Latest Post

ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ବଡ଼ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଥିବା ଆନୁଷ୍ଠାନିକ...

ହେଟା ବାଘ ଶିକାର

ଉଲୁଣ୍ଡା:ଉଲୁଣ୍ଡା ବନାଞ୍ଚଳ ଯାଲୋଏ ଫରେଷ୍ଟ ସେକ୍ସନ ଅଧିନସ୍ଥ ବିଷ୍ଣୁପୁର ଜଙ୍ଗଲ ରେ ବାରହା ଶିକାର ପାଇଁ ରକ୍ଷା ଯାଇଥିବା ଗୋଳା ଖାଇ ହେଟାବାଘ ମୃତ।ପ୍ରଥମେ ଗୁରୁତର ହୋଇଥିବା...

ଆମେରିକୀୟ ଶୁଳ୍କର ଝଟକାରେ ଷ୍ଟକ୍ ବଜାରରେ ସେନସେକ୍ସ

୫୭୦ ପଏଣ୍ଟ ଏବଂ ନିଫ୍ଟି ୧୭୦ ପଏଣ୍ଟ ହ୍ରାସମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୂତନ ଶୁଳ୍କ ନିଷ୍ପତ୍ତିର ସିଧାସଳଖ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ...

ଦାଦନ ରୋକିବାକୁ ବଡ଼ ବ୍ଲୁପ୍ରିଣ୍ଟ

ନୂଆଦିଲ୍ଲୀ:ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ ପ୍ରିଣ୍ଟ-ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ-ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶା ଟିମ୍‌-କାହିଁକି...

କେନ୍ଦ୍ରର ଦୁଇ-ହାର ଜିଏସଟି ପ୍ରସ୍ତାବକୁ ମନ୍ତ୍ରୀ ଗୋଷ୍ଠୀର ଅନୁମୋଦନ

ନୂଆଦିଲ୍ଲୀ:ସାମଗ୍ରୀ ଏବଂ ସେବା ଟିକସ (GST) ପରିଷଦ ଦ୍ୱାରା ଗଠିତ ହାର ଯୁକ୍ତିଯୁକ୍ତକରଣ ଉପରେ ମନ୍ତ୍ରୀ ଗୋଷ୍ଠୀ (GoM) GST ପାଇଁ ଦୁଇ-ହାର ଗଠନ ପାଇଁ କେନ୍ଦ୍ରର...

ଗୋଟିଏ କ୍ଲିକ୍‌ରେ କର୍ମଚାରୀଙ୍କ ୧.୯ ଟଙ୍କା ହରାଇଲେ

ଜୟପୁର: କର୍ମଚାରୀ ଗୋଟିଏ କ୍ଲିକ୍‌ରେ ୧.୯ ଲକ୍ଷ ଟଙ୍କା ହରାଇଲେ । ଏହି ଅନଲାଇନ୍ ଠକେଇରୁ କିପରି ସୁରକ୍ଷିତ ରହିବେ ଜାଣନ୍ତୁ। ହ୍ୱାଟ୍ସଆପ୍ ଯୋଗୁଁ ଆଜିକାଲି ଅନେକ...

ପୁଲିସକୁ ପାର୍ବଣ ଚିନ୍ତା। ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ: ପାର୍ବଣ ଋତୁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ। ଏଭଳି ଚେତାବନୀ ଦେଇଛନ୍ତି ରାଜ୍ୟ ପୁଲିସ ମୁଖିଆ ତଥା ଡିଜିପି ଯୋଗେଶ ବାହାଦୁର...

Page 82 of 91 1 81 82 83 91

Recommended

Most Popular

କଙ୍କାଳ ବୁହା ଘଟଣାରେ ଫିଟୁଛି ଗୁମର କଙ୍କାଳ ବୁହା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରାଞ୍ଚଳ ଆର୍‌ଡିସି ପ୍ରାଥମିକ ଅନୁସନ୍ଧାନ କରିବା ପରେ ଧୀରେ ଧୀରେ ଗୁମର ଫିଟୁଛି। ବ୍ୟବସ୍ଥାର ବିଫଳତା ପଦାରେ ପଦୁଛି। ଘଟଣା ପଛରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ମୁଖ୍ୟ କାରଣ ବୋଲି ଆର୍‌ଡିସି କହିଥିବା ବେଳେ, ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ବିଳମ୍ୱ ଏବଂ ପୁଲିସର ସମ୍ୱେଦନହୀନତା ଆଡ଼କୁ ବି ଆଙ୍ଗୁଳି ଉଠିଛି ।କେନ୍ଦୁଝର ଜିଲ୍ଲା ପାଟଣାରେ ଜିତୁ ମୁଣ୍ଡାଙ୍କ ଗାଁକୁ ଯାଇ ଭେଟିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ । ଅକଥନୀୟ ଯାତନାର କାହାଣୀ ଗୋଟି ଗୋଟି କରି ବଖାଣିଛନ୍ତି ଜିତୁ । ମଲ୍ଲୀପସି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ବି ତନାଘନା କରିଛନ୍ତି ଆର୍‌ଡିସି । ପ୍ରାୟ ଘଣ୍ଟାଏ କାଳର ସିସିଟିଭି ଫୁଟେଜ ଯାଞ୍ଚ ହୋଇଛି । ପ୍ରାଥମିକ ତଦନ୍ତ ପରେ ସେ ସଫା ସଫା କହିଛନ୍ତି- ଘଟଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଦାୟୀ । ଘଟଣା ଦିନ ୪୦ ମିନିଟ୍ ଭିତରେ ବ୍ୟାଙ୍କରେ ୪ ଥର ଏ କାଉଣ୍ଟରରୁ ସେ କାଉଣ୍ଟର, କ୍ୟାସିୟର ଠୁ ବ୍ୟାଙ୍କ ମ୍ୟାନେଜର ପର୍ଯ୍ୟନ୍ତ ହୋଇଛନ୍ତି। ସମସ୍ତଙ୍କ ନିକଟରେ ଗୁହାରି କରିଥିଲେ ଭଉଣୀ ରଖିଥିବା ଟଙ୍କା ଉଠାଇବା ପାଇଁ । ତେବେ ସିସିଟିଭି ଫୁଟେଜରେ ଅଡିଓ ନଥିବାରୁ କ’ଣ ଯୁକ୍ତିତର୍କ ହେଲା ଜଣାପଡ଼ିନି ।ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କୁ ପ୍ରଥମ ଥର ଦେଖିଲେ ବୋଲି କହିଥିବା ବେଳେ, ଆର୍‌ଡିସି କହିଛନ୍ତି- ପୂର୍ବରୁ ୮ ଥର ଜିତୁ ଓ ତାଙ୍କ ଭଉଣୀ କାର୍ଲା ମୁଣ୍ଡା ବ୍ୟାଙ୍କକୁ ଆସି ଟଙ୍କା ଉଠାଇଛନ୍ତି । ଶେଷ ଥର ଗତବର୍ଷ ଡିସେମ୍ୱର ୨୬ରେ ବି ଏକାଠି ଆସି ୫ଶହ ଟଙ୍କା ଉଠାଇଥିଲେ । ବ୍ୟାଙ୍କ କର୍ମଚାରୀମାନେ ଜିତୁ ଓ କାର୍ଲାଙ୍କୁ ଭଲଭାବେ ଜାଣିଛନ୍ତି । ପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଓ ପୁଲିସର ଭୂମିକା ବି ସନ୍ଦେହ ଘେରରେ । କାର୍ଲା ମୁଣ୍ଡା ଅସୁସ୍ଥ ହୋଇ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଣ ହରାଇଥିଲେ । ଫେବୃଆରୀରେ ମୃତ୍ୟୁ ପଞ୍ଜୀକରଣ ସତ୍ତ୍ୱେ, ୩ ମାସ ହେଲା କାହିଁକି ଦିଆଯାଇନାହିଁ ମୃତ୍ୟୁ ପ୍ରମାଣପତ୍ର ? ଘଟଣା ଦିନ ଜିତୁ ଭଉଣୀଙ୍କ କଙ୍କାଳ କାନ୍ଧରେ ପକାଇ ଡହଡହ ଖରାରେ ଚାଲି ଚାଲି ବ୍ୟାଙ୍କରେ ପହଞ୍ଚିବା ପରେ ପୁଲିସ ପହଞ୍ଚିଥିଲା । ଆଉ ବୁଝାସୁଝା ପରେ ସେଠାରୁ ଦିନ ପ୍ରାୟ ୨ଟା ବେଳେ ପୁଣି ମୃତଦେହକୁ ବୋହି ଖରାରେ ଚାଲି ଚାଲି ଫେରିଲେ । ପ୍ରଶ୍ନ ଉଠୁଛି- ପୁଲିସ କାହିଁକି ଗାଡ଼ିରେ ମୃତଦେହ ନେଲା ନାହିଁ ? ମାନବିକତା ଭୁଲିଗଲା କି ପୁଲିସ ? ଏ ସମସ୍ତ ଦିଗରେ ତଦନ୍ତ ହେବ ବୋଲି କହିଛନ୍ତି ଆର୍‌ଡିସି ।ସେପଟେ ଜିତୁଙ୍କୁ ଭେଟି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଛି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।କଂଗ୍ରେସର ସ୍ୱତନ୍ତ୍ର ଦଳ ମଧ୍ୟ ଜିତୁ ମୁଣ୍ଡାଙ୍କୁ ଗାଁରେ ଯାଇ ଭେଟିଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ପ୍ରମୁଖ ଜିତୁଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ବ୍ୟାଙ୍କରେ ବି ସତ ପରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ।