ହୀରାକୁଦର ୨୨ ଗେଟ୍ ଖୋଲା – SRC ଙ୍କ ହାଇଆଲର୍ଟ
ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ମହାନଦୀରେ ପ୍ରବାହ ୮ ଲକ୍ଷ କ୍ୟୁସେକ୍ ରହିଛି।
କେଉଁ ୧୦ ଜିଲ୍ଲାକୁ SRC ଙ୍କ ସତର୍କତା?
ଅନୁଗୁଳ, ବୌଦ୍ଧ, ସମ୍ବଲପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର
SRC ରାଜେଶ ପ୍ରଭାକର ପାଟିଲ୍ ଏହି ସବୁ ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
SRC ଙ୍କ ମୁଖ୍ୟ ନିର୍ଦ୍ଦେଶନାମା
- ୨୪ ଘଣ୍ଟା ପାଟ୍ରୋଲିଂ: ନଦୀକୂଳ ଓ ବନ୍ଧଗୁଡ଼ିକରେ ପୋଲିସ ସହାୟତାରେ ଦିନ-ରାତି ନଜର
- ବନ୍ଧ ମନିଟରିଂ: ବନ୍ଧ ଭାଙ୍ଗିବା, ଲିକେଜ୍, କ୍ଷୟ ଦେଖାଦେଲେ ତୁରନ୍ତ ମରାମତି
- ସମ୍ପୂର୍ଣ୍ଣ ନିଷେଧ: ନଦୀଗର୍ଭ, ବାଲିଚର, ଘାଟ, ଦ୍ୱୀପ, ନିମ୍ନାଞ୍ଚଳକୁ ସାଧାରଣ ଲୋକଙ୍କ ପ୍ରବେଶ ମନା
- ସଚେତନତା: ମାଇକ୍, ସାଇରନ୍, ସୋସିଆଲ ମିଡିଆ, କେବୁଲ ଟିଭି ମାଧ୍ୟମରେ ପ୍ରଚାର। ଗାଧୋଇବା, ମାଛ ଧରିବା, ଡଙ୍ଗା, ବାଲି ଉତ୍ତୋଳନ ବନ୍ଦ
- ପଶୁ ସୁରକ୍ଷା: ନଦୀଗର୍ଭ ଓ ବାଲିଚରେ ପଶୁ ଚରାଇବାକୁ ମନା। ଆବଶ୍ୟକ ସ୍ଥଳେ ଲୋକଙ୍କୁ ପୂର୍ବରୁ ସ୍ଥାନାନ୍ତର
- DEOC ସକ୍ରିୟ: ଜିଲ୍ଲା ଜରୁରୀ କାଳୀନ କେନ୍ଦ୍ର ୨୪ ଘଣ୍ଟା ଖୋଲା। SEOC ଓ ଜଳସମ୍ପଦ ବିଭାଗ ସହ ତତ୍କାଳ ସୂଚନା ଆଦାନପ୍ରଦାନ
ଅଧିକାରୀଙ୍କ ପାଇଁ ନିର୍ଦ୍ଦେଶ
ଉପଜିଲ୍ଲାପାଳ, ତହସିଲଦାର, BDO, EO ଓ ସମସ୍ତ କ୍ଷେତ୍ର ସ୍ତରୀୟ କର୍ମଚାରୀ ସମ୍ବେଦନଶୀଳ ଅଞ୍ଚଳରେ ତୀକ୍ଷଣ ନଜର ରଖିବେ। ବିଭାଗ ମଧ୍ୟରେ ସମନ୍ୱୟ ରଖି ବନ୍ୟା ପରିସ୍ଥିତିରେ ତୁରନ୍ତ କାର୍ଯ୍ୟ କରିବେ।
ଭଲ ଖବର
ପାଣିପାଗ ବିଭାଗ କହିଛି – ଅଗଷ୍ଟ ୨ ପୂର୍ବରୁ ବଡ଼ ବର୍ଷା ନାହିଁ। ତେବେ ହୀରାକୁଦରୁ ଜଳ ଛାଡ଼ୁଥିବାରୁ ତଳମୁଣ୍ଡ ଅଞ୍ଚଳ ସତର୍କ ରହିବେ।
ଜରୁରୀ ଅପିଲ୍: ନଦୀକୁ ନ ଯାଆନ୍ତୁ, ଗୁଜବ ଶୁଣନ୍ତୁ ନାହିଁ। ସାହାଯ୍ୟ ପାଇଁ ୧୦୭୦ ଡାଏଲ୍ କରନ୍ତୁ।
