ଓଡ଼ିଶାର କଲେଜ ଛାତ୍ରଛାତ୍ରୀ ଏବେ ପଢ଼ିବେ “ସେୟାର ମାର୍କେଟ୍” – NSE ସହ ମାଗଣା ତାଲିମ ଯୋଜନା ଆରମ୍ଭ
କଲେଜ ପାଠ ସହ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ଓ National Stock Exchange (NSE) ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଏବେ ରାଜ୍ୟର କଲେଜରେ ମାଗଣାରେ ସେୟାର ମାର୍କେଟ୍, ମ୍ୟୁଚୁଆଲ ଫଣ୍ଡ, ଇନ୍ସୁରାନ୍ସ ଓ ବ୍ୟାଙ୍କିଂ ତାଲିମ ଦିଆଯିବ।
NSE BFSI Skilling Programme ନାମରେ ଆରମ୍ଭ ହେଉଥିବା ଏହି ଯୋଜନାରେ http://B.Com, BBA, BMS, BA, MBA ଓ http://M.Com ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ। 30 ଘଣ୍ଟାର Business Mutual Fund Certificate Course ସହ NISM ସାର୍ଟିଫିକେସନ୍ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଓ ସମ୍ବଲପୁର ସମେତ ରାଜ୍ୟର 97ଟି କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହା ଦ୍ୱାରା ପିଲାମାନେ ଆର୍ଥିକ ସାକ୍ଷରତା ସହ ଚାକିରୀ ସୁଯୋଗ ମଧ୍ୟ ପାଇପାରିବେ ବୋଲି ବିଭାଗ ଆଶା ପ୍ରକାଶ କରିଛି।
