Latest News

ମଧ୍ୟ ରାତ୍ରିରେ ଘରୁ ଚୋରିକରି ବନ୍ଧାହେଲେ

ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ଡେଉଁଳୋସ୍ତ ଗ୍ରାମର ଦେବାଶିଷ ରାୟଙ୍କ ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇ ତଦନ୍ତ ହୋଇଥିଲା। ସୂଚନାନୁଯାୟୀ ଗତ ତା୦୭.୦୩.୨୦୨୧ରିଖ...

👉ଜନଗଣନାକର୍ମୀଙ୍କ ସୁରକ୍ଷାପାଇଁନିର୍ଦ୍ଦେଶ

ଜନଗଣନାରେ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ଏପ୍ରିଲ ୧୬ରୁ ଆରମ୍ଭ...

RTO ଚାଲାଣ ନାଁରେ ଠକେଇ: ୪ଗିରଫ

-ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ-୭ ଲକ୍ଷ ଠକେଇ ଅଭିଯୋଗରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ-ଝାଡ଼ଖଣ୍ଡରୁ ୨ ଓ ହାଇଦ୍ରାବାଦ ସାଙ୍ଗାରେଡ୍ଡୀରୁ ୨...

ରାଷ୍ଟ୍ରପତି ଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି

ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରପତି ଶ୍ରୀମତୀମୁର୍ମୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇଥିଲେ। ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର୍‌ରେ ରାଉରକେଲା ଯାଇଥିଲେ। ରାଉରକେଲା ଗସ୍ତ ସାରି...

ସଂରକ୍ଷଣନାଁରେସୀମାପୁନଃନିର୍ଦ୍ଧାରଣ_ଉଦ୍ଦେଶ୍ୟ’

-ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପିକୁ ସପ୍ତଗିରି ଉଲ୍ଲାକାଙ୍କ ଟାର୍ଗେଟ୍-‘୨୦୨୩ରେ ବିଲ୍‌ ପାରିତ ହୋଇଥିଲେ ବି କାହିଁକି କାର୍ଯ୍ୟକାରୀ କଲେନି’-ତାହା ଅର୍ଥ ମହିଳାଙ୍କ ପ୍ରତି ସମ୍ମାନ ନାହିଁ-...

ମହିଳା ଆକ୍ରୋଶର ଶିକାର ହେବ ଇଣ୍ଡି ମେଣ୍ଟ

-ଇଣ୍ଡି ମେଣ୍ଟ ସଦସ୍ୟ ମହିଳା ଆକ୍ରୋଶର ଶିକାର ହେବେ କହିଲେ ତୋମାର-ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ପ୍ରତିକ୍ରିୟା-‘ମହିଳାଙ୍କୁ ଅପମାନ କରିଛି ଇଣ୍ଡି ମେଣ୍ଟ,...

Page 3 of 91 1 2 3 4 91

Recommended

Most Popular

କଙ୍କାଳ ବୁହା ଘଟଣାରେ ଫିଟୁଛି ଗୁମର କଙ୍କାଳ ବୁହା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରାଞ୍ଚଳ ଆର୍‌ଡିସି ପ୍ରାଥମିକ ଅନୁସନ୍ଧାନ କରିବା ପରେ ଧୀରେ ଧୀରେ ଗୁମର ଫିଟୁଛି। ବ୍ୟବସ୍ଥାର ବିଫଳତା ପଦାରେ ପଦୁଛି। ଘଟଣା ପଛରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ମୁଖ୍ୟ କାରଣ ବୋଲି ଆର୍‌ଡିସି କହିଥିବା ବେଳେ, ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ବିଳମ୍ୱ ଏବଂ ପୁଲିସର ସମ୍ୱେଦନହୀନତା ଆଡ଼କୁ ବି ଆଙ୍ଗୁଳି ଉଠିଛି ।କେନ୍ଦୁଝର ଜିଲ୍ଲା ପାଟଣାରେ ଜିତୁ ମୁଣ୍ଡାଙ୍କ ଗାଁକୁ ଯାଇ ଭେଟିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ । ଅକଥନୀୟ ଯାତନାର କାହାଣୀ ଗୋଟି ଗୋଟି କରି ବଖାଣିଛନ୍ତି ଜିତୁ । ମଲ୍ଲୀପସି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ବି ତନାଘନା କରିଛନ୍ତି ଆର୍‌ଡିସି । ପ୍ରାୟ ଘଣ୍ଟାଏ କାଳର ସିସିଟିଭି ଫୁଟେଜ ଯାଞ୍ଚ ହୋଇଛି । ପ୍ରାଥମିକ ତଦନ୍ତ ପରେ ସେ ସଫା ସଫା କହିଛନ୍ତି- ଘଟଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଦାୟୀ । ଘଟଣା ଦିନ ୪୦ ମିନିଟ୍ ଭିତରେ ବ୍ୟାଙ୍କରେ ୪ ଥର ଏ କାଉଣ୍ଟରରୁ ସେ କାଉଣ୍ଟର, କ୍ୟାସିୟର ଠୁ ବ୍ୟାଙ୍କ ମ୍ୟାନେଜର ପର୍ଯ୍ୟନ୍ତ ହୋଇଛନ୍ତି। ସମସ୍ତଙ୍କ ନିକଟରେ ଗୁହାରି କରିଥିଲେ ଭଉଣୀ ରଖିଥିବା ଟଙ୍କା ଉଠାଇବା ପାଇଁ । ତେବେ ସିସିଟିଭି ଫୁଟେଜରେ ଅଡିଓ ନଥିବାରୁ କ’ଣ ଯୁକ୍ତିତର୍କ ହେଲା ଜଣାପଡ଼ିନି ।ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କୁ ପ୍ରଥମ ଥର ଦେଖିଲେ ବୋଲି କହିଥିବା ବେଳେ, ଆର୍‌ଡିସି କହିଛନ୍ତି- ପୂର୍ବରୁ ୮ ଥର ଜିତୁ ଓ ତାଙ୍କ ଭଉଣୀ କାର୍ଲା ମୁଣ୍ଡା ବ୍ୟାଙ୍କକୁ ଆସି ଟଙ୍କା ଉଠାଇଛନ୍ତି । ଶେଷ ଥର ଗତବର୍ଷ ଡିସେମ୍ୱର ୨୬ରେ ବି ଏକାଠି ଆସି ୫ଶହ ଟଙ୍କା ଉଠାଇଥିଲେ । ବ୍ୟାଙ୍କ କର୍ମଚାରୀମାନେ ଜିତୁ ଓ କାର୍ଲାଙ୍କୁ ଭଲଭାବେ ଜାଣିଛନ୍ତି । ପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଓ ପୁଲିସର ଭୂମିକା ବି ସନ୍ଦେହ ଘେରରେ । କାର୍ଲା ମୁଣ୍ଡା ଅସୁସ୍ଥ ହୋଇ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଣ ହରାଇଥିଲେ । ଫେବୃଆରୀରେ ମୃତ୍ୟୁ ପଞ୍ଜୀକରଣ ସତ୍ତ୍ୱେ, ୩ ମାସ ହେଲା କାହିଁକି ଦିଆଯାଇନାହିଁ ମୃତ୍ୟୁ ପ୍ରମାଣପତ୍ର ? ଘଟଣା ଦିନ ଜିତୁ ଭଉଣୀଙ୍କ କଙ୍କାଳ କାନ୍ଧରେ ପକାଇ ଡହଡହ ଖରାରେ ଚାଲି ଚାଲି ବ୍ୟାଙ୍କରେ ପହଞ୍ଚିବା ପରେ ପୁଲିସ ପହଞ୍ଚିଥିଲା । ଆଉ ବୁଝାସୁଝା ପରେ ସେଠାରୁ ଦିନ ପ୍ରାୟ ୨ଟା ବେଳେ ପୁଣି ମୃତଦେହକୁ ବୋହି ଖରାରେ ଚାଲି ଚାଲି ଫେରିଲେ । ପ୍ରଶ୍ନ ଉଠୁଛି- ପୁଲିସ କାହିଁକି ଗାଡ଼ିରେ ମୃତଦେହ ନେଲା ନାହିଁ ? ମାନବିକତା ଭୁଲିଗଲା କି ପୁଲିସ ? ଏ ସମସ୍ତ ଦିଗରେ ତଦନ୍ତ ହେବ ବୋଲି କହିଛନ୍ତି ଆର୍‌ଡିସି ।ସେପଟେ ଜିତୁଙ୍କୁ ଭେଟି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଛି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।କଂଗ୍ରେସର ସ୍ୱତନ୍ତ୍ର ଦଳ ମଧ୍ୟ ଜିତୁ ମୁଣ୍ଡାଙ୍କୁ ଗାଁରେ ଯାଇ ଭେଟିଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ପ୍ରମୁଖ ଜିତୁଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ବ୍ୟାଙ୍କରେ ବି ସତ ପରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ।