ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ମୃତ ସସ୍ମିତାଙ୍କର ତିନିଦିନ ତଳେ ନିର୍ବନ୍ଧ ହୋଇଥିଲା। ଗତକାଲି ରାତିରେ ପଡ଼ୋଶୀଙ୍କ ଘରକୁ ଯାଇ ଆଉ ଫେରିନଥିଲେ ସସ୍ମିତା। ଚାରିଆଡ଼େ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର ଖୋଜ ଖବର ମିଳିନଥିଲା।
ଆଜି ସନ୍ଧ୍ୟାରେ ଜମିରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି।





