Latest Post

ମୋକିମ୍‌ଙ୍କ ଘରେ ଦିଲ୍ଲୀପ ରାୟ…

କଟକ: ମହମ୍ମଦ ମୋକିମ୍‌ଙ୍କ ବାସଭବନରେ ସାଂସଦ ଦିଲ୍ଲୀପ ରାୟ ମୋକିମ୍‌ ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ଭେଟି ଜଣାଇଲେ କୃତଜ୍ଞତା ରାଜ୍ୟସଭା ନିର୍ବାଚନରେ ସହଯୋଗ ଓ ସମର୍ଥନ...

Read more

ରାଜ୍ୟରେ ଗ୍ରୀଷ୍ମ ଲହରି। ଦିନର ତାପମାତ୍ରା ୪୦ ରୁ ୪୩ ଡିଗ୍ରିରୁ ମଧ୍ୟରେ ରହିଛି। ଗ୍ରୀଷ୍ମଲହରି ଓ ଅଂଶୁଘାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହି ସମୟରେ ଆଜି ସୁନ୍ଦରଗଡ଼ରେ ଅଂଶୁଘାତରେ ଜଣେ ସରକାରୀ କର୍ମଚାରୀଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମ୍ବଲପୁରରେ ପ୍ରଥମ ଅଂଶୁଘାତ ମୃତ୍ୟୁ ସନ୍ଦେହ। ଝାଁକରପାଲିର ୪୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ।ଜିଲ୍ଲାର ବଣାଇଁ ଉପଖଣ୍ଡରେ ଗୁରୁଣ୍ଡିଆ ବ୍ଲକର ଜରଡ଼ା ହାଇସ୍କୁଲର ସହକାରୀ ଶିକ୍ଷକ ଅନୁରାଗ ଏକ୍କା ଜନଗଣନା କାର୍ଯ୍ୟରେ ନିୟୋଜିତ ଥିଲେ। ସେ ଜନଗଣନା ନିମନ୍ତେ ରବିବାର ଜରଡ଼ା ଗାଁ ଯାଇଥିଲେ। ସେଠାରେ ଗଣନା ସମୟରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପତ୍ନୀ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସେହିଭଳି, ଅନ୍ୟ ଏକ ଦୁଃଖଦ ଘଟଣାକ୍ରମେ, ‌ରବିବାର ଅପରାହ୍ନରେ କୋଇଡା ବ୍ଲକ୍ କେବଲାଙ୍ଗ ଥାନା ଅନ୍ତର୍ଗତ ବିମଲାଗଡ଼ ଫକିରମୁଣ୍ଡା ଗ୍ରାମରେ ସରକାରୀ ନଳକୂପ ଖୋଳୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁଘଟିଥିବା ଅଭିଯୋଗ ହୋଇଛି। ଗାବ୍ରିଏଲ୍‌ ମୁଣ୍ଡା (୫୭) ନଳକୂପ ଖୋଲିବା ବେଳେ ସେ ଅଚେତ ହୋଇଯାଇଥିଲେ।ଗ୍ରାମବାସୀ ତାଙ୍କୁ ନିକଟସ୍ଥ ଲହୁଣୀପଡ଼ା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାବ୍ରିଏଲ୍‌ଙ୍କ ପରିବାର ଏହି ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଦୁଇ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ପକ୍ଷରୁ ଜଣାଯାଇଛି

Read more

ୱାଶିଂଟନ୍ ଡିସିରେ ଏକ ହାଇପ୍ରୋଫାଇଲ୍ ଡିନର ପାର୍ଟିରେ ଗୁଳିମାଡ଼ । ଜଣେ ଯୁବକ ହଠାତ୍ ହୋଟେଲ ଭିତରକୁ ପଶି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରକୁ ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଉପସ୍ଥିତ ଥିବା ସମୟରେ ଏହି ଘଟଣା ଘଟିଥିଲା । ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ରମ୍ପଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଏହି ମାମଲାରେ ଗିରଫ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୩୧ ବର୍ଷୀୟ କୋଲ୍ ଥମାସ ଆଲେନ୍ ଭାବରେ ଚିହ୍ନଟ କରାଯାଇଛି ।କୋଲ୍ ଥମାସ ଆଲେନ୍ ଆମେରିକାର କାଲିଫର୍ଣ୍ଣିଆର ଟୋରାନ୍ସର ବାସିନ୍ଦା ବୋଲି କୁହାଯାଉଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ବୈଷୟିକ କ୍ଷେତ୍ର ସହିତ ଜଡିତ ଜଣେ ଶିକ୍ଷିତ ବ୍ୟକ୍ତି । ସେ ଆମେରିକାର ପ୍ରତିଷ୍ଠିତ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ିଥିଲେ । ଏହା ପରେ, ସେ କମ୍ପ୍ୟୁଟର ସାଇନ୍ସରେ ଉଚ୍ଚ ଶିକ୍ଷା ମଧ୍ୟ ପାଇଥିଲେ ।ଜଣେ ମେକାନିକାଲ୍ ଇଞ୍ଜିନିୟର ହେବା ସହିତ, ସେ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଏବଂ ଇଣ୍ଡି ଗେମ୍ ଡେଭଲପର ଭାବରେ ମଧ୍ୟ କାମ କରିଛନ୍ତି । କେବଳ ଏତିକି ନୁହେଁ, ସେ ଛାତ୍ରମାନଙ୍କୁ ଟ୍ୟୁସନ୍ ମଧ୍ୟ କରୁଥିଲେ । ରିପୋର୍ଟ ଅନୁଯାୟୀ, ସେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ର ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀରେ ଏକ ଗ୍ରୀଷ୍ମକାଳୀନ ଗବେଷଣା ଫେଲୋସିପ୍ ମଧ୍ୟ ସମାପ୍ତ କରିଥିଲେ। ଯାହା ଯୋଗୁଁ ତାଙ୍କୁ ‘ନାସା ଫେଲୋ’ ଭାବରେ ଜଣାଶୁଣା ।ରିପୋର୍ଟ ଅନୁଯାୟୀ, କୋଲ୍ ଆଲେନ୍ ଏକ ବନ୍ଧୁକ, ଏକ ପିସ୍ତଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ହ୍ଵାଇଟ୍ ହାଉସ୍ ଡିନର ପାର୍ଟିରେ ପହଞ୍ଚିଥିଲେ । ସେ ସୁରକ୍ଷା ବଳୟକୁ ଭେଦିବାକୁ ଚେଷ୍ଟା କରୁଥିବା ସମୟରେ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସନ୍ଦିଗ୍ଧ ବ୍ୟକ୍ତି ଏବଂ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଛନ୍ତି, କିନ୍ତୁ ସେ ଏକ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ ତାଙ୍କ ଜୀବନ ରକ୍ଷା ପାଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ଶୀଘ୍ର ପ୍ରତିକ୍ରିୟା ପ୍ରକାଶ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦମନ କରିଥିଲେ, ଯାହା ଫଳରେ ଏକ ବଡ଼ ଅଘଟଣ ଏଡାଇ ଯାଇଥିଲା ।

Read more

ଇସ୍କନର ମନମାନି। ବିଦେଶରେ ଏକାଧିକ ସ୍ଥାନରେ କଲା ଅଦିନିଆ ରଥଯାତ୍ରା। ଗଜପତିଙ୍କ ବାରମ୍ବାର ଚିଠି ସତ୍ତ୍ଵେ ଇସ୍କନ ମାନୁନି କି ତିଳେ ହେଲେ ଖାତିର୍ କରୁନି। ଏପ୍ରିଲ ୧୧ରେ ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ କରିଥିଲା। ଟେକ୍ସାସ୍ ଓ ବ୍ରିସବେନ୍ରେ ମଧ୍ୟ ରଥଯାତ୍ରା କରିଛି। ଶୋଭାଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଦର୍ଶିତ ଏକ କଳାକୃତିରେ ହାତ ପାପୁଲି ଓ ଆଙ୍ଗୁଠି କରାଯାଇଥିବା ଦେଖିବାକୁ ମିଳିଛି। ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି।ଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁଙ୍କର ପାପୁଲି ବା ଆଙ୍ଗୁଠି ନାହିଁ। ସେ ତ ଅଧା ଗଢା ଠାକୁର। ମାତ୍ର ଇସ୍କନ ବିଦେଶରେ ଜଗନ୍ନାଥଙ୍କ ଭିନ୍ନ ଚିତ୍ର ପ୍ରଦର୍ଶନ କରୁଛି। ଯାହାକି ଶାସ୍ତ୍ର ବିରୋଧୀ। ତେବେ ଏନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।ନିକଟରେ ଇସ୍କନକୁ ଚରମବାଣୀ ଶୁଣାଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଅଦିନିଆ ରଥଯାତ୍ରା ଆୟୋଜନ କଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଥିଲେ। ହେଲେ ଗଜପତିଙ୍କ ବାରମ୍ବାର ଚିଠି ସତ୍ତ୍ଵେ ଇସ୍କନ ମାନୁନି କି ତିଳେ ହେଲେ ଖାତିର୍ କରୁନି। ୨୦୨୬ ମସିହାରେ ଇସ୍କନ ବିଶ୍ବର ୮୦ଟି ସ୍ଥାନରେ ରଥଯାତ୍ରା ଓ ୧୦ଟି ସ୍ଥାନରେ ସ୍ନାନଯାତ୍ରାର ଆୟୋଜନ ପାଇଁ ତାରିଖ ସ୍ଥିର କରିଛି।

Read more
Page 2 of 180 1 2 3 180

Recommended

Most Popular

ପଶ୍ଚିମବଙ୍ଗ ଭୋଟ ଶେଷ ଇଭିଏମ୍‌ରେ ତ୍ରୁଟି, ବିଭିନ୍ନ ସ୍ଥାନରେ ହିଂସାପଶ୍ଚିମବଙ୍ଗରେ ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଆଜି ୧୪୨ ଆସନରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଆଜି ଛାପ୍ରା, ଶାନ୍ତିପୁର ଏବଂ ଭାଙ୍ଗର ସମେତ ବିଭିନ୍ନ ସ୍ଥାନରୁ ହିଂସା ଏବଂ ସମ୍ପତ୍ତି ଭଙ୍ଗାରୁଜା ହୋଇଥିବା ରିପୋର୍ଟ ହୋଇଛି। ବିଭିନ୍ନ ବୁଥ୍‌ରେ ମଧ୍ୟ ଇଭିଏମ୍‌ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଆଜି ଅଭିଶେକ ବାନାର୍ଜୀ ପ୍ରତିନିଧିତ୍ବ କରୁଥିବା ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ବିଧାନସଭା ଆସନ ଫାଲ୍‌ଟାରେ ଆଜି ଇଭିଏମ୍‌ରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଫାଲଟାରେ ଅଭିଶେକ ବାନାର୍ଜୀଙ୍କ ସହଯୋଗୀ ଜାହାଙ୍ଗୀର ଖାନ୍‌ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଜାଲିଆତି ହୋଇଥିବା ଦାବି ହୋଇଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଅଭିଯୋଗ କରିଛନ୍ତି ଯେ ଟିଏମ୍‌ସି ଜାଣିଶୁଣି ବିଭିନ୍ନ ବୁଥ୍‌ରେ ତାଙ୍କ ସମର୍ଥନରେ ଭୋଟରଙ୍କୁ ଭୋଟ୍‌ ଦେବାପାଇଁ ବାଧା ଦେଇଛି। ନିର୍ବାଚନ କମିସନ୍‌ ଏହି ଅଭିଯୋଗକୁ ଅତି ସାଂଘାତିକ କହିଛନ୍ତି ଏବଂ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଇଭିଏମ୍‌ ଜାଲିଆତି ହୋଇଥାଏ ତେବେ ଏଠାରେ ପୁନଃ ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ୍‌ କହିଛନ୍ତି। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, କିଛି ବୁଥ୍‌ରେ ଶାସକ ଟିଏମ୍‌ସିର କର୍ମୀମାନେ ଇଭିଏମ୍‌ରେ ବିଜେପି ବଟନ୍‌ରେ ଟେପ୍‌ ଲଗାଇ ଦେଇଛନ୍ତି। ଅନେକ ବୁଥ୍‌ରେ ବିଜେପିକୁ ଭୋଟ୍‌ ଦେବାପାଇଁ ବାଟ ବନ୍ଦ ହୋଇଯାଇଛି। ପ୍ରଭାବିତ ବୁଥ୍‌ରେ ତୁରନ୍ତ ପୁନଃ ଭୋଟ ଗ୍ରହଣ ଆମେ ଦାବି କରୁଛୁ ବୋଲି ମାଲବ୍ୟ କହିଛନ୍ତି। ବୁଥ୍‌ ନମ୍ବର ୧୪୪, ୧୭୦ ଏବଂ ୧୮୯‌ରେ ଇଭିଏମ୍‌ରେ ଜାଲିଆତି ହୋଇଥିବା ଦାବି ହୋଇଛି।ଆଜି ଏଣ୍ଟାଲି ଆସନରୁ ଜଣେ ବିଜେପି ପ୍ରାର୍ଥୀ ପ୍ରିୟାନା ତିବ୍ରେୱାଲଙ୍କ ପ୍ରତିନିଧିଙ୍କୁ ବୁଥ୍‌ରୁ ବାହାର କରିଦିଆଯିବା ପରେ ତାଙ୍କର ନିର୍ବାଚନ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସହ ଝଗଡ଼ା ହୋଇଥିଲା। ବୁଥ୍ ବହୁତ ଛୋଟ ଥିବାରୁ ପ୍ରତିନିଧିଙ୍କୁ ବାହାରକୁ ପଠାଇ ଦିଆଯାଇବା ଜଣାପଡ଼ିଛି। ତୃଣମୂଳ ପ୍ରାର୍ଥୀଙ୍କ ଜଣେ ପ୍ରତିନିଧି ମଧ୍ୟ ବିବାଦରେ ସାମିଲ ହୋଇଥିଲେ, ଯାହା ପରେ ଉଭୟଙ୍କୁ ଚାଲିଯିବାକୁ କୁହାଯାଇଥିଲା।ନଦିଆ ଜିଲ୍ଲାର ଛାପ୍ରାରେ ସମାନ ଘଟଣାରେ, ଆଉ ଜଣେ ବିଜେପି ପ୍ରତିନିଧିଙ୍କୁ ତୃଣମୂଳ ସହିତ ଜଡିତ ଲୋକଙ୍କ ଦ୍ୱାରା ଆକ୍ରମଣ କରାଯାଇଥିବା ଦଳୀୟ ନେତାମାନେ କହିଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ପ୍ରତିନିଧି ମୋଶାରେଫ ମୀର୍‌ଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୀର୍‌ ଦାବି କରିଛନ୍ତି ଯେ ୧୨ରୁ ଅଧିକ ତୃଣମୂଳ କର୍ମୀ ବନ୍ଧୁକ ଧରି ତାଙ୍କ ଉପରକୁ ମାଡ଼ି ଆସିଥିଲେ ଏବଂ ରଡ୍ ଦ୍ବାରା ତାଙ୍କୁ ଆକ୍ରମଣ କରିଥିଲେ। ଛାପ୍ରା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପିର ସାଇକତ ସରକାର ଏହି ଆକ୍ରମଣ ପାଇଁ ଟିଏମ୍‌ସି କର୍ମୀଙ୍କୁ ଦାୟୀ କରିଛନ୍ତି ଏବଂ କହିଛନ୍ତି ଯେ ସେମାନେ ତାଙ୍କୁ ମୁଣ୍ଡରେ ଆଘାତ କରିଛନ୍ତି। ଉକ୍ତ ଘଟଣାରେ ପୁଲିସରେ ଏକ ମାମଲା ରୁଜୁ ହୋଇଛି। ହାୱଡ଼ାରେ ଇଭିଏମ୍‌ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।ଶାନ୍ତିପୁରରେ ଆଜି କିଛି ସ୍ଥାନରେ ବ୍ୟାପକ ଭଙ୍ଗାରୁଜା ଖବର ମିଳିଛି। ବିଜେପିର ଦକ୍ଷିଣ ୨୪ ପ୍ରଗଣା ପ୍ରାର୍ଥୀ ବିକାଶ ସର୍ଦ୍ଦାରଙ୍କ କାର୍‌ ଭଙ୍ଗାରୁଜା କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କେନ୍ଦ୍ରୀୟ ବାହିନୀ ଆମ ଲୋକଙ୍କୁ ନେଇ ଯାଉଛନ୍ତି। ରାଜ୍ୟରେ ଭୋଟକୁ ନେଇ ଆତଙ୍କବାଦ ଚାଲିଛି। ଭୋଟ ଏଭଳି ହୋଇପାରିବନି। ବିଜେପି ବାହାରୁ ପର୍ଯ୍ୟବେକ୍ଷକଙ୍କୁ ଆଣୁଛି। ବିଜେପି ଯାହା କହୁଛି ତାହା କରୁଛି। ଦେଖ ଆମ ପୋଷ୍ଟର କିଭଳି କଢ଼ାଯାଇଛି। ନିର୍ବାଚନ କ’ଣ ଏମିତି ହୁଏ। ଭୋଟରମାନେ ଭୋଟ୍‌ ଦେବେ ସୁରକ୍ଷାବାହିନୀ ନୁହନ୍ତି। ମମତା କହିଛନ୍ତି, ବିଜେପି ବାହାରୁ କିଛି ନୂଆ ଲୋକଙ୍କୁ ଆଣିଛି ।

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ବୁଧବାର ସନ୍ଧ୍ୟା ୭ଟା ୪୨ରୁ ୭ଟା ୪୫ ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ପ୍ରାୟ ୩ ସେକେଣ୍ଡ ଯାଏ କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଭୟଭୀତ ହୋଇ ଲୋକେ ଘରକୁ ବାହାରି ଆସିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଞ୍ଚଳରୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନଥିବା ବେଳେ ପ୍ରଶାସନ ସତର୍କ ରହିଛି।ସେହିପରି ନବରଙ୍ଗପୁରରେ ମଧ୍ୟ ସମାନ ସମୟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଲୋକେ ଆତଙ୍କିତ ହୋଇ ଯାଇଥିଲେ। ଝରିଗାଁ ବ୍ଲକ ସଦରର ଅନେକ ଲୋକ ଏହି ମୃଦୁ ଭୂମିକମ୍ପକୁ ଅନୁଭବ କରିଛନ୍ତି। ଲୋକ କହିବା ଅନୁଯାୟୀ, କମ୍ପନ ସମୟରେ ଜିନିଷପତ୍ର ସବୁ ହଲିବାକୁ ଲାଗିଥିଲା। କମ୍ପନ ଅନୁଭବ କରିବା ମାତ୍ରେ ଲୋକେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ବାହାରି ଆସିଥିଲେ।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ, ବୁଧବାର ଅନୁଭୂତ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳକଳାହାଣ୍ଡି ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଛି। ତେବେ ଏପର୍ଯ୍ୟନ୍ତ ଏହି ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।

ସ୍ତ୍ରୀ ୬ ମାସର ଗର୍ଭବତୀ ଥିବାବେଳେ ଆଜି ଭଉଣୀର ଥିଲା ବିବାହ । ଏଭଳି ସମୟରେ ଇଲେକ୍ଟ୍ରିକ୍ ବାଣ ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ ହୋଇଛି ।ମୃତ ଯୁବକ ହେଉଛନ୍ତି ପୁରୀ ମଙ୍ଗଳାଘାଟ ପାଇକ ସାହିର ୧୯ ବର୍ଷୀୟ ଶ୍ରଦ୍ଧାନନ୍ଦ ମଲ୍ଲିକ ଓରଫ (ସାନୁ)। ସାନୁ ଖଣ୍ଡିଆବନ୍ଧର ଏକ ବିବାହ ମଣ୍ଡପରେ ଇଲେକ୍ଟ୍ରିକ୍ ବାଣ ପ୍ରସ୍ତୁତ କରୁଥିବାବେଳେ ଗତକାଲି ରାତିରେ ଘଟିଥିଲା ବିସ୍ପୋରଣ। ବିସ୍ଫୋରଣରେ ତାଙ୍କର ଦୁଇ ହାତ ସଂପୂର୍ଣ୍ଣ ପୋଡ଼ିଯାଇଥିଲା। ତାଙ୍କୁ ତୁରନ୍ତ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାନୁ ପୁରୀ ବେଳାଭୂମିରେ ଘୋଡ଼ା ଚଳାଇ ଜୀବିକା ନିର୍ବାହ କରିଥିଲେ। ଗତ କିଛି ମାସ ହେବ ସେ ପ୍ରେମ ବିବାହ କରି ଘର ଛାଡ଼ି ନିଜ ସ୍ତ୍ରୀ ସୁଭଦ୍ରା ମଲ୍ଲିକଙ୍କ ସହ ମଶାଣୀଚଣ୍ଡୀ ଛକରେ ଭଡ଼ାରେ ରହୁଥିଲେ। ଗତକାଲି ନିଜ ସ୍ତ୍ରୀଙ୍କୁ ବାପଘରେ ଛାଡ଼ି ସାନୁ ଖଣ୍ଡିଆବନ୍ଧର ଏକ ବିବାହ ମଣ୍ଡପରେ ଇଲେକ୍ଟ୍ରିକ୍ ବାଣ ପ୍ରସ୍ତୁତି ପାଇଁ ଯାଇଥିଲେ।ଭଉଣୀର ବିବାହ ଆଜି ଥିବାରୁ କିଛି ଅର୍ଥ ଉପାର୍ଜନ ପାଇଁ ସେ ଏହି କାମ ନିମନ୍ତେ ଯାଇଥିଲେ । ନିଜ ସ୍ତ୍ରୀଙ୍କ ସହ ଗତକାଲି ରାତି ୧୦.୩୦ ରେ ଶେଷ ଥର ପାଇଁ କଥା ହୋଇଥିଲେ। ତେବେ ହଠାତ୍ ଆଜି ପରିବାର ଲୋକେ ଖବର ପାଇଥିଲେ ତାଙ୍କ ପୁଅ ସଦର ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ଖବର ପାଇ ସ୍ତ୍ରୀ ଓ ପରିବାର ଲୋକେ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ତାଙ୍କ ପୁଅକୁ କେହି ମାରି ଦେଇଥିବା ବାପା ଅଭିଯୋଗ କରୁଥିବାବେଳେ ସ୍ତ୍ରୀ କହିଛନ୍ତି ତାଙ୍କ ସ୍ବାମୀଙ୍କ ମୃତ୍ୟ ସମ୍ପର୍କରେ ତାଙ୍କୁ କେହି ଖବର ଦେଇ ନାହାନ୍ତି।ସେ ଅନ୍ୟଠୁ ଶୁଣି ଶ୍ଵଶୁର ଘରକୁ ଆସିଥିବାବେଳେ ସେମାନେ ତାଙ୍କୁ ଗାଳିମନ୍ଦ କରି ଘଉଡ଼ାଇଥିଲେ। କହିଥିଲେ ମୋ ପୁଅକୁ ତୁ ମାରିଦେଇଛୁ ଏଇ କଥା ଶୁଣି ଭାଙ୍ଗିପଡିଥିବା ସ୍ତ୍ରୀ ସଦରମୁଖ୍ୟ ଚିକିତ୍ସାଲୟକୁ ଆସି ମୁର୍ଚ୍ଛା ହୋଇଯାଇଥିଲେ l କାଲି ରାତିରେ ସାନୁ ଟେଲିଫୋନ ଯୋଗେ କହିଥିଲେ ତୁମେ ବ୍ୟସ୍ତ ହେବନି। କାମ ସାରିକି କାଲି ତମକୁ ଦେଖା କରିବାକୁ ଯିବି। ହେଲେ ମହାପ୍ରଭୁ ଏତେ ଶୀଘ୍ର ମୋ ସ୍ୱାମୀଙ୍କୁ ଛଡ଼ାଇନେଇଗଲେ ମୋ ପାଖରୁ l