ରାଜଧାନୀରେ ବଡ଼ ଅଘଟଣ: ସ୍କୁଲ୍ରୁ ନିଖୋଜ ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ପୋଲିସ ରିଜର୍ଭ ପଡ଼ିଆରେ ଉଦ୍ଧାର
ରାଜଧାନୀରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି। ଆଚାର୍ଯ୍ୟ ବିହାର ନିକୋ ପାର୍କ ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲ୍ର ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ଶ୍ରୀୟଂଶି ସିଂ (୬) ମଧ୍ୟାହ୍ନ ଖାଇବା ଛୁଟି ସମୟରେ ସ୍କୁଲ୍ରୁ ନିଖୋଜ ହୋଇଯାଇଥିଲେ। ସନ୍ଧ୍ୟାରେ ତାଙ୍କର ମୃତଦେହ ସ୍କୁଲ୍ ପାଖରେ ଥିବା ପୋଲିସ ରିଜର୍ଭ ପଡ଼ିଆର ପାଣି କୁଣ୍ଡରୁ ଉଦ୍ଧାର ହୋଇଛି। କିପରି ଘଟିଲା ଘଟଣା:ଅପରାହ୍ନ ସାଢ଼େ ୧ ଟା ସମୟରେ ଖାଇବା ଛୁଟି ସମୟରେ ଶ୍ରୀୟଂଶି ସ୍କୁଲ୍ ଗେଟ୍ ବାହାରକୁ ଚାଲିଯାଇଥିଲେ। ଅନେକ ସମୟ ପରେ ବି ସେ ଫେରି ନଆସିବାରୁ ପରିବାର ଲୋକେ ଚିନ୍ତିତ ହୋଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ସ୍କୁଲ୍ର ସିସିଟିଭି ଫୁଟେଜ୍ ଯାଞ୍ଚ ସହ VHF ଜରିଆରେ ୩ଟି ଟିମ୍ ମିଶି ଖୋଜାଖୋଜି କରିଥିଲେ।…
Read More