Main News Odisha Odisha News Rathyatra 2026 Sports 

ରାତି ପାହିଲେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ, କଡ଼ା ସୁରକ୍ଷା ବ୍ୟବସ୍ଥା

ରାତି ପାହିଲେ ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଯାଉଛି। ଭକ୍ତଙ୍କ ସୁବିଧା ଓ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା

  • ନୋ ଭେଇକିଲ୍ ଜୋନ୍: 16 ଜୁଲାଇ ମଧ୍ୟରାତ୍ର 12ଟାରୁ 17 ଜୁଲାଇ ମଧ୍ୟରାତ୍ର 12ଟା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ ସମସ୍ତ ଯାନବାହାନ ଚଳାଚଳ ନିଷିଦ୍ଧ।
  • ପାର୍କିଂ ସ୍ଥାନ: ଭୁବନେଶ୍ୱର, ବ୍ରହ୍ମଗିରି ଓ କୋଣାର୍କ ପଟୁ ଆସୁଥିବା ଗାଡ଼ି ପାଇଁ ତାଳବଣିଆ, ସମଙ୍ଗ, ଭୂଦାନ, ହେଲିପ୍ୟାଡ୍, ITI କଲେଜ, ଇଣ୍ଡୋର ଷ୍ଟାଡିୟମ, ପୁରୁଣା ଜଗନ୍ନାଥ ବଲ୍ଲଭ, ମାଟିତୋଟା ଷ୍ଟାଡିୟମ ପଡ଼ିଆ ଆଦିରେ ସ୍ୱତନ୍ତ୍ର ପାର୍କିଂ ଚିହ୍ନଟ କରାଯାଇଛି।
  • ଦୁଇଚକିଆ: ମଙ୍ଗଳାଘାଟ ମାର୍ଗ ଦେଇ ଜଗନ୍ନାଥ ବଲ୍ଲଭ ଓ ମାଟିତୋଟା ପାର୍କିଂରେ ରହିବ। କୋଣାର୍କ ପଟୁ ଆସୁଥିବା ବାଇକ୍ ବ୍ଲୁ ଫ୍ଲାଗ୍ ବିଚ୍ ଓ ନୀଳାଚଳ ଅଶୋକ ପାର୍କିଂରେ ରହିବ।
  • ସହାୟତା: ଯାତ୍ରୀଙ୍କ ପାଇଁ 1,645ଟି ସାଇନ୍ ବୋର୍ଡ ଓ ରାଜପଥ ଉପରେ LED ଡିସପ୍ଲେ ବ୍ୟବସ୍ଥା। AI ଓ ମାନୁଆଲ ମାଧ୍ୟମରେ ଯାନବାହାନ ଗଣତି ହେବ।

ସୁରକ୍ଷା ବ୍ୟବସ୍ଥା

  • 12 ହଜାର ପୋଲିସ ଓ CAPF ଯବାନ ମୁତୟନ
  • 19 ଜଣ ବରିଷ୍ଠ IPS ଅଧିକାରୀଙ୍କ ତତ୍ତ୍ୱାବଧାନ
  • 473ଟି CCTV କ୍ୟାମେରାରେ ଶ୍ରୀମନ୍ଦିରୁ ଗୁଣ୍ଡିଚା ମନ୍ଦିର ଯାଏଁ ବଡ଼ଦାଣ୍ଡ ଉପରେ ନଜର
  • ସମୁଦ୍ର ତଟରେ କୋଷ୍ଟଗାର୍ଡ ଓ ନୌସେନା ସଜାଗ

ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି ଯେ ଦକ୍ଷ ଅଧିକାରୀଙ୍କ ପରିଚାଳନାରେ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ। ଶ୍ରଦ୍ଧାଳୁମାନେ ଟ୍ରାଫିକ୍ ଗାଇଡ୍‌ଲାଇନ୍ ମାନି ଯାତ୍ରା କରିବାକୁ ଅନୁରୋଧ କରାଯାଇଛି।

Related posts

Leave a Comment