ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲା ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର

-ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲା ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର-ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସବ୍‌ସିଡି ମୁକ୍ତ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍

Read More

ଓଡ଼ିଶା ପୋଲିସକୁ ମିଳିବ ପ୍ରେସିଡେଣ୍ଟସ୍ କଲର

-ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର’ ପ୍ରଦାନ କରିବେ ଗୃହ ମନ୍ତ୍ରୀ ଶାହ-ଆସନ୍ତା ୫ ତାରିଖରେ ୭ମ ବାଟାଲିଅନ୍‌ ପଡ଼ିଆରେ ପ୍ରଦାନ କରିବେ ସମ୍ମାନ-ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୋଲିସ୍‌କୁ ମିଳିବ ‘ପ୍ରେସିଡେଣ୍ଟସ୍ କଲର’

Read More

ପୁଣି ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ପୁଣି ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ । ଏକ ହୋଟେଲରେ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲା ଅଭିଯୁକ୍ତ । ଅଭିଯୁକ୍ତ ହେଉଛି ବାଲେଶ୍ଵର ସୋର ଥାନା ଅନ୍ତର୍ଗତ ଶିରପୁରର ଜୟନ୍ତ କୁମାର ନାୟକ । କଲିକତା ଗିରିଶ ପାର୍କ ଅଞ୍ଚଳର ପୀଡିତା ୪ ମାସ ହେବ ତାଙ୍କ ସ୍ୱାମୀଙ୍କ ସହ ଭରତପୁର ଜିଏ କଲୋନୀର ଏକ ହୋଟେଲରେ ରହୁଥିଲେ। ସ୍ୱାମୀ ବାହାରକୁ ଯାଇଥିବା ବେଳେ ପୀଡିତାଙ୍କ ବିଶ୍ୱାସ ଜନ୍ମାଇ ରୁମ ଭିତରେ ପଶିଥିଲେ ଅଭିଯୁକ୍ତ । ଏହାପରେ ଜୋର ଜବରଦସ୍ତ ଟଣା ଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

Read More

ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ

-ବରଗଡ଼: ଟୋକନ୍‌ ସମସ୍ୟାରୁ ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ-ଟୋକନ ପାଉନଥିବା ଅଭିଯୋଗ କରି ଡିଆର୍‌ସିଏସ୍‌ ଅଫିସ୍ ଘେରିଲେ ଚାଷୀ-ଧାନ ଅମଳ ତୁଳନାରେ ଆବଶ୍ୟକ ଟୋକନ ପାଉନଥିବା ଚାଷୀଙ୍କ ଅଭିଯୋଗ-ପରବର୍ତ୍ତୀ ସମୟରେ ଚାଷୀଙ୍କ ହାତରୁ ବୋତଲ ଛଡ଼ାଇନେଲା ପୋଲିସ

Read More

ଆଜିଠୁ ସେସେଲ୍ସ ଗସ୍ତରେ ମୋଦି

– ଆଜିଠୁ ୩ ଦିନିଆ ସେସେଲ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି– ଦେଶର ଜାତୀୟ ଦିବସର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ହେବେ– ସମାରୋହରେ ଗୌରବ ବଢ଼ାଇବେ ଭାରତୀୟ ନୌସେନା– ସେସେଲ୍ସ ସଂସଦକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି– ରାଷ୍ଟ୍ରପତି ହର୍ମିନିଙ୍କ ସହ ମୋଦି କରିବେ ଦ୍ୱିପାକ୍ଷିକ ଆଲୋଚନା

Read More

ସ୍କୁଲ ବହିରେ ତ୍ରୁଟିପାଇଁ ତତ୍କାଳୀନ SCERTର ନିର୍ଦ୍ଦେଶକ ମନୋଜ ପାଢୀଙ୍କ ପାଇଁ ବଢିଲା ଅଡୁଆ

ସ୍କୁଲ ବହିରେ ତ୍ରୁଟିପାଇଁ ତତ୍କାଳୀନ SCERTର ନିର୍ଦ୍ଦେଶକ ମନୋଜ ପାଢୀଙ୍କ ପାଇଁ ବଢିଲା ଅଡୁଆ। ଗତକାଲି ନିଲମ୍ବନ ପରେ ତାଙ୍କର କାର୍ଯ୍ୟକଳାପ ଓ ବ୍ୟବହାରକୁ ନେଇ ଉଠିଛି ପ୍ରଶ୍ନ। ସେ SCERT ନିର୍ଦ୍ଦେଶକ ଥିବା ବେଳେ କାର୍ଯ୍ୟାଳୟରେ କର୍ମଚାରୀଙ୍କ ପ୍ରତି ଖରାପ ବ୍ୟବହାର ଓ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟ ଦେଢ଼ବର୍ଷ ତଳେ ଚିଠି ଲେଖିଥିଲେ କିଛି MLA ଓ MP। ଯାହା ଏବେ ସାମ୍ନାକୁ ଆସିଛି। ସେପଟେ ପାଠ୍ୟପୁସ୍ତକଗୁଡ଼ିକରେ ଆହୁରି କିଛି ନୂଆ ତ୍ରୁଟି ଏବେ ସାମ୍ନାକୁ ଆସିଛି

Read More

ପୁରୀ ସ୍ନାନଯାତ୍ରା ପାଇଁ କଡ଼ା ସୁରକ୍ଷା ଓ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା

-ପୁରୀ ସ୍ନାନଯାତ୍ରା ପାଇଁ କଡ଼ା ସୁରକ୍ଷା ଓ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା-ଭୁବନେଶ୍ୱରରୁ ଆସୁଥିବା ଗାଡ଼ି ପାଇଁ ମାର୍କେଟ ଛକ, ସମୁଦ୍ର କୂଳ ଯାତ୍ରୀଙ୍କ ପାଇଁ ଦିଗବାରେଣୀରେ ପାର୍କିଂ-ସମସ୍ତ ବସ୍‌ ମାଳତୀପାଟପୁରରେ, ସିଟି ବସ୍‌ ଶରଧାବାଲି ଓ ଟୁରିଷ୍ଟ ବସ୍‌ ତାଳବଣିଆରେ ରହିବ-ସିଟି ରୋଡ୍‌ ଓ ଶ୍ରୀମନ୍ଦିର ସଂଯୋଗ ରାସ୍ତାରେ ଯାନ ଚଳାଚଳ ନିଷିଦ୍ଧ-ସିଂହଦ୍ୱାର ଦେଇ ପ୍ରବେଶ, ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା-ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ସିସିଟିଭି ନଜରଦାରି; ମୋଟ ୩୩୨ଟି ସିସିଟିଭି କ୍ୟାମେରା ମୁତୟନ-ପ୍ରେସ୍‌ମିଟ୍‌ରେ ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ସୂଚନା

Read More

ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ

-ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି-ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୨ ଥିବା ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି-ରାତି ୭ଟା ୪ ମିନିଟ୍‌ ସମୟରେ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ଏହାର କେନ୍ଦ୍ରସ୍ଥଳ ୨୧୫ କି.ମି. ଗଭୀର ଥିଲା-ଭୂକମ୍ପଜନିତ ମୃତାହତ ସଂଖ୍ୟା ଏବଂ କ୍ଷୟକ୍ଷତି ପରିମାଣ ଜଣାପଡ଼ିନାହିଁ-ଏହାର ପ୍ରଭାବରେ ପାକିସ୍ତାନ ଏବଂ ଉତ୍ତରପଶ୍ଚିମ ଭାରତରେ ଝଟକା ଅନୁଭୂତ ହୋଇଛି

Read More