୍‌ ଲକର୍ ଯାଞ୍ଚ କରିଛି ।ବୈକୁଣ୍ଠ ଓ ତାଙ୍କ ପତ୍ନୀଙ୍କ ନାଁରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ଏବଂ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଲକର୍‌ରେ ଭିଜିଲାନ୍ସ ରେଡ୍ କରିଛି । ରେଡ୍ ବେଳେ ଗୋଟିଏ ଲକର୍‌ରୁ ନଗଦ ୨ କୋଟି ଟଙ୍କା ଭିଜିଲାନ୍ସ ଠାବ କରିଛି ।ସେହିଭଳି ଚନ୍ଦ୍ରଶେଖରପୁରରେ ୧୦, ୫୦୦ ସ୍କୋୟାର୍ ଫୁଟ୍‌ରେ ୪ ମହଲା କୋଠା, ଶୈଳଶ୍ରୀ ବିହାରରେ ୧୧୦୦ ସ୍କୋୟାର୍ ଫୁଟ୍‌ରେ ୩ ମହଲା କୋଠା, ପଟିଆରେ ୩୭୫୦ ସ୍କୋୟାର୍ ଫୁଟ୍‌ରେ ୨ ମହଲା କୋଠା, ଚନ୍ଦ୍ରଶେଖରପୁର ଓ ଯାଜପୁର ଧର୍ମଶାଳାରେ ୨୫୦୦ ସ୍କୋୟାର୍ ଫୁଟ୍‌ରେ ୨ ମହଲା କୋଠା ମିଳିଛି ।ଏଥିସହ ଯନ୍ତ୍ରୀଙ୍କ ଘର ମିଳିଥିବା ସୁନା ଅଳଙ୍କାରର ଓଜନ ଚାଲିଛି । ବ୍ୟାଙ୍କ, ଡାକଘର ଓ ଅନ୍ୟ ନିବେଶର ଯାଞ୍ଚ କରୁଛି ଭିଜିଲାନ୍ସ । ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ା ଆଦି ୯ଟି ଠିକଣାରେ ଚଢ଼ାଉ ଚାଲିଛି ।

Related posts

Leave a Comment